Advertisment

ଆଖିବୁଜିଲେ ୨ଟି ହାତୀ ଶାବକ; ସଂକ୍ରମଣ ଯୋଗୁଁ ମୃତ୍ୟୁ ସନ୍ଦେହ

ରାଜ୍ୟରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। ଆଜି ପୁଣି ୨ଟି ହାତୀ ଶାବକଙ୍କର ମୃତ୍ୟୁ ଘଟିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Two Elephant Calves Die In Odisha's Chandaka & Similipal

elephant died

ରାଜ୍ୟରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। ଆଜି ପୁଣି ୨ଟି ହାତୀ ଶାବକଙ୍କର ମୃତ୍ୟୁ ଘଟିଛି। ଶିମିଳିପାଳ ଓ ଚନ୍ଦକାରେ ଆଖି ବୁଜିଛନ୍ତି ଦୁଇଟି ହାତୀ ଛୁଆ। ଶିମିଳିପାଳ ଅଭୟାରଣ୍ୟର କୋର ଇଲାକାରେ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି। ସେହିପରି ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀଛୁଆ ଆଖିବୁଜିଛି।

Advertisment

ଶିମିଳିପାଳ ଅଭୟାରଣ୍ୟର କୋର ଇଲାକାରେ ହାତୀ ଶାବକର ମୃତ୍ୟୁ ହୋଇଛି। ସାଉଥ୍ ଡିଭିଜନର ଜେନାବିଲ ରେଞ୍ଜ ଅଞ୍ଚଳର ଘାସ ପଡ଼ିଆରୁ ମୃତଦେହ ଉଦ୍ଧାର ହୋଇଛି। ଛୁଆ ହାତୀର ବୟସ ପ୍ରାୟ ବର୍ଷେ ହେବ। ବନ ବିଭାଗର ସ୍ୱତନ୍ତ୍ର ଟିମ୍ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରାଇଛି।

ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀ ଛୁଆର ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି। ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ । ସେହିପରି ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀଛୁଆର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର ଦେଓଗାଁରୁ ଆସିଥିବା ୩ ବର୍ଷର ହାତୀଛୁଆର ମୃତ୍ୟୁ ହୋଇଛି।

Advertisment

ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା ଚାଲିଥିଲା। ସପ୍ତାହେ ହେବ ନନ୍ଦନକାନନ ଓ OUAT ଟିମ୍ ତାକୁ ସୁସ୍ଥ କରିବାରେ ଲାଗିଥିଲେ। ଖାଇ ପିଇ ପାରୁ ନଥିବାରୁ ଲଗାତାର ସାଲାଇନ ଦିଆଯାଉଥିଲା। ପାଟି ଘା ହୋଇ ଯାଇଥିବାରୁ ଆଣ୍ଟି ବାୟୋଟିକ୍ ବି ଦେଇଥିଲେ ଡାକ୍ତର। ହାତୀ ଛୁଆକୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ବି ଜୀବନ ବଞ୍ଚାଇ ପାରିଲେନି।

Baby Elephant
Advertisment
Advertisment