Advertisment

12 New NACs:୧୨ ନୂଆ NAC ପାଇଁ ଚିଠା ବିଜ୍ଞପ୍ତି ପରେ ବି ଅସନ୍ତୋଷ,ଆଶା ବାନ୍ଧିଥିବା ବଞ୍ଚିତ ସହରରେ ପ୍ରତିବାଦର ସ୍ବର ତୀବ୍ର

ଘୋଷଣାର କିଛି ଘଣ୍ଟା ନ ଯାଉନୁ ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିବାଦ ଓ ଆନ୍ଦୋଳନର ଧମକ । ତାଲିକାରେ କଟକର ସାଲେପୁର, ବାଲେଶ୍ବରର ଖଇରା, ବଲାଙ୍ଗିରର ସଇଁତଳା, ଭଦ୍ରକର ଆଗରପଡା ଏବଂ ଗଞ୍ଜାମର ଶେରଗଡ ନ ଥିବାରୁ ଏହାକୁ ନେଇ ସେଠାକାର ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।

author-image
Manasranjan Mohanty
nacs

nacs

ରାଜ୍ୟରେ ଆଉ ୧୨ ନୂଆ NAC ଗଠନ ନେଇ ଡ୍ରାଫ୍ଟ ନୋଟିସ୍ ପରେ ଅଧିକାଂଶ ସ୍ଥାନରେ ଏମିତି ଅସନ୍ତୋଷ ଦେଖିବାକୁ ମିଳିଛି। କେଉଁଠି ଏନଏସି ଗଠନ ନେଇ ସେଲିବ୍ରେସନ୍ ହୋଇଥିବା ବେଳେ ଆଉ କେଉଁଠି ଆନ୍ଦୋଳନର ଧମକ । ସ୍ବାଧୀନତା ଦିବସ ଭାଷଣରେ ମୁଖ୍ୟମନ୍ତ୍ରୀ ୨୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ପ୍ରସ୍ତାବ ଥିବା କହିବାର ଦିନକ ପରେ ଗତକାଲି ୭ ଜିଲ୍ଲାରେ ୧୨ NAC ପାଇଁ ଡ୍ରାଫ୍ଟ ନୋଟସ ଜାରି କରିଥିଲା ନଗର ଉନ୍ନୟନ ବିଭାଗ । ଏହାକୁ ନେଇ ୩୦ଦିନ ଭିତରେ ସ୍ଥାନୀୟ ଲୋକ ଅଭିଯୋଗ ଓ ପ୍ରସ୍ତାବ ଦେବା ପାଇଁ ଏଥିରେ ଉଲ୍ଲେଖ ରହିଛି ।

Advertisment

ଘୋଷଣାର କିଛି ଘଣ୍ଟା ନ ଯାଉନୁ ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିବାଦ ଓ ଆନ୍ଦୋଳନର ଧମକ । ତାଲିକାରେ କଟକର ସାଲେପୁର, ବାଲେଶ୍ବରର ଖଇରା, ବଲାଙ୍ଗିରର ସଇଁତଳା, ଭଦ୍ରକର ଆଗରପଡା ଏବଂ ଗଞ୍ଜାମର ଶେରଗଡ ନ ଥିବାରୁ ଏହାକୁ ନେଇ ସେଠାକାର ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।

ରାଜ୍ୟରେ ବର୍ତ୍ତମାନ ୧୧୫ଟି ସ୍ଥାନୀୟ ପୌରସଂସ୍ଥା ବା ଅର୍ବାନ ଲୋକାଲ୍ ବଡି ଥିବା ବେଳେ ଏଥିମଧ୍ୟରୁ ୬୨ଟି ହେଉଛି ଏନଏସି । ଆଉ ଏବେ ଏଥିରେ ଆଉ ୧୨ଟି ଏନଏସି ଯୋଡି ହେବାକୁ ଯାଉଛି । ଅନୁଗୋଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ୱରର ସିମୁଳିଆ ଏବଂ ବସ୍ତା, ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଏବଂ ରେଙ୍ଗାଲି, ଭଦ୍ରକ ଜିଲ୍ଲାର ତିହିଡ଼ି ଏବଂ ଧୂଷୁରୀକୁ ଏନଏସି ମାନ୍ୟତା ମିଳିବାକୁ ଯାଉଛି।

Advertisment

ତେବେ ସରକାରଙ୍କ ଏହି ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେଡି କହିଛି ପ୍ରଥମେ ପୂର୍ବ ସରକାର ସମୟରେ ଘୋଷଣା ହୋଇଥିବା ଏନଏସିକୁ କାର୍ଯ୍ୟକାରୀ କରନ୍ତୁ, ନଚେତ୍ ସବୁଠି ବିରୋଧ ହେବ। ବିଜେଡି କଥାରେ ସ୍ବର ମିଳାଇ କଂଗ୍ରେସ କହିଛି ବଡ଼ ବଡ଼ ବ୍ଲକକୁ NAC ଏବଂ ମ୍ୟୁନିସିପାଲଟି କରାଯିବା ଦରକାର । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବାକି NAC ଘୋଷଣା ଖୁବ ଶୀଘ୍ର ହେବ ।

ଗତ ଜୁଲାଇ ମାସରେ ରଥଯାତ୍ରା ବେଳେ ରାଜ୍ୟ ସରକାର ପୁରୀ ସହରକୁ ମହାନଗରର ମାନ୍ୟତା ଦେଇଛନ୍ତି। ରାଜ୍ୟରେ ଏବେ ୧୭% ସହରାଞ୍ଚଳ ଥିବାବେଳେ ୨୦୩୬ ମସିହା ସୁଦ୍ଧା ଏହାକୁ ୪୦ ଏବଂ ୨୦୪୭ ସୁଦ୍ଧା ୬୦ ପ୍ରତିଶତରେ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି ସରକାର । ତେଣୁ ଆଗାମୀ ଦିନରେ ନୂଆ ଏନ୍ଏସି, ମ୍ୟୁନିସପାଲଟି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

Odisha
Advertisment
Related Articles
Advertisment