/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753193500.jpg)
masala Jhal Muri
ଝାଲମୁଢ଼ି ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଲୋକପ୍ରିୟ ଏକ ସ୍ୱାଦିଷ୍ଟ ଓ ସହଜରେ ପ୍ରସ୍ତୁତ ହେଉଥିବା ଖାଦ୍ୟ। ଏହା ମୁଖ୍ୟତଃ ମୁଢ଼ି, ବିଭିନ୍ନ ପ୍ରକାର ମସଲା, ତେଲ ଓ କିଛି ପରିବା ମିଶାଇ ତିଆରି କରାଯାଏ। ଛୋଟପିଲାଙ୍କୁ ଝାଲ ମୁଢ଼ି ଖାଇବାକୁ ଖୁବ ଭଲ ଲାଗେ । ଅନେକ ଜାଗାରେ ରାସ୍ତା କଡ଼ରେ ମସଲା ଝାଲମୁଢ଼ି ବିକାଯାଏ ।
ଆବଶ୍ୟକ ସାମଗ୍ରୀ:
ମୁଢ଼ି -୨-୩ କପ୍
ପିଆଜ - ୧ଟି (ଛୋଟ ଛୋଟ କାଟି ରଖନ୍ତୁ)
ଟମାଟୋ - ୧ଟି (ଛୋଟ ଛୋଟ କାଟି ରଖନ୍ତୁ)
କାକୁଡ଼ି - ୧/୨ (ଛୋଟ ଛୋଟ କାଟି ରଖନ୍ତୁ, ଇଚ୍ଛା ଅନୁସାରେ)
କଞ୍ଚା ଲଙ୍କା - ୧-୨ଟି (ଛୋଟ ଛୋଟ କାଟି ରଖନ୍ତୁ)
ଧନିଆ ପତ୍ର – ଅଳ୍ପ କାଟିକି ରଖନ୍ତୁ
କିଛି ଛଣା ସେଉ
ଶୁଖିଲା ମସଲା
ଲୁଣ - ସ୍ୱାଦ ଅନୁସାରେ
ଲଙ୍କା ଗୁଣ୍ଡ - ୧/୨ ଚାମଚ
ଜିରା ଗୁଣ୍ଡ - ୧/୨ ଚାମଚ (ଶୁଖିଲା ଜିରାକୁ ଭାଜି ଗୁଣ୍ଡ କରି ରଖନ୍ତୁ)
ଚାଟ୍ ମସଲା - ୧/୨ ଚାମଚ (ଇଚ୍ଛାନୁସାରେ)
ବାଦାମ - ୨-୩ ଚାମଚ (ଭାଜି ରଖନ୍ତୁ)
ତେଲ (ସୋରିଷ ତେଲ) ୧-୨ ଚାମଚ
ଲେମ୍ବୁ ରସ - ୧/୨ ଚାମଚ (ଇଚ୍ଛାନୁସାରେ)
ଝାଲମୁଢ଼ି ପ୍ରସ୍ତୁତ ପ୍ରଣାଳୀ
-ଏକ ବଡ଼ ପାତ୍ରରେ ୨-୩ କପ୍ ମୁଢ଼ି ନିଅନ୍ତୁ। ମୁଢ଼ିରେ କାଟି ରଖିଥିବା ପିଆଜ, ଟମାଟୋ, କାକୁଡ଼ି, କଞ୍ଚା ଲଙ୍କା ଓ ଧନିଆ ପତ୍ର ମିଶାନ୍ତୁ। ଇଚ୍ଛା ହେଲେ କଞ୍ଚା ଆମ୍ବ କିମ୍ବା ଗାଜର ମଧ୍ୟ ମିଶାଇ ପାରିବେ।
-ଏଥିରେ ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଓ ଚାଟ୍ ମସଲା ମିଶାନ୍ତୁ। ସ୍ୱାଦ ଅନୁସାରେ ମସଲାର ପରିମାଣ ବଢ଼ାଇ ପାରିବେ କିମ୍ବା କମାଇ ପାରିବେ।
-୧-୨ ଚାମଚ ସୋରିଷ ତେଲ ମିଶାନ୍ତୁ। ୧/୨ ଚାମଚ ଲେମ୍ବୁ ରସ ମିଶାଇ ଏହାକୁ ଅଧିକ ଚଟପଟା କରିପାରିବେ ।
-ପରେ ବାଦାମ , ଛଣା ସେଉ ମିଶାନ୍ତୁ । ଏହା ଝାଲମୁଢ଼ିକୁ ଆହୁରି ସ୍ୱାଦିଷ୍ଟ କରିଥାଏ। ପରେ ସବୁକୁ ଭଲ ଭାବରେ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ମସଲା ଝାଲମୁଢ଼ି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)