Advertisment

Navy Day: ନେଭି ଡେ ପାଇଁ ଫୁଲ୍ ଡ୍ରେସ୍ ରିହର୍ସାଲ; ଗଭୀର ସମୁଦ୍ରରେ ଯୁଦ୍ଧ ଜାହାଜର ଅଭ୍ୟାସ

ପୁରୀ ବେଳାଭୂମିରେ ଭାରତୀୟ ନୌସେନାର କଭର୍ଟ ଅପରେସନ୍। ବନ୍ଧକକୁ ମୁକ୍ତ କରିବାକୁ ନେଭିର ଦୁର୍ଦ୍ଦଷ ମାର୍କସ୍ କମାଣ୍ଡୋ ଦେଖାଉଛନ୍ତି ପରାକ୍ରମ।

ଅଦ୍ୟତନ ହୋଇଛି
undefined

Navy Day Celebrations

Advertisment

ପୁରୀ ବ୍ଲୁ ଫ୍ଲାଗ ବିଚରେ ନେଭି ଡେ ପାଳନ ପାଇଁ ମଝିରେ ଆଉ ଦୁଇ ଦିନ। ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆଖିଝଲସା ସମରକଳା ପ୍ରଦର୍ଶନ କରିବେ ନୌସେନା ଯବାନ।ଏଥିପାଇଁ ଆଜି ହୋଇଛି ଫୁଲଡ୍ରେସ୍ ରିହର୍ସାଲ। ସେପଟେ ଗଭୀର ସମୁଦ୍ରରେ ଏକାଧିକ ଯୁଦ୍ଧ ଜାହାଜ ଓ ଆକାଶରେ ଏୟାରକ୍ରାଫ୍ଟ ଜୋରଦାର ଅଭ୍ୟାସ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଚିରେ ରଖି ଆଜି ପୋଲିସ ପକ୍ଷରୁ ସ୍ବତନ୍ତ୍ର ସମୀକ୍ଷା ବୈଠକ ହୋଇଥିବା ବେଳେ ଲକ୍ଷାଧିକ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ଦେଖି ପୁରୀରେ ଲାଗୁ ହୋଇଛି ଟ୍ରାଫିକ୍ କଟକଣା।

Advertisment

ପୁରୀ ବେଳାଭୂମିରେ ଭାରତୀୟ ନୌସେନାର କଭର୍ଟ ଅପରେସନ୍। ବନ୍ଧକକୁ ମୁକ୍ତ କରିବାକୁ ନେଭିର ଦୁର୍ଦ୍ଦଷ ମାର୍କସ୍ କମାଣ୍ଡୋ ଦେଖାଉଛନ୍ତି ପରାକ୍ରମ। MS-60 
ହେଲିକପ୍ଟରରୁ ସମୁଦ୍ରରେ ପାୱାର ବୋଟରେ ଓହ୍ଲାଇବାଠାରୁ ସ୍ଥଳଭାଗରେ ଆକ୍ରମଣ ସହ ଶତ୍ରୁକୁ ମାତ୍ ଦେଇ ସଫଳ ରେସକ୍ୟୁ ଅପରେସନ। ନୌସେନା ଦିବସର ଅବ୍ୟବହିତ ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ ବିଚରେ ଜୋରଦାର ଅଭ୍ୟାସ କରିଛନ୍ତି ନେଭି ଯବାନ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହୋଇଛି ଦୁଃସାହସିକ ରଣକୌଶଳ। ଗର୍ଜିଛି ଯୁଦ୍ଧ ଟ୍ୟାଙ୍କ, ନୌସେନାର ବନ୍ଧୁକ। ସେପଟେ ଅପରେସନ ଡୋମୋ ପାଇଁ ଆଜି ହୋଇଛି ଫୁଲଡ୍ରେସ୍ ରିହର୍ସାଲ। ନେଭି ୟୁନିଫର୍ମରେ ନନଷ୍ଟପ୍ ପରେଡ୍ ଅଭ୍ୟାସ କରିଛନ୍ତି ଯବାନ। ଆସନ୍ତାକାଲି ମଧ୍ୟ ଫୁଲ୍ ଡ୍ରେସ୍ ରିହର୍ସାଲ କରାଯିବ। 

ଅଧିକ ପଢ଼ନ୍ତୁ: ବ୍ଲୁ ଫ୍ଲାଗ୍ ବିଚରେ ରଣଭୂମିର ଭ୍ରମ, ଶୁଭୁଛି ଯୁଦ୍ଧପୋତର ଗର୍ଜନ...ଆକାଶ ଚିରୁଛି ଲଢ଼ୁଆ ବିମାନ

Advertisment

ଗଭୀର ସମୁଦ୍ରରେ ଚକ୍କର କାଟୁଛନ୍ତି ଏକାଧିକ ଯୁଦ୍ଧ ଜାହାଜ। ଆମ୍ପିବିୟସ୍ INS ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସର୍ୟୁ , INS ଅରିହନ୍ତ, INS ସାତପୁରା, ଫ୍ରିଗେଟ୍ କ୍ଲାସ୍ INS ଶିବାଲିକ, କୋମର୍ତ୍ତା କ୍ଲାସ୍ କୋର୍ଭେଟସ୍ ଜାହାଜ ପହଁଚିସାରିଛନ୍ତି। ୱାରସିପ୍ ଗୁଡିକର ଗର୍ଜନରେ କମ୍ପିଲାଣି ସାରା ପୁରୀ। ସେହିପରି ଆକାଶରେ ପଇଁତରା ମାରୁଛି ୩୦ରୁ ଅଧିକ ଫାଇଟର ଜେଟ୍ ଓ ହେଲିକପ୍ଟର। ହକ୍, ସି-କିଙ୍ଗ, ମିଗ୍-୨୯ ଏବଂ ଡୋନିୟର ଭଳି ଏୟାରକ୍ରାଫ୍ଟ ସହ ଚେତକ, MS-60 ହେଲିକପ୍ଟରର ଚାଲିଛି ଘନ ଘନ ଅଭ୍ୟାସ । ନୌସେନା ପକ୍ଷରୁ ମାର୍କସ ଡେମୋ, କମ୍ବାଟ ଫ୍ରିଫଲ୍, ଆଞ୍ଜେଲ ଡେମୋ, ଆଣ୍ଟି ସବମେରିନ୍ ରକେଟ୍ ଫାୟାରିଂ ଭଳି ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରାଯିବ।

ନେଭି ଡେ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗରେ ଯୁଦ୍ଧକୌଶଳ ଦେଖାଇବେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ। ଓଡ଼ିଶାରେ ପ୍ରଥମଥର ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଭବ୍ୟ ରାଷ୍ଟ୍ରୀୟ ଉତ୍ସବ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଲକ୍ଷାଧିକ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଜିଠୁ ଲାଗୁ ହୋଇଛି  ଟ୍ରାଫିକ କଟକଣା। ପୁରୀରେ ୨୦ଟି ଅତିରିକ୍ତ ସ୍ଥାନରେ ଗାଡି ପାର୍କିଂ ବ୍ୟବସ୍ଥା ହୋଇଛି। ସହରରେ ନିୟୋଜିତ ହୋଇଛନ୍ତି ୮୫ ପ୍ଲାଟୁନ୍ ଫୋର୍ସ। ବେଳାଭୂମିରେ ମୁତୟନ ହେବେ ଅତିରିକ୍ତ ୩ଶହ ଲାଇଫ ଗାର୍ଡ। ପର୍ଯ୍ୟଟକମାନେ ୪ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏଡିଜି ସଞ୍ଜୀବ ପଣ୍ଡା। 

Advertisment

୪ ତାରିଖରେ ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଳାଗ୍ ବିଚରେ ପହଁଚିବା ପରେ ଅପରାହ୍ଣ ୪ଟା ୧୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖିଝଲସା ସମରକୌଶଳ ପ୍ରଦର୍ଶନ।  ଏହାପରେ ଘଣ୍ଟାଏ ଧରି ଲେଜର ସୋ, ଫାୟାର ସୋ ଓ ଡ୍ରୋନ୍ ସୋ ହେବ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ

Puri Beach Indian Navy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ