Advertisment

ନନ୍ଦନକାନନରେ ନୂଆ ଅତିଥି; ଆଲିପୁର ଚିଡ଼ିଆଖାନାରୁ ‌ଆସିଲେ ୨ ଜିରାଫ୍

ନନ୍ଦନକାନନରେ ଗୋଟିଏ ମାତ୍ର ଜିରାଫ୍-ଖୁସି ରହିଛି। ଖୁସିକୁ ଦୁଇ ଜଣ ବନ୍ଧୁ ମିଳିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
giraffes

giraffes

ନନ୍ଦନକାନନକୁ ଆସିଲେ ନୂଆ ଅତିଥି। କୋଲକାତା ଆଲିପୁର ଚିଡ଼ିଆଖାନାରୁ ଅଣାଗଲା ଗୋଟିଏ ଯୋଡ଼ା ଜିରାଫ୍। ଦେଢ଼ ବର୍ଷର ଅଣ୍ଡିରା ଓ ବର୍ଷେ ୧ ମାସର ମାଈ ଜିରାଫ ଗତକାଲି ରାତିରେ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି। ଏବେ ନନ୍ଦନକାନନରେ ଗୋଟିଏ ମାତ୍ର ଜିରାଫ୍-ଖୁସି ରହିଛି। ଖୁସିକୁ ଦୁଇ ଜଣ ବନ୍ଧୁ ମିଳିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।

Advertisment

ଅଧିକ ପଢ଼ନ୍ତୁ: ଆଖିବୁଜିଲେ ୨ଟି ହାତୀ ଶାବକ; ସଂକ୍ରମଣ ଯୋଗୁଁ ମୃତ୍ୟୁ ସନ୍ଦେହ

ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ଜିରାଫ୍ କୁ ନେଇ ବାହାରିଥିବା ସ୍ବତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର ଅପରେସନ୍ ପରେ ନନ୍ଦନକାନନରେ ପହଞ୍ଚିଛି। କୋଲକାତାରୁ ଭୁବନେଶ୍ବର ଅଣାଯିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କଡ୍ରନ୍ କରାଯାଇଥିଲା। ଏହି ରୁଟରେ ଥିବା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧାର ଜିଲ୍ଲାପାଳ, ଏସପି, DFOଙ୍କୁ ଟ୍ରାଫିକ୍ କ୍ଲିଏରାନ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ।

ଏହାପୂର୍ବରୁ ନନ୍ଦନକାନନରେ ଜିରାଫ୍- ଖୁସି ୨୦୧୨ରୁ ଅଛି। ତାକୁ ପଟନା ଚିଡ଼ିଆଖାନାରୁ ଅଣାଯାଇଥିଲା। ଆଗରୁ ୨୦୦୮ରେ ଆଲିପୁର ଚିଡ଼ିଆଖାନାରୁ ଏକ ଜିରାଫ୍ କୁ ଆଣିବାକୁ ଚେଷ୍ଟା କରିବା ପରେ ବି ଏହା ସଫଳ ହୋଇପାରିନଥିଲା। ସେହିପରି ୨୦୧୬ରେ ଥରେ ଆଲିପୁରରୁ ପୁରୁଷ ଜିରାଫକୁ ଅଣାଯାଇଥିଲା। ତେବେ ନନ୍ଦନକାନନରେ ପହଞ୍ଚିବାର ମାତ୍ର ୬ ଦିନ ପରେ ତାର ମୃତ୍ୟୁ ହୋଇଥିଲା।

Advertisment
Nandankanan Zoo
Advertisment
Advertisment