କୋଣାର୍କରେ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି ।
ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ତରଫରୁ ସମ୍ମିଳନୀର ତୃତୀୟ ସଂସ୍କରଣ କୋଣାର୍କରେ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ୧୬ଟି ରାଜ୍ୟର ଖଣିମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
Also Read
ଅନ୍ୟପଟେ ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀଙ୍କ ସମେତ ସେମାନଙ୍କ ପ୍ରତିନିଧିଙ୍କ ଭିଡ ଦେଖିବାକୁ ମିଳିଥିଲା । ମନ୍ତ୍ରୀମାନେ କୋଣାର୍କରେ ହେବାକୁ ଥିବା ୨ ଦିନିଆ ଖଣି ସମ୍ମିଳନୀରେ ଯୋଗ ଦେବେ । ୧୬ଟି ରାଜ୍ୟର ଖଣିମନ୍ତ୍ରୀ ଏବଂ ସେମାନଙ୍କ ପ୍ରତିନିଧି ଏଥିରେ ସାମିଲ ହେବେ । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ ଆୟୋଜିତ ତୃତୀୟ ସମ୍ମିଳନୀରେ ଖଣି ସମ୍ବନ୍ଧିତ ବିଭିନ୍ନ ବିଷୟବସ୍ତୁ ଯେମିତିକି ମାଇନିଙ୍ଗ ,ଟେନମେଣ୍ଟ ସିଷ୍ଟମ ମଡେଲ , ନୂଆ ଷ୍ଟାର୍ଟଅପ, ଜିଏମ ଓ ଜିଆର୍ ହସ୍ତାନ୍ତର ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ ।
ଅଧିକ ପଢ଼ନ୍ତୁ: ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...
ସେପଟେ ଆଜିର ସମ୍ମିଳନୀରେ ନିଜର ଜିଓଲୋଜିକାଲ ରିପୋର୍ଟକୁ ସମ୍ମିଳନୀରେ ଉପସ୍ଥାପନ କରିବ ଛତିଶଗଡ଼ । ଏ ନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ । ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି 'ଲିଥିଅମ ଉତ୍ତୋଳନରେ ଛତିଶଗଡ଼ ପ୍ରଥମ ରାଜ୍ୟ ଭାବରେ ଟେଣ୍ଡରିଂ କରିଛି । ସେଥିପାଇଁ ଛତିଶଗଡ଼ ମାଇନିଂ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଛତିଶଗଡ଼ରେ ଆମ ରାଜ୍ୟ ୮ ଟି ସୁନା ବ୍ଲକ୍ ମଧ୍ୟ କରିପାରିଛି । ଛତିଶଗଡରେ ଏ ବ୍ୟବସ୍ଥା କିପରି ସଫଳତା ପାଇଛି ଆମେ ଏହାକୁ ବୈଠକରେ ଉପସ୍ଥାପନ କରିବୁ ।' ଏହାସହ ଓଡ଼ିଶାରେ ନିକଟରେ ଲିଥିୟମ ମିଳିଥିବାରୁ ଓଡ଼ିଶାକୁ ଶୁଭେଛା ଜଣାଇଛନ୍ତି ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜୟସ୍ବାଲ୍ ।