• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବଡ଼ ଖବର । ଆସିଲା ‘ସୁଭଦ୍ରା ଯୋଜନା’ ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା  । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା ଯୋଜନା’ ପାଇଁ ଆବେଦନ କରିପାରିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ବୋଲି ସୂଚନା ଜାରି ହୋଇଛି । 

କେମିତି କରିବେ ଆବେଦନ ? 

‘ସୁଭଦ୍ରା’ ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ ରହିଛି ।  ଅଫ୍‌ଲାଇନ୍‌ ଫର୍ମ ପୂରଣ ବା ଅନ୍‌ଲାଇନ୍‌ରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରବେ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ ଯାହାଦ୍ବାରା କରିପାରିବେ ଆବେଦନ । ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବାକୁ ପଡ଼ିବ  । 

ଏମାନେ ପାଇବେନି ସୁଭଦ୍ରା ସହାୟତା...

୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି । ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି । ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି । ସେହିପରି ଆୟକର ଦେଉଥିଲେ ବି ପାଇବେନି ସୁଭଦ୍ରା ସହାୟତା । ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି ।

ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ...

ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ୫ ହଜାର ଲେଖାଏଁ ବର୍ଷକୁ ୨ ଥର ମୋଟ ୧୦ ହଜାର ଟଙ୍କା ମିଳିବ । ବର୍ଷକୁ ୧୦ ହଜାର କରି ୫ ବର୍ଷ ଯାଏଁ ମିଳିବ ମୋଟ ୫୦ ହଜାର । ବର୍ଷକୁ ୨ ଥର ପ୍ରଥମ କିସ୍ତି ରାକ୍ଷୀ ଓ ୨ୟ କିସ୍ତି ମାର୍ଚ୍ଚ ୮ରେ ମିଳିବ । ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ ଟଙ୍କା ମିଳିବ ।


 

OTV is now on Whatsapp

Join and get latest news update delivered to you via whatsapp

Join Now