Mosquito Population: ଘରେ ବାହାରେ ସାଲୁବାଲୁ ମଶା! ଦିନ ହେଉ କି ରାତି, ମଶା ଉତ୍ପାତରେ ଅତିଷ୍ଠ ଲୋକେ

ବ୍ରହ୍ମପୁର ମହାନଗରରେ ମଶା ଦାଉରେ ଲୋକେ କାଲୁବାଲୁ । ସକାଳ ହେଉ କି ସଂଜ, ସବୁବେଳେ ମଶାଙ୍କ ଦାଉ । ଆଉ ଏଇ ମଶାଙ୍କ ସ୍ୱର୍ଗ ପାଲଟିଛି ସହରର ବିଭିନ୍ନ ନାଳ ।

Mosquito Population

ବ୍ରହ୍ମପୁର ମହାନଗର ନିଗମରେ ମଶା ଦାଉରେ ଅତିଷ୍ଠ ଲୋକେ । ଘର, ବାହାର ସବୁଠି ମଶା ଆଉ ମଶା । ଦିନକୁ ଦିନ ମଶାଙ୍କ ଉତ୍ପାତ ବଢୁଥିବାବେଳେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ । ମଶାଧୂଆଁ ଗାଡିର ଦେଖା ନଥିବାବେଳେ ନାଳ ନର୍ଦ୍ଦମା ଗୁଡିକ ଯେମିତି ମଶାଙ୍କ ସ୍ୱର୍ଗ ପାଲଟିଛି । ତେଣେ ବିଏମସି ଅଧିକାରୀ କହିଛନ୍ତି, ଶୀଘ୍ର ବ୍ୟବସ୍ଥା କରାଯିବ ।

ଘରେ ବାହାରେ ସାଲୁବାଲୁ ମଶା .. ଦିନ ହେଉ କି ରାତି, ମଶା ବିତ୍ପାତରେ ଅତିଷ୍ଠ ଲୋକେ । ନାଳରେ ମେଳି ବାନ୍ଧୁଛନ୍ତି ମଶା, ଚିର ନିଦ୍ରାରେ ଟିଫା ମେସିନ୍ । ବ୍ରହ୍ମପୁର ମହାନଗରରେ ମଶା ଦାଉରେ ଲୋକେ କାଲୁବାଲୁ । ସକାଳ ହେଉ କି ସଂଜ, ସବୁବେଳେ ମଶାଙ୍କ ଦାଉ । ଆଉ ଏଇ ମଶାଙ୍କ ସ୍ୱର୍ଗ ପାଲଟିଛି ସହରର ବିଭିନ୍ନ ନାଳ । ଗିରି ରୋଡ଼, ଅଶୋକ ନଗର, କମାପଲ୍ଲୀ ମୁଖ୍ୟ ରାସ୍ତା, ମହାନଗର ନିଗମର ସାମ୍ନା ନାଳ ଆଦି ସ୍ଥାନ ମଶାଙ୍କ ଅଭୟ ଆଶ୍ରୟ ପାଲଟିଛି ।

ଏହା ସହ ପଢ଼ନ୍ତୁ:ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ, ଯୋଗ ଦେବେ ପିଏମ୍

ବିଭିନ୍ନ ପ୍ରକାର ଆବର୍ଜନାରେ ନାଳ ଭର୍ତ୍ତି, ଆଉ ସେଠାରେ ମେଳି ବାନ୍ଧିଛନ୍ତି ମଶା । ପ୍ଲାଷ୍ଟିକ ବୋତଲ, ଗ୍ଲାସ ଆଦିରେ ବସି ରହିଛନ୍ତି ଶହ ଶହ ମଶା । ତେବେ ଦୀର୍ଘ ବର୍ଷ ହେଲା ନାଳ ସଫା ହେଉନଥିବାରୁ ଆଜି ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସହର ବାସିନ୍ଦା । ମଶାଙ୍କ ଦାଉରୁ ରକ୍ଷା କରିବା ପାଇଁ ସୁରକ୍ଷା କବଚ ଟିଫା ମେସିନ୍ । ସହରର ୪୨ଟି ଯାକ ୱାର୍ଡରେ ଥିବା ନାଳନର୍ଦ୍ଦମା ଗୁଡିକରେ ଏହି ମେସିନ୍ ଜରିଆରେ କେମିକାଲ ସ୍ପ୍ରେ ହୁଏ ।

କିନ୍ତୁ ଦୀର୍ଘ ୬ ମାସ ହେଲାଣି, ମହାନଗର ନିଗମ ଅଫିସ ଭିତରେ ତାରପୋଲିନ୍ ଘୋଡ଼ି ଚିର ନିଦ୍ରାରେ ଶୋଇଛି ମେସିନ୍‌ଟି । ଏନେଇ BMC ବୈଠକରେ ବି ସରଗରମ ଆଲୋଚନା ହୋଇଥିଲା । ତେବେ ମଶା ତେଲ, ଡିଜେଲ କମ୍ ଥିବାରୁ ସ୍ପ୍ରେ ହୋଇପାରିନଥିବାବେଳେ ଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେୟର ଓ କମିଶନର ।

ଏହା ସହ ପଢ଼ନ୍ତୁ:କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...