Lord Jagannath Land Fraud
ବଡ଼ ଖବର । ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଦିଆଗଲା ଏତଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଅଭିଯୋଗ ହୋଇଛି । ମହାପ୍ରଭୁଙ୍କ ନାଁରେ ଥିବା ଜମି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ କରାଯାଇଛି ।
ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ ଅଭିଯୋଗ କରାଯାଇଛି । ମୋଟ ୧୦୯ଟି ପ୍ଲଟକୁ ବେଆଇନ ଭାବେ ହାତେଇବା ଉଦ୍ୟମ ଅଭିଯୋଗ ହୋଇଛି । ଏସବୁ କଦାପି ବରଦାସ୍ତ କରାଯିବନି କହିଲା ଶ୍ରୀମନ୍ଦିର ପ୍ରଶାସନ । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731761935.jpg)