Advertisment

Attack on Himanshu Sahoo: ଆକ୍ରମଣ ଘଟଣାକୁ ନେଇ ଏମିତି କହିଲେ ବିଧାୟକ ହିମାଂଶୁ ସାହୁ...

ପ୍ରେସମିଟ କରି ଘଟଣାକୁ ନିନ୍ଦା କରିବା ସହ ପୋଲିସକୁ ସହଯୋଗ ଏବଂ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ହିମାଂଶୁ । ପ୍ରଣବ ପ୍ରକାଶ ଦାସଙ୍କ ନାଁ ନେଇ କହିଛନ୍ତି, ଯାଜପୁରରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ ।

ଅଦ୍ୟତନ ହୋଇଛି
Attack on MLA Himanshu Shekhar Sahoo

Attack on MLA Himanshu Shekhar Sahoo

Advertisment

ଗତକାଲିର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ପ୍ରେସମିଟ କରି ଘଟଣାକୁ ନିନ୍ଦା କରିବା ସହ ପୋଲିସକୁ ସହଯୋଗ ଏବଂ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ହିମାଂଶୁ । ପ୍ରଣବ ପ୍ରକାଶ ଦାସଙ୍କ ନାଁ ନେଇ କହିଛନ୍ତି, ଯାଜପୁରରେବିଜେଡିର ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ । ବିଜେପି ସରକାରରେ ଏଭଳି ଘଟଣାକୁ ବରଦାସ୍ତ କରେନି । ଏଣୁ ଆଇନ ତା ବାଟରେ ଯିବ, ସବୁ ଦୋଷୀଙ୍କୁ ଗିରଫ କରାଯିବ । 

Advertisment

ସେପଟେ ଘଟଣାର ତଦନ୍ତ ପାଇଁ ପୋଲିସ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଥିବା ବେଳେ, ୧୦ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନା ଆଗରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହିମାଂଶୁଙ୍କୁ ଯାଜପୁର ବୁଢାଘାଟ ଛକରେ ବବି ଦାସଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଛି। ତାଙ୍କୁ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ହିମାଂଶୁ। ସେ କହିଛନ୍ତି, ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ। ଯାହା ହେଲା ହେଲା କଂପ୍ରୋମାଇଜ୍ କରିଦିଅ ବୋଲି କହିଥିଲେ। ହିମାଂଶୁଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି । 

ଅଧିକ ପଢ଼ନ୍ତୁ: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ

କିନ୍ତୁ ଗତକାଲି ବିଧାୟକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ। ପ୍ରତିକ୍ରିୟାରେ ବବି କହିଛନ୍ତି, ସେ ଘଟଣାସ୍ଥଳରେ ନଥିଲେ। ବିରଜା ପ୍ରକଳ୍ପକୁ ନେଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ହୋଇଥିଲା । ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ଶୁଣିବାକୁ ପାଇଛି । କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବନି ବୋଲି କହିଥିଲେ ବବି। ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ କହିଛନ୍ତି, ଭାଇକୁ କହିଥିଲି ଥାନାରେ ଯାଇ ବସିବାକୁ। ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ। 

Advertisment

ସେପଟେ ଘଟଣାକୁ ନେଇ କାଲି ରାତିରେ ପ୍ରତିକ୍ରିୟା ରଖିଥିଲେ, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ। ଆକ୍ରମଣ ଘଟଣାକୁ ସ୍ବୀକାର କରିବା ସହ କହିଛନ୍ତି, ମା’ ବିରଜାଙ୍କ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବାବେଳେ ଧର୍ମଶାଳା ବିଧାୟକ ଆସିଥିଲେ। ଆନ୍ଦୋଳନକାରୀଙ୍କୁ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ବିଧାୟକ ହିମାଂଶୁ ସାହୁଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ କଥା ହୋଇଛି। ତା’ସହ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା ବି କରିଛି। ତେବେ ଏହା କୌଣସି ସୁଚିନ୍ତିତ ଯୋଜନା ନାହିଁ କି ସେଥିରେ ମୋର କୌଣସି ସଂପୃକ୍ତି ନାହିଁ ବୋଲି କହିଛନ୍ତି ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ତଥା ଲଲ।

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ତଦନ୍ତ କରୁଛି ପୋଲିସ । କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନା ଆଗରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ରାତିରେ ଯାଇ ଯାଜପୁରରେ ପହଞ୍ଚିଛନ୍ତି ଏଡିଜି ଲ-ଆଣ୍ଡ-ଅର୍ଡର ସଂଜୟ କୁମାର। ହିମାଂଶୁଙ୍କୁ ଯାଜପୁର ବୁଢାଘାଟ ଛକରେ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା । 

Advertisment
BJD Jajpur Attack MLA Pranab Prakash Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ