Advertisment

Pradeep Panigrahy: ଟାଟାରେ ଚାକିରି ନାଁରେ ଠକେଇ ମାମଲା; ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ

ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାର ଆଜି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ଅଦ୍ୟତନ ହୋଇଛି
Pradeep Panigrahi

Pradeep Panigrahi

Advertisment

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ୱସ୍ତି । ସମସ୍ତ ମାମଲାରେ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ କୋର୍ଟ। ଗତକାଲି ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ବ୍ରହ୍ମପୁର JMFC କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ଆଉ ଆଜି ଆଉ ୩ଟି ମାମଲାର ଶୁଣାଣି କରି ଆଜି ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି କୋର୍ଟ।

Advertisment

ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାରେ ଆଜି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆଉ ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରହିଥିବା ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇଛି । ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ପ୍ରଦୀପ।

ଏନେଇ ସାଂସଦ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, କୋର୍ଟ ଉପରେ ମୋର ଭରସା ଥିଲା। ମିଛ କେସ୍‌ ଦେଇ ରାଜନୈତିକ ପ୍ରତିଶୋଧ ନେବା ପାଇଁ ପୂର୍ବ ସରକାର, ତାଙ୍କ ନେତୃତ୍ୱ ଓ ତାଙ୍କ କର୍ମକର୍ତ୍ତାମାନେ ଯୋଜନାବଦ୍ଧ ଭାବେ ମୋର ଚରିତ୍ର ସଂହାର ପାଇଁ ବ୍ୟବସ୍ଥା କରିଥିଲେ । ଏବେ ମୁଁ, ମୋ ପରିବାର, ସାରା ଓଡ଼ିଶାବାସୀ ଆଶ୍ୱସ୍ତି ଅନୁଭବ କରୁଛୁ । ରାଜନୈତିକ ଲଢେଇରେ ଏତେ ତଳସ୍ତରକୁ ଯିବା ଉଚିତ ନୁହେଁ।

Advertisment

ଅଧିକ ପଢନ୍ତୁ: ଅଭିଯୋଗକାରୀଙ୍କ ଚାଞ୍ଚଲ୍ୟକର ବୟାନ, ଚାପରେ ଦସ୍ତଖତ ଦେଇଥିଲୁ

ଗତକାଲି ଅଭୟ ପାଠକ ନିଜର ପ୍ରତିକ୍ରିୟାରେ କହିଥିଲେ, ନ୍ୟାୟର ମନ୍ଦିରରେ ନ୍ୟାୟ ମିଳିଲା । ଷଡଯନ୍ତ୍ର କରି ମୋତେ ଓ ମୋ ପୁଅକୁ ଫସାଇଥିଲେ । ପ୍ରଦୀପଙ୍କ ସହ ସମ୍ପର୍କ ଯୋଗୁଁ ମୋତେ ହଇରାଣ କଲେ । ଦୀର୍ଘ ୫ ବର୍ଷର ଲଢେଇ ପରେ ନିଜକୁ ଓ ମୋ ପୁଅ ଆକାଶକୁ କୋର୍ଟ ନିର୍ଦ୍ଦୋଷ ପ୍ରମାଣିତ କରିଛି । ଷଡଯନ୍ତ୍ର କରି ମୋ ପୁଅକୁ ଓ ମୋତେ ଗତ ସରକାର ଫସାଇଥିଲେ। ପ୍ରଦୀପଙ୍କ ସହ ସମ୍ପର୍କ ଯୋଗୁଁ ମୋତେ ଓ ମୋ ପରିବାରକୁ ହଇରାଣ କରିଥିଲେ ବୋଲି ଅଭୟ କୋର୍ଟରୁ ବାହାରି କହିଥିଲେ।

ଅଧିକ ପଢନ୍ତୁ:ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି କାହିଁକି ଜିତିପାରିଲାନି ଟିମ୍ ଇଣ୍ଡିଆ

Advertisment

 

Pradeep Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ