Advertisment

Ayushman Bharat: BSKYକୁ ବିଦାୟ, ଏଣିକି ଓଡ଼ିଶାରେ ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା

ଓଡ଼ିଶାକୁ ମିଳିଲା ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା। ଖୁବ୍ ଶୀଘ୍ର BSKY ବଦଳରେ ମିଳିବ ନୂଆ କାର୍ଡ। ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ଭିତରେ ସ୍ବାକ୍ଷର ହେଲା MOU ।

undefined

ଆସିଲା ଆୟୁଷ୍ମାନ, ବିଦାୟ BSKY

Advertisment

ଆଉ BSKY ନୁହେଁ ଏଣିକି ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା ପାଇବେ ଓଡ଼ିଶାବାସୀ । ଏହି ବହୁ ପ୍ରତୀକ୍ଷିତ ଯୋଜନା ପାଇଁ ଆଜି ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିତରେ ସ୍ୱାକ୍ଷର ହୋଇଛି MOU । ଖୁବ୍ ଶୀଘ୍ର ଉଭୟ ରାଜ୍ୟ ଏବଂ କେନ୍ଦ୍ର ଯୋଜନାକୁ ମିଶାଇ ଗୋଟିଏ କାର୍ଡ ତିଆରି କରି ହିତାଧିକାରୀଙ୍କୁ ବଣ୍ଟାଯିବ । ଫେବ୍ରୁଆରୀରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଉଛି। ଯୋଜନାରେ ରାଜ୍ୟର ପ୍ରାୟ ସାଢେ ୩ କୋଟି ଲୋକ ଉପକୃତ ହେବେ ।

Advertisment

ଓଡ଼ିଶାକୁ ମିଳିଲା ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା। ଖୁବ୍ ଶୀଘ୍ର BSKY ବଦଳରେ ମିଳିବ ନୂଆ କାର୍ଡ। ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ଭିତରେ ସ୍ବାକ୍ଷର ହେଲା MOU । ବିଜ୍ଞାନ ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ଏମ୍ଓୟୁ । ରାଜ୍ୟର ପ୍ରାୟ ୧ କୋଟି ପରିବାରର ସାଢେ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ। ରାଜ୍ୟ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଏବଂ କେନ୍ଦ୍ରର ଆୟୁଷ୍ମାନ ଭାରତ ମିଶି ଗୋଟିଏ କାର୍ଡ ଦିଆଯିବ। ଆଜି ଏମଓୟୁ ହୋଇଥିବା ବେଳେ କାର୍ଡ ତିଆରି ଏବଂ ବାଣ୍ଟିବା ପରେ ଫେବ୍ରୁଆରୀ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍, ସୁରକ୍ଷା ପାଇଁ ମାନନ୍ତୁ ଏହି ଉପାୟ

Advertisment

ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ଫଳରେ କ’ଣ ମିଳିବ ଫାଇଦା

ବଡ଼ କଥା ହେଲା ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଏହା ସହ ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାଚାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି। ଓଡ଼ିଶାରେ ଯଦି ଉଭୟ ସ୍କିମ୍ ମର୍ଜ ହୁଏ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ଏବଂ ଆୟୁଷ୍ମାନ ଭାରତରେ ୩୩ ଲକ୍ଷ ପରିବାର ରହିବେ। ଆୟୁଷ୍ମାନ ଭାରତରେ ମହିଳା ହିତାଧିକାରୀଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ ସ୍ବାସ୍ଥ୍ୟବୀମା ରହିବ। ଯୋଜନା ଲାଗୁ ହେବା ପରେ ଚିକିତ୍ସା ଅପେକ୍ଷାରେ ଥିବା ଅନେକ ରୋଗୀ ଖୁସି ବ୍ୟକ୍ତି କରିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ପରେ ବି ଆୟୁଷ୍ମାନ ଭାରତକୁ ଲାଗୁ କରାଉନଥିଲେ ତତକାଳୀନ ବିଜେଡି ସରକାର । ଯେଉଁଥି ପାଇଁ ଏହାକୁ ଲାଗୁ କରିବା ନେଇ ମଧ୍ୟ ବିଜେପି ତାର ନିର୍ବାଚନ ଇସ୍ତାହାରରେ ରଖିଥିଲା । ସେପଟେ ଓଡ଼ିଶା ଆୟୁଷ୍ମାନ ଭାରତ ଗ୍ରହଣ କରିବା ପରେ ଏବେ କେବଳ ପଶ୍ଚିମବଙ୍ଗ ଓ ଦିଲ୍ଲୀ ଏହି ଯୋଜନା ଗ୍ରହଣ କରିନଥିବା ତାଲିକାରେ ରହିଲେ ।

Advertisment

ଅଧିକ ପଢ଼ନ୍ତୁ: ଆୟୁଷ୍ମାନ ଭାରତ ଯୋଜନା ପାଇଁ MoU ସ୍ୱାକ୍ଷର, ଉପକୃତ ହେବେ ସାଢ଼େ ୩ କୋଟି ଲୋକ

Odisha Ayushman Bharat Mukesh Mahaling Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ