Advertisment

Jollywood Namita Bhuyan: ଯାତ୍ରା ଜଗତରେ ହଇଚଇ, ଯାତ୍ରା ଛାଡିଲେ କି ନମିତା ଭୂୟାଁ !

ଯାତ୍ରା ଜଗତର ବରିଷ୍ଠ ଅଭିନେତ୍ରୀ ନମିତା ଭୁ୍ୟାଁ ଯାତ୍ରାରୁ ଅବ୍ୟାହତି ନେଇଥିବା ନେଇ ଜୋରଦାର ଚର୍ଚ୍ଚା । ୨୦୨୫-୨୬ ବର୍ଷ ପାଇଁ ଯାତ୍ରା ସ୍ୱପ୍ନ ମହଲରେ ଷ୍ଟାର୍ କାଷ୍ଟ୍ ଫାଇନାଲ୍ ହୋଇଥିଲା । ନମିତା ଏଥିରେ ଥିଲେ କିନ୍ତୁ ଅଚାନକ ଏବେ ସେ ଏଥିରୁ ଆଉଟ୍ ହୋଇଥିବା କୁହାଯାଉଛି ।

author-image
Namita Biswal
ଅଦ୍ୟତନ ହୋଇଛି
ନମିତା ଭୂୟାଁ

ନମିତା ଭୂୟାଁ

ଯାତ୍ରା ଛାଡ଼ିଲେ କି ନମିତା ଭୁ୍ୟାଁ ! ଯାତ୍ରା ଜଗତର ବରିଷ୍ଠ ଅଭିନେତ୍ରୀ ନମିତା ଭୁ୍ୟାଁ ଯାତ୍ରାରୁ ଅବ୍ୟାହତି ନେଇଥିବା ନେଇ ଜୋରଦାର ଚର୍ଚ୍ଚା । ଯାତ୍ରା ସ୍ୱପ୍ନ ମହଲରେ ଫାଇନାଲ୍ ଷ୍ଟାର୍ କାଷ୍ଟରୁ ନମିତାଙ୍କ ନାଁ ଅଚାନକ ଗାଏବ୍ ହୋଇଯିବାକୁ ନେଇ ଯାତ୍ରା ଜଗତରେ ହଇଚଇ । ଫାଇନାଲ୍ ଷ୍ଟାର୍ କାଷ୍ଟରେ କାହିଁକି ନମିତାଙ୍କ ନାଁ ନାହିଁ? ସେ ନିଜେ ଓହରି ଯାଇଛନ୍ତି, ନା ଅନ୍ୟ କିଛି କାରଣ ଅଛି ?

Advertisment

୨୦୨୫-୨୬ ବର୍ଷ ପାଇଁ ଯାତ୍ରା ସ୍ବପ୍ନ ମହଲରେ ଷ୍ଟାର୍ କାଷ୍ଟ୍ ଫାଇନାଲ୍ ହୋଇଥିଲା । ନମିତା ଏଥିରେ ଥିଲେ କିନ୍ତୁ ଅଚାନକ ଏବେ ସେ ଏଥିରୁ ଆଉଟ୍ ହୋଇଥିବା କୁହାଯାଉଛି । ଯାତ୍ରା ଜଗତରେ ଏ ଘଟଣାକୁ ନେଇ ଚର୍ଚ୍ଚା ହେଉଛି କି, କିଡନୀ ରୋଗରେ ପୀଡ଼ିତ ଥିବା ସିଙ୍ଗର୍ ମଞ୍ଜୁଶ୍ରୀଙ୍କ ପାଇଁ ସହାୟତା ମାଗିବାକୁ ଆଗେଇ ଆସିଥିଲେ ନମିତା । କିଛି ସାଥୀ କଳାକାରଙ୍କ ସହ ମିଶି ବିଭିନ୍ନ ଜାଗାରେ ଯାତ୍ରା ଚାଲିବା ସମୟରେ ସହାୟତା ମାଗିଥିଲେ। 

ଅଧିକ ପଢ଼ନ୍ତୁ:ବଲିଉଡ୍‌କୁ ପୁଣି ଏକ ଦୁଃଖ; ଚାଲିଗଲେ 'ସନ୍ ଅଫ୍ ସର୍ଦ୍ଦାର'ର ଏହି ଫେମସ୍ ଅଭିନେତା

Advertisment

ମଞ୍ଜୁଶ୍ରୀଙ୍କ ଭିଡିଓ ସେୟାର କରି ତାଙ୍କ କିଡନୀ ରୋଗ ଚିକିତ୍ସା ପାଇଁ ସହାୟତା ଲୋଡିଥିଲେ । 'କିଏ କେବେ ଦେଖିଛ କି କଳାକାର କାନ୍ଦିବାର' ଗୀତ ଗାଇ କଳାକାରମାନେ ପୂରା ମାହୋଲକୁ ଭିଜେଇ ଦେଇଥିଲେ... କିନ୍ତୁ ଏସବୁ କିଛି ମାଲିକଙ୍କୁ ପସନ୍ଦ ଆସିନଥିଲା । କିଛି ଯାତ୍ରା ପାର୍ଟି ମାଲିକ ଏହାକୁ ବିରୋଧ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ନମିତା ଅସନ୍ତୁଷ୍ଟ ହୋଇ ଯାତ୍ରା ଛାଡିଥିବା ଚର୍ଚ୍ଚା ହେଉଛି । 

କିନ୍ତୁ ଏନେଇ ନମିତା କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହାନ୍ତି । କେବଳ ଅସୁସ୍ଥତା କାରଣରୁ ଯାତ୍ରା ଛାଡ଼ିଥିବା କହିଛନ୍ତି । ସେପଟେ ସ୍ବପ୍ନ ମହଲ ଯାତ୍ରା ପାର୍ଟି ପକ୍ଷରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ:ଖୁବଶୀଘ୍ର ତୁଟିବ କି ଯାତ୍ରା କଳାକାର ସଂଘ ଓ ମାଲିକ ସଂଘ କଳି ?

Odisha News Jollywood
Advertisment
Advertisment