/odishatv-khabar/media/post_attachments/uploadimage/library/16_9/16_9_0/Naveen_1750579173.jpg)
Naveen
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ସର୍ଭାଇକାଲ ଆର୍ଥାରାଇଟ୍ସର ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଅସ୍ତ୍ରୋପଚାର ହୋଇଛି । ନବୀନଙ୍କ ବ୍ୟକ୍ତିଗଡ ଡାକ୍ତର ଡକ୍ଟର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଅସ୍ତ୍ରୋପଚାର ଚାଲିଥିଲା । ମୋଟ ୪ ଘଣ୍ଟାର ଅପରେସନରେ ୨ ଘଣ୍ଟାର ମେଜର ଅପରେସନ ରହିଥିଲା । ବର୍ତ୍ତମାନ ସେ ରିକୋଭରି ରୁମରେ ଅଛନ୍ତି ଏବଂ ସୁସ୍ଥ ଅଛନ୍ତି । ଦୁଇ ଦିନ ଯାଏଁ ଅବଜରଭେସନରେ ରହିବେ । ୪ରୁ ୫ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଆଜି ବିରୋଧୀ ଦଳ ନେତା ନବୀନଙ୍କ ହେବ ଅସ୍ତ୍ରୋପଚାର; ଆରୋଗ୍ୟ କାମନା କରି ଟୁଇନସିଟିରେ ଦୀପଦାନ
ଡଃ ପଣ୍ଡା କହିଛନ୍ତି, ନବୀନଙ୍କ ଅପରେସନରେ ଭାରତର ସବୁଠୁ ଭଲ ସ୍ପାଇନ ସର୍ଜନ ନିୟୋଜିତ ଥିଲେ । ନବୀନଙ୍କ ସ୍ପାଇନରେ ଅଷ୍ଟିଓପୋରୋସିସ୍ ହୋଇ ତାଙ୍କୁ ଯନ୍ତ୍ରଣା ଅନୁଭବ ହେଉଥିଲା । ଏସବୁ ବୟସଜନିତ ରୋଗ ବୋଲି ଡକ୍ଟର ରମାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଏହି ଅସ୍ତ୍ରପଚାରରେ କୋଏମ୍ବାଟୁରର ଗଙ୍ଗା ହସ୍ପିଟାଲର ଡକ୍ଟର ରାଜଶେଖରଙ୍କ ସହ କୋକିଳାବେନ୍ ହସ୍ପିଟାଲର ହେଡ୍ ଅଫ ଦି ସ୍ପାଇନ ସର୍ଜରୀ ଓ ଆସିଷ୍ଟାଣ୍ଟ ଟିମ୍ ଏହି ସର୍ଜରୀରେ ନିୟୋଜିତ ଥିଲେ ।
ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟାର ଚିକିତ୍ସା ପାଇଁ ଭୁବନେଶ୍ବରରୁ ମୁମ୍ବାଇ ଯାଇଥିଲେ ନବୀନ। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ବର ରାମ ମନ୍ଦିରରେ ୨୦୧ ସମୂହ ଦୀପଦାନ କରିଥିଲା ବିଜେଡି। ଦଳୀୟ ବିଧାୟକ ଏବଂ ନେତା ଉପସ୍ଥିତ ରହି ଦୀପଦାନ ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ସେହିପରି କଟକ ଗଡ଼ଗଡ଼ିଆ ମନ୍ଦିରରେ ମଧ୍ୟ ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)