• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ । ମୋ ଧନ ମୋତେ ଛାଡ଼ି ଚାଲିଗଲା । ବୋହୂର ନିର୍ଯାତନା ସହି ନ ପାରି ମୋ ପୁଅ ଜୀବନ ହାରିଦେଲା କହି ମୁଣ୍ଡ ବାଡେଇ ଦେଉଛି । ସେପଟେ ମୃତ୍ୟୁ ପୂର୍ବରୁ ରାମଚନ୍ଦ୍ର ପୋଷ୍ଟ କରିଥିବା ଭିଡିଓ ସମସ୍ତଙ୍କୁ ଅଥୟ କରିଦେଉଛି ।

Also Read

ଅଧିକ ପଢ଼ନ୍ତୁ: ଦୁର୍ଘଟଣାରେ ଗଲା ବାପା-ମା’ଙ୍କ ଜୀବନ, ଆଖି ସାମ୍ନାରେ ଦେଖିଲା କୁନି ପୁଅ

ସ୍ତ୍ରୀର ନିର୍ଯାତନା ରାମଚନ୍ଦ୍ରଙ୍କୁ ଏପରି ଅଥୟ କରିଥିଲା ଯେ, ଚରମ ନିଷ୍ପତ୍ତି ନେବାକୁ ସେ ପଛାଇ ନାହାନ୍ତି । ବାପା, ମାଆ, ଆଉ ଜନ୍ମ କଲା ଝିଅକୁ ପର କରି ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି । ରାମଚନ୍ଦ୍ରଙ୍କ ଏପରି ନିଷ୍ପତ୍ତି ପଛରେ କ’ଣ ହୋଇପାରେ କାରଣ ? କାହିଁକି ବୋହୂ ମାଗିଥିଲା ୨୦ ଲକ୍ଷ ଟଙ୍କା ? ଭଲପାଇ ବାହା ହୋଇ ବି କାହିଁକି ଦେଉଥିଲେ ନିର୍ଯାତନା ? ବୋହୂ ପଛରେ ଆଉ କିଏ କିଏ ଅଛନ୍ତି ?

ଦୁଇ ବର୍ଷ ତଳେ ଖୋର୍ଦ୍ଧା ନୂଆସାହିର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ରାମଚନ୍ଦ୍ର । ବାହାଘର ବେଳେ ରାମଚନ୍ଦ୍ରଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ ଏହି ଯୁବତୀ । ଏ ଟଙ୍କା ପରେ ଫେରାଇ ଦେବେ ନ ହେଲେ, ତାଙ୍କ ନାଁରେ କିଛି ଜମି କରିଦେବେ ବୋଲି ଏହି ଯୁବତୀ ଏବଂ ତାଙ୍କ ପରିବାର ଲୋକ କଥା ଦେଇଥିଲେ । ଏପରି ବୁଝାମଣା ଭିତରେ ଉଭୟଙ୍କ ବିବାହ ସରିଥିଲା, କିଛି ଦିନ ପରେ କୋଳକୁ ଝିଅଟିଏ ବି ଆସିଲା । ମାତ୍ର ରାମଚନ୍ଦ୍ର ଯେତେବେଳେ ଟଙ୍କା ମାଗିଥିଲେ ଆରମ୍ଭ ହୋଇଥିଲା ନିର୍ଯାତନା । ପରିବାରରେ ଅଶାନ୍ତି ସୃଷ୍ଟି କରି ବାପଘର ଚାଲି ଯାଇଥିଲେ ତାଙ୍କ ପତ୍ନୀ । ଏପରିକି ଫୋନ କଲ୍ ମାଧ୍ୟମରେ ବି ଧମକ ଦେଉଥିଲେ । ଟଙ୍କା ମାଗିଲେ ତୁମ ନାଁରେ ମିଛ ଯୌତୁକ ନିର୍ଯାତନାର କେସ୍ ଦେବା ସହ ତୁମକୁ ଓ ତୁମ ଝିଅକୁ ଜୀବନରୁ ମାରିଦେବି କହୁଥିଲେ । ଘଟଣା ଦିନ ମଧ୍ୟ ରାମଚନ୍ଦ୍ରଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ ତାଙ୍କ ପତ୍ନୀ, ଯାହାର କଲ୍ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ସମାଜ ପାଇଁ ଏହା ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଆଇନ କାନୁନର ଧମକ ଦେଇ ସ୍ତ୍ରୀମାନେ ସ୍ୱାମୀମାନଙ୍କୁ ନିର୍ଯାତନା ଦେଉଛନ୍ତି । ନିକଟରେ ବେଙ୍ଗାଲୁରୁରେ ଏପରି ସମାନ ଘଟଣା ଘଟିଥିଲା । ତେଣୁ ଏକ ସୁସ୍ଥ ସମାଜ ପାଇଁ ଏଭଳି ଘଟଣା ଉପରେ ରୋକ୍ ଲାଗିବା ନିହାତି ଜରୁରୀ । ସେପଟେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।