Advertisment

Mohan Majhi Govt: ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି, ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍

ନବୀନ ସରକାରରେ ଚାଲିଥିଲା ଏକଛତ୍ରବାଦ । ପାୱାରଲେସ୍ ଥିଲେ ବିଧାୟକ, ସାଂସଦ । କିନ୍ତୁ ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି । ସେମାନଙ୍କ ଅଭିଯୋଗ ଆଉ କଥା ଶୁଣିବାକୁ ଖୋଲିବ ସ୍ପେଶାଲ ସେଲ୍ ।

undefined

MP-MLAଙ୍କୁ ଗୁରୁତ୍ୱ ନଦେଲେ...

Advertisment

ମୋହନ ସରକାରରେ ଅଣଦେଖା ହେବନି ଲୋକ ପ୍ରତିନିଧିଙ୍କ ଚିଠି ଓ ସୁପାରିଶ । ବିଧାୟକ ଓ ସାଂସଦଙ୍କ ଅଭିଯୋଗର ସମାଧାନ ଲାଗି ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍ । ନବୀନ ସରକାର ସମୟରେ ଅଲୋଡ଼ା ହୋଇପଡ଼ିଥିବା ବୁକ୍ ସର୍କୁଲାର-୪୭କୁ କଡ଼ାକଡ଼ି ପାଳନ କରିବାକୁ ସବୁ ବିଭାଗକୁ ଆସିଛି ନିର୍ଦ୍ଦେଶ । ତେବେ କ’ଣ ଏହି ବୁକ୍ ସର୍କୁଲାର, ବିଧାୟକ ଓ ସାଂସଦଙ୍କୁ ଏ ନିର୍ଦ୍ଦେଶାବଳୀ କେତେ ସଶକ୍ତ କରିବ ।

Advertisment

ନବୀନ ସରକାରରେ ଚାଲିଥିଲା ଏକଛତ୍ରବାଦ । ପାୱାରଲେସ୍ ଥିଲେ ବିଧାୟକ, ସାଂସଦ । କିନ୍ତୁ ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି । ସେମାନଙ୍କ ଅଭିଯୋଗ ଆଉ କଥା ଶୁଣିବାକୁ ଖୋଲିବ ସ୍ପେଶାଲ ସେଲ୍ । ସବୁ ବିଭାଗରେ ସ୍ପେଶାଲ ସେଲ୍ ଖୋଲିବାକୁ ସମସ୍ତ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଂସଦୀୟ ବ୍ୟାପାର ସଚିବ ସୁରେନ୍ଦ୍ର କୁମାର । ଓଟିଭି ହାତରେ ଲାଗିଛି ସେହି ଚିଠି । ବୁକ୍ ସର୍କୁଲାର-୪୭ରେ ଥିବା ପ୍ରାବଧାନ ଆଧାରରେ ସାଂସଦ ଓ ବିଧାୟକମାନଙ୍କୁ ପ୍ରାଶାସନିକ କଳ ସମ୍ମାନ ଦେବାକୁ ବାଧ୍ୟ ବୋଲି ଏହି ଚିଠିରେ ସତର୍କ କରାଯାଇଛି । ଏହି ସେଲ୍ ଦାୟିତ୍ୱରେ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ଡିଲିଙ୍ଗ୍ ଅଫିସର ମଧ୍ୟ ନିଯୁକ୍ତି ପାଇବେ । ଯିଏ ସାଂସଦ ଓ ବିଧାୟକମାନଙ୍କ ଚିଠି, ସୁପାରିଶ ଓ ଅନ୍ୟାନ୍ୟ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବେ ।

ଅଧିକ ପଢ଼ନ୍ତୁ: ୩ ଦିନ ଧରି ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ IAS ବିଷ୍ଣୁପଦ ସେଠୀ

ସମ୍ପୃକ୍ତ ବିଭାଗ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଜିଲ୍ଲା-ବ୍ଲକସ୍ତରୀୟ ଅଫିସ୍ ମଧ୍ୟ ଚିଠି ଓ ସୁପାରିଶ ଉପରେ କ’ଣ ପଦକ୍ଷେପ ନେଇଛନ୍ତି, ପ୍ରତି ମାସ ୧୦ ତାରିଖରେ ବିଭାଗକୁ ଜଣାଇବେ । ଯାହାକୁ ସମ୍ପୃକ୍ତ ବିଭାଗ ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରତିମାସର ୧୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ପଠାଇବ । ମୁଖ୍ୟ ସଚିବ ନିଜେ ପ୍ରତିମାସର ୨୦ ତାରିଖରେ ଏହାର ସମୀକ୍ଷା କରିବେ । ଯେଉଁ ସବୁ ଚିଠି ଉପରେ କାର୍ଯାନୁଷ୍ଠାନ ନିଆଯାଇଛି ତାହା ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଏକ ସ୍ୱତନ୍ତ୍ର ରିପୋର୍ଟ ମାଧ୍ୟମରେ ବିଭାଗଗୁଡ଼ିକ ଜଣାଇବାକୁ କୁହାଯାଇଛି । ଯଦି ବୁକ୍ ସର୍କୁଲାର-୪୭ ଉଲ୍ଲଘଂନ ହୋଇଥିବାର କୌଣସି ପ୍ରମାଣ ମିଳେ ତା’ହେଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଖାଲି ବିଧାୟକ- ସାଂସଦଙ୍କ ଚିଠି ଆଉ ସୁପାରିଶ ଉପରେ ପଦକ୍ଷେପ ନୁହେଁ, ବୁକ୍ ସର୍କୁଲାର-୪୭ର ପ୍ରାବଧାନ ଆଧାରରେ, ବିଧାୟକ ଓ ସାଂସଦମାନଙ୍କୁ ସରକାରୀ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେବାକୁ ବାଧ୍ୟ । ଯଦି କେହି ବିଧାୟକ ଓ ସାଂସଦ କୌଣସି ଅଫିସକୁ ଯାଉଛନ୍ତି ସମ୍ପୃକ୍ତ ଅଧିକାରୀ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ ଓ ବିଦାୟ ଜଣାଇବେ । ଯଦି ଫୋନ୍ କରିବେ ତାକୁ ମଧ୍ୟ ଗୁରୁତ୍ୱର ସହ ଶୁଣିବେ ଅବା ସଙ୍ଗେସଙ୍ଗେ କଲ୍ ବ୍ୟାକ୍ କରିବେ। ଯାହାକୁ ସେମାନେ ଏକ ରେଜିଷ୍ଟରରେ ପଞ୍ଜିକରଣ କରିବେ ଦର୍ଶାଇ ୨୦୦୫ର ଏକ ନିୟମାବଳୀକୁ ବିଭାଗ ଗୁଡିକୁ ପଠାଯାଇଛି। ଏହି ନିୟମ ଦ୍ୱାରା ଜନ ମଙ୍ଗଳକାରୀ ବିକାଶମୂଳକ କାର୍ଯ୍ୟକ୍ରମ ଗତିଶୀଳ ହେବା ସହ ପ୍ରଶାସନ କଳ ସହିତ ରାଜନେତାମାନଙ୍କର ଗଠନମୂଳକ ସଂପର୍କ ସମ୍ଭବ ବୋଲି କହିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ।

ବଡ଼ କଥା ହେଲା ବିଜେଡି ଶାସନ କାଳରେ ଅଘୋଷିତ ଭାବେ ବିଧାୟକ ଏବଂ ସାଂସଦମାନଙ୍କୁ ପାୱାରଲେସ୍‌ କରି ନିଜେ ଭି.କେ. ପାଣ୍ଡିଆନ କ୍ଷମତାକେନ୍ଦ୍ର ପାଲଟିଥିଲେ। ଏମିତିକି ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ବେଳେ ବିଧାୟକ ସାଂସଦମାନଙ୍କୁ ଗୌଣ କରାଯିବା ସହ ବିଭିନ୍ନ ସମୟରେ ସେମାନଙ୍କୁ ଅପମାନିତ ହେବାକୁ ପଡ଼ୁଥିଲା । ନିର୍ବାଚିତ ଲୋକ ପ୍ରତିନିଧିଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ହଡ଼ପ କରିନିଆଯିବା ବିଷୟ ୨୪ ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଥିଲା । ତେବେ ମୋହନ ସରକାର ବୁକ୍ ସର୍କୁଲାର-୪୭କୁ କେତେ ସଫଳ କାର୍ଯ୍ୟକାରୀ କରୁଛନ୍ତି ତା ଉପରେ ନଜର ।

Advertisment

ଅଧିକ ପଢ଼ନ୍ତୁ: ୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ

MLAs MPs Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ