• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସି ସାରିଛି ସୁଭଦ୍ରା ଯୋଜନାର SOP । ଆସନ୍ତା ସେପ୍ଟେମ୍ବର ୧୭ ରୁ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା । ଏସ୍‌ଓପି ଅନୁସାରେ ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ନମ୍ବର ରହିବା ବାଧ୍ୟତାମୂଳକ । ସେହି ଏସ୍‌ଓପି ଆଧାରରେ ବର୍ତ୍ତମାନ ଆଧାର ସେଣ୍ଟରରେ ମହିଳାଙ୍କ ଭିଡ ।

ସମସ୍ତଙ୍କର ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ନଥିବାରୁ ବର୍ତ୍ତମାନ ଭାଳେଣି ପଡ଼ିଛି । ଅଧିକାଂଶ ମହିଳାଙ୍କ ମତରେ ଆଧାରରେ ସ୍ଵାମୀଙ୍କ ମୋବାଇଲ ନମ୍ବର ରହିଛି । ଏଣୁ ବର୍ତ୍ତମାନ ସୁଭଦ୍ରା ଯୋଜନା ଅନୁସାରେ, ଆଉ ଏକ ନମ୍ବର କିଣିବାକୁ ପଡ଼ିବ ଆଉ ମାସକୁ ମାସ ରିଚାର୍ଜ କରିବାକୁ ପଡ଼ିବ । ଏତେ ସବୁ ଖର୍ଚ୍ଚ ତୁଲାଇବା ପାଇଁ କେଉଁଠୁ ଟଙ୍କା ଆସିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା’ର SOP ପରେ ଆସିଲା ଗାଇଡଲାଇନ୍, ଜାଣନ୍ତୁ କେମିତି କରିବେ ଆବଦେନ

ସୁଭଦ୍ରା ଯୋଜନା ଆବେଦନ ପାଇଁ ଆଧାରରେ ମୋବାଇଲ ନମ୍ବର ନିହାତି ଆବଶ୍ୟକ । ଏପରି ଘୋଷଣା ପରେ ଆଧାର ସେଣ୍ଟରମାନଙ୍କରେ ଏବେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି । ବାରିପଦା ମ୍ୟୁନିସିପାଲଟିର ଆଧାର ପଞ୍ଜିକରଣ କେନ୍ଦ୍ର । କେବେ ହେଲେ ଏଠାରେ ଲୋକ ହେଉନଥିବା ବେଳେ ବର୍ତ୍ତମାନ ସୁଭଦ୍ରା ଯୋଜନା ପାଇଁ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି ।

ଦୂରଦୁରାନ୍ତରୁ ଆସି ଘଣ୍ଟା ଘଣ୍ଟା ଖରା ଆଉ ଗୁଳୁଗୁଳିରେ ଅପେକ୍ଷା କରି ରହୁଛନ୍ତି ସାଧାରଣ ଜନତା । ସୁଭଦ୍ରା ଯୋଜନା ପାଇଁ ନିଜ ଆଧାରରେ ନିହାତି ଭାବେ ଏକ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ ହୋଇଥିବା ଆବଶ୍ୟକ ବୋଲି ସରକାର SOP ଜାରି କରିଛନ୍ତି । ହେଲେ ରାଜ୍ୟରେ ଅଧିକାଂଶ ମହିଳାଙ୍କ ଆଧାରରେ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ ନାହିଁ ।

ଆଉ ତା’ର ଏପରି ଫଳାଫଳ ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଆଧାର ସେଣ୍ଟରମାନଙ୍କରେ ଏହିପରି ଶହ ଶହ ମହିଳାଙ୍କ ଭିଡ଼ ଲାଗୁଛି । ନିଜ ଆଧାରରେ ଏକ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ କରିବାକୁ ବ୍ୟାକୁଳ ହେଉଛନ୍ତି ସାଧାରଣ ଜନତା । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଅଧିକାଂଶ ମହିଳାଙ୍କର ମୋବାଇଲ ନାହିଁ କି ନମ୍ବର ନାହିଁ ।

ଏଣୁ ପୁଣି ଥରେ ଏକ ମୋବାଇଲ ସହ ନୂଆ ନମ୍ବର କିଣିବାକୁ ହେବ । ଅନ୍ୟପଟେ ଏତେ ସବୁ ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ମହିଳା । ପୂର୍ବରୁ ସ୍ଵାମୀ କିମ୍ବା ଘରର ଜଣେ କାହାରି ନମ୍ବର ରହୁଥିଲା । ଏବେ ନୂଆ ନମ୍ବର ପୁଣି ପ୍ରତି ମାସରେ ରିଚାର୍ଜ ମଧ୍ୟ କରିବାକୁ ପଡ଼ିବ, ଯାହା ବୋଝ ଉପରେ ନଳିତା ବିଡା ।

ବାରିପଦା ମ୍ୟୁନିସିପାଲଟି ଆଧାର ସେଣ୍ଟରର କର୍ମଚାରୀ କହିଛନ୍ତି ଦିନକୁ ଦୁଇ ଶହରୁ ଉର୍ଦ୍ଧ୍ୱ ଲୋକ ଆସୁଛନ୍ତି ଆଧାରରେ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ ପାଇଁ । କିନ୍ତୁ ତିନୋଟି ଟେବୁଲରେ ପ୍ରତିଦିନ କୋଡ଼ିଏରୁ ତିରିଶି ଜଣଙ୍କର ହୋଇପାରୁଛି ।

ଅଧିକ ପଢ଼ନ୍ତୁ: ସୁଭଦ୍ରା ଯୋଜନା: କେମିତି ଓ କେଉଁଠି କରିବେ ଆବେଦନ ? ଜାଣନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now