Advertisment

Sikkim Tragedy: ଦୁଇ ଦିନ ବିତିଲା, ସିକ୍କିମ୍ ଟ୍ରାଜେଡିରେ ନିଖୋଜ ୪ ଓଡ଼ିଆଙ୍କ ମିଳୁନି ପତ୍ତା

୪୮ ଘଣ୍ଟା ହେଲାଣି ଚାଲିଛି ଅନବରତ ଉଦ୍ଧାର କାର୍ଯ୍ୟ । ତୁହାକୁ ତୁହା ବର୍ଷା ଭିତରେ ଦିନ-ରାତି ଏକ୍ କରିଦେଇଛନ୍ତି ରେସ୍କ୍ୟୁ ଟିମ୍ । ହେଲେ ଏଯାଏଁ ସିକ୍କିମରେ ନିଖୋଜ ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ତା ମିଳିପାରିନି । ନିଖୋଜ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର।

author-image
Namita Biswal
ଅଦ୍ୟତନ ହୋଇଛି
Sikkim Tragedy

Sikkim Tragedy

ଦୁର୍ଘଟଣାକୁ ଦୁଇ ଦିନ ବିତିଲା । ଏଯାଏଁ ସିକ୍କିମରେ ନିଖୋଜ ପର୍ଯ୍ୟଟକଙ୍କ ପତ୍ତା ମିଳିପାରିନି । ନିଖୋଜ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର । ଲଗାଣ ବର୍ଷା ଯୋଗୁଁ ତିସ୍ତା ନଦୀର ଜଳସ୍ତର ବଢୁଥିବା ବେଳେ ତାରି ଭିତରେ ଚାଲିଛି ରେସକ୍ୟୁ ଅପରେସନ୍ । ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ଲାଗିଛି ସେନା ଓ ଏନଡିଆରଏଫ୍ । ସେପଟେ ଓଡ଼ିଶା ପକ୍ଷରୁ ସିକ୍କିମ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ସ୍ଥିତି ପରଖିବା ସହ ଆହତଙ୍କୁ ଭେଟିଛନ୍ତି ।

Advertisment

୪୮ ଘଣ୍ଟା ହେଲାଣି ଚାଲିଛି ଅନବରତ ଉଦ୍ଧାର କାର୍ଯ୍ୟ । ତୁହାକୁ ତୁହା ବର୍ଷା ଭିତରେ ଦିନ-ରାତି ଏକ୍ କରିଦେଇଛନ୍ତି ରେସ୍କ୍ୟୁ ଟିମ୍ । ସେନା, NDRF, ITBP ଯବାନଙ୍କ ସହ ସ୍ଥାନୀୟ ପୋଲିସ, ପ୍ରଶାସନ, ଅଗ୍ନିଶମ ବାହିନୀ, ସମସ୍ତେ ଲାଗିପଡ଼ିଛନ୍ତି । ସମସ୍ତଙ୍କ ନଜର ତିସ୍ତା ନଦୀର ପ୍ରଖର ସୁଅ ଭିତରେ ବୁଡ଼ି ରହିଥିବା ଏହି ଗାଡ଼ି ଉପରେ । ହୁଏତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ନିଖୋଜ ବ୍ୟକ୍ତି ଥାଇପାରନ୍ତି, ସେହି ଆଶଙ୍କାରେ ପ୍ରଥମେ ଗାଡ଼ିକୁ ଉଦ୍ଧାର କରିବାକୁ ଚାଲିଛି ଉଦ୍ୟମ । ଘଟଣାସ୍ଥଳରେ କ୍ରେନ୍ ପହଁଚିବା ସମ୍ଭବ ନଥିବାରୁ ବିପଜ୍ଜନକ ଭାବେ ଦଉଡ଼ି ବାନ୍ଧି ଗାଡ଼ିକୁ ଟାଣି ବାହାର କରାଯାଉଛି । 

ଅଧିକ ପଢନ୍ତୁ: IPL ଫାଇନାଲକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ମମତା; କହିଲେ, ‘ମୁଁ ମୁହଁ ଖୋଲିବି ଯଦି...’ 

Advertisment

ହେଲେ ଏଥିରେ ବାଧକ ସାଜିଛି ଉଛୁଳୁଥିବା ତିସ୍ତା ନଦୀ । ଲଗାଣ ବର୍ଷା ଯୋଗୁଁ ୪ ଫୁଟ ବଢିଛି ନଦୀର ଜଳସ୍ତର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ବି ଜାରି କରିସାରିଛି । ସ୍ଥାନେ ସ୍ଥାନେ ଭୂସ୍ଖଳନ ଭୟ ବଢାଉଛି । ଏସବୁ ଭିତରେ ଚାଲିଛି ନନଷ୍ଟପ୍ ରେସକ୍ୟୁ ଅପରେସନ୍। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ସିକ୍କିମରେ ପହଁଚି ସ୍ଥିତି ପରଖିଛନ୍ତି ୨ ବରିଷ୍ଠ ଅଧିକାରୀଙ୍କ ଟିମ୍ । ଅତିରିକ୍ତ ପରିବହନ କମିଶନର ଦିପ୍ତୀରଞ୍ଜନ ପାତ୍ର ଓ ଯୁଗ୍ମ କମିଶନର୍ ବିକାଶ ଚୌଧୁରୀ ଗ୍ୟାଙ୍ଗଟକ୍ ହସ୍ପିଟାଲରେ ଚିକିତ୍ସିତ ୨ ଓଡ଼ିଆ ନାବାଳକଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା କଥା ବୁଝିଛନ୍ତି। 

ଏବେ ବି ନିଖୋଜ ଅଛନ୍ତି ଯାଜପୁର ବିଜେପି ନେତ୍ରୀ ଇତିଶ୍ରୀ ଜେନା, ତାଙ୍କ ବଡ଼ ପୁଅ ସାହିଲ ଏବଂ ୨ ଓଡ଼ିଆ ଦମ୍ପତି ଅଜିତ ନାୟକ ଓ ସୁନୀତା । ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ସିକ୍କିମ ସିଏମଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋରେଇ ବିଧାୟକ ଆକାଶ ଦାସ ନାୟକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇତିଶ୍ରୀ ଜେନାଙ୍କ ପରିବାରଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଦୁଇ ଗୁରୁତରଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ନେଇ ଆଲୋଚନା କରିଛନ୍ତି। 

ସୁରକ୍ଷିତ ଭାବେ ଇତିଶ୍ରୀଙ୍କ ପରିବାରର ଫେରିବା ବାଟକୁ ଅପେକ୍ଷା କରିଛି ପୂରା ଯାଜପୁର। ଦୀପଦାନ କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ପରିବାର, ସମ୍ପର୍କୀୟ ଓ ବ୍ୟାସନଗର ବିଜେପି। 

ଗୁରୁବାର ରାତି ପ୍ରାୟ ୮ଟା। ୨ଟି ଗାଡିରେ କିଛି ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ସହ ଲାଚେନରୁ ଲାଚୁଙ୍ଗ ଫେରୁଥିଲେ ଇତିଶ୍ରୀଙ୍କ ପରିବାର । ସେଥିରୁ ଗୋଟିଏ ଗାଡ଼ି ଘାଟି ରାସ୍ତାରୁ ତୀସ୍ତା ନଦୀରେ ଖସିପଡିଥିଲା । ଡ୍ରାଇଭରଙ୍କ ସହ ୧୧ଜଣ ଗାଡ଼ି ସହ ବୁଡ଼ି ଯାଇଥିଲେ । ପରେ ଦୁର୍ଘଟଣାସ୍ଥଳରୁ ଗୋଟିଏ ମୃତଦେହ ମିଳିଥିବା  ବେଳେ ୨ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇଛି ।

ଅଧିକ ପଢନ୍ତୁ: ମାତିଛନ୍ତି ଲୁଟେରା; ଲୁଟିନେଲେ ୪ ଶହ ମୋବାଇଲ, ଛାଡିଗଲେ ଚାର୍ଜର! 

Road Accident Sikkim Bjp Leader Odisha
Advertisment
Advertisment