Advertisment

Ratna Bhandar: କାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଫୋକସ୍

ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି ।

undefined

କାଲିଠୁ ରତ୍ନଭଣ୍ଡାର ମରାମତି

Advertisment

କାଲିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମରାମତି କାମ। ଦୈନିକ ୫ ଘଣ୍ଟା ଧରି ମରାମତି କାମ ହେବାକୁ ଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରୀଜୀଉଙ୍କ ଶୃଙ୍ଖଳିତ ନୀତି ନିର୍ଘଣ୍ଟ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଆଇନ ମନ୍ତ୍ରୀ, କହିଛନ୍ତି ଆଗାମୀ ଶହେ ବର୍ଷ ପାଇଁ ଯେଭଳି କୌଣସି ସମସ୍ୟା ନରୁହେ, ତାକୁ ଦୃଷ୍ଟିରେ ରଖି ମରାମତି କରାଯାଉଛି ।

Advertisment

ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି । ସେପଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ । ଉପସ୍ଥିତ ରହିବେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ୍‌ ଉପସ୍ଥିତ ରହିବେ। ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ । ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବନାହିଁ ।

ଅଧିକ ପଢ଼ନ୍ତୁ: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ

Advertisment

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଭିତର ଭଣ୍ଡାର ମରାମତି ହେବ । ଏଥିପାଇଁ ପ୍ରଥମେ ଭାରାବନ୍ଧା କାମ ହେବ, ଏହାପରେ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ। ଏହାପରେ ଯେଉଁ ଯେଉଁ ସ୍ଥାନରେ ଫାଟ ଅଛି ତାର ମରାମତି ହେବ। ପଥର ପ୍ରଭାବିତ ହୋଇଥିଲେ, ରିପ୍ଲେସ୍ କରାଯିବ। ସେହିପରି ଚଟାଣର ଅନେକ ସ୍ଥାନରେ ମୂଷା ଗାତ ଥିବାରୁ, ସଂପୂର୍ଣ୍ଣ ଚଟାଣର ମଧ୍ୟ ଡିପ୍ଲାଷ୍ଟରିଂ କରାଯାଇ ମରାମତି କରାଯିବ। ଯେଭଳି ଆଗାମୀ ଶହେ ବର୍ଷ ପାଇଁ କୌଣସି ସମସ୍ୟା ନରିବ ତାକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସମୟ ନିର୍ଘଣ୍ଟ ଅନୁଯାୟୀ, ଦ୍ବିପ୍ରହର ଧୂପ ଓ ଦ୍ବିତୀୟ ଭୋଗ ମଣ୍ଡପ ଶେଷ ପରେ ପ୍ରତ୍ୟେହ ଦିନ ପ୍ରାୟ ସାଢ଼େ ୧୨ଟା କିମ୍ବା ଗୋଟାଏରୁ ମରାମତି କାମ ଆରମ୍ଭ ହେବ। ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ । ତେଣୁ ମରାମତି କାମ ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ରହିବ ତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ସବୁଠୁ ବଡ଼ କଥା ହେଉଛି ଧନୁ ସଂକ୍ରାନ୍ତି ଅବସରରେ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ପହିଲି ଭୋଗ ନୀତିରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ସମନ୍ବୟ ଦେଖିବାକୁ ମିଳିଛି। ନିର୍ଦ୍ଧାରିତ ସମୟରେ ହୋଇଛି ପହିଲି ଭୋଗ ନୀତି। ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ହେବାକୁ ଥିବାରୁ ଏହିଭଳି ଶୃଙ୍ଖଳିତ ନୀତିକାନ୍ତି ଉପରେ ଏବେ ସମସ୍ତଙ୍କ ନଜର । ରତ୍ନ ଭଣ୍ଡାର ମରାମତି ସରିଲା ପରେ ହିଁ ହେବ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହୋଇଥିବା ରତ୍ନ ଅଳଙ୍କାରର ଗଣତି ଓ ମଣତି ।

Advertisment

ଅଧିକ ପଢ଼ନ୍ତୁ: ଶୀତରେ ଥରୁଛି ସାରା ଓଡ଼ିଶା, କାଲିଠୁ ୩ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା !

Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ