Jagannath Temple
ଦୀଘା ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ । ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଇପାରେ । ଦୀଘା ଜଗନ୍ନାଥ ମନ୍ଦିର ନେଇ କିଛି ଦିନ ହେବ ଦ୍ବନ୍ଦ୍ବାତ୍ମକ ତଥ୍ୟ ପ୍ରଚାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିର ହେବା, ଏହାକୁ ଜଗନ୍ନାଥ ଧାମ ନାମ ଦେବା, ଏଠାରୁ ଯାଇ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁକାଠରେ ପ୍ରତିମା ନିର୍ମାଣ ହେବା ଚର୍ଚ୍ଚା ବିଷୟ ତାଙ୍କୁ ବ୍ୟଥିତ କରିଥିବା ମନ୍ତ୍ରୀ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି । ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ଅନ୍ତରୀଣ ରିପୋର୍ଟ ଦେବାକୁ ଶ୍ରାମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ ।
ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ। ଦୀଘାରେ ପଶ୍ଚିମବଙ୍ଗ ସରକାର ପ୍ରତିଷ୍ଠା କରିଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ କିଛି ଦଇତାପତି ସେବାୟତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସେହିପରି ପଥର ନିର୍ମିତ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯାଇଥିବା ଚର୍ଚ୍ଚା ହେଉଛି, ଯାହା ବିଧି ସମ୍ମତ ନୁହଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର।
ଅଧିକ ପଢ଼ନ୍ତୁ: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ, ପ୍ରତିଷ୍ଠା ପାଇଁ ଯୋଗ୍ୟତା ଅଛି ତ ?
ଦୀଘାରେ ନୂଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବେଳେ ପଥରମୂର୍ତ୍ତିରେ ବ୍ରହ୍ମ ସ୍ଥାପନକୁ ନେଇ ବର୍ଷିଛନ୍ତି ପୁରୀର ବହୁ ବରିଷ୍ଠ ସେବାୟତ । ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି । ବ୍ରହ୍ମ କେବଳ ଶ୍ରୀମନ୍ଦିରରେ ଅଛି । ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ନାହିଁ । ଯେଉଁ ଦଇତାପତି ସେବାୟତମାନେ ପୁରୀରୁ ଦୀଘା ମନ୍ଦିର ପ୍ରତିଷ୍ଠା କରିବାକୁ ଯାଇଛନ୍ତି, ସେମାନେ ଯଜମାନ ହିସାବରେ ଯାଇଥାଇପାରନ୍ତି ବୋଲି ସେ କହିଛନ୍ତି । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ପ୍ରାୟ ୨୦୦ ଦଇତାପତି ପୁରୀରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ / ୮ ଜଣ ଯାଇଛନ୍ତି ।
ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବକୁ ଛଡାଇ ନିଆଯିବାର ଅପଚେଷ୍ଟା ହୋଇଥିବା ସେ କହିଛନ୍ତି । ରସଗୋଲା ପରେ ଜଗନ୍ନାଥ ଧାମକୁ ନିଜର କହିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପଚେଷ୍ଟା କରିଛନ୍ତି । ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଯେଉଁମାନେ ଦୀଘା ଯାଇଛନ୍ତି, ସେମାନଙ୍କର ପୂଜା କରିବାର ଅଧିକାର ନଥିବା ସେ କହିଛନ୍ତି । ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ ମଧ୍ୟ ଦୀଘା ମନ୍ଦିରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଅନ୍ୟ ମନ୍ଦିରରେ କେବଳ ତୁଳସୀ ଚନ୍ଦନରେ ପୂଜା କରାଯାଉଛି । ବ୍ରହ୍ମ କେଉଁଠି ପରିବର୍ତ୍ତନ ହୁଅନ୍ତିନି । ସବୁଠି ଜଗନ୍ନାଥ ମନ୍ଦିରରେ କାଠରେ ଚତୁର୍ଦ୍ଧା ବିଗ୍ରହ ପୂଜା ପାଉଛନ୍ତି । ଏହା ହେଉଛି ବିଧି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746190896.jpg)