/odishatv-khabar/media/post_attachments/uploadimage/library/16_9/16_9_0/DION_1747829642.jpg)
DION
କଟକ ଏବଂ ଭୁବନେଶ୍ୱର ମଧ୍ୟରେ କାଠଯୋଡି ଓ କୁଆଖାଇ ନଦୀ ତଟରେ ଅବସ୍ଥିତ ତ୍ରିଶୂଳିଆ ଅଞ୍ଚଳ ରହିବା ପାଇଁ ଏବେ ଲୋକମାନଙ୍କର ପ୍ରଥମ ପସନ୍ଦ ପାଲଟିଛି । ମାତ୍ର ଦଶରୁ ବାର ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ପ୍ରଗତି ଆଖିରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟ । କଟକ ଏବଂ ଭୁବନେଶ୍ୱରରୁ ସିଧାସଳଖ ଗମନାଗମନ ଲାଗି ୪ ଥାକିଆ ରାସ୍ତା ତ୍ରିଶୂଳିଆ ଦେଇ ଯାଉଅଛି । ଇତିମଧ୍ୟରେ ରାଜ୍ୟ ସରକାର ତ୍ରିଶୂଳିଆ ଛକରେ ମେଟ୍ରୋ ଷ୍ଟେସନର ନିର୍ମାଣ କରିବା ପାଇଁ ସ୍ଥିର କରିଛନ୍ତି ।
DIONରାଜ୍ୟରେ ରିଅଲ ଇଷ୍ଟେଟ କ୍ଷେତ୍ରରେ ତ୍ରିଶୂଳିଆ ଅଞ୍ଚଳ ଏକ ନୂଆ ହବ୍ ପାଲଟିଛି । ଯେଉଁଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ନାମୀଦାମୀ ସଂସ୍ଥାମାନେ ପ୍ରକଳ୍ପ ତିଆରି କରୁଛନ୍ତି । ଏହି ସବୁ ସୁବିଧା ଉପଲବ୍ଧ ହୋଇଥିବା ହେତୁ ତ୍ରିଶୂଳିଆରେ ନିର୍ମିତ ଫ୍ଲାଟ ଗୁଡିକର ଦର ଆକାଶ ଛୁଆଁ ହୋଇଅଛି ଏବଂ ନିବେଶକାରୀମାନେ ଏହି ସ୍ଥାନରେ ରିଅଲ ଇଷ୍ଟେଟରେ ଅର୍ଥ ନିବେଶ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।
ଇତି ମଧ୍ୟରେ ରିଅଲ ଇଷ୍ଟେଟ କ୍ଷେତ୍ରରେ ରାଜ୍ୟର ଏକ ଅଗ୍ରଣୀ ସଂସ୍ଥା ଡିଅନ୍ ଗ୍ରୁପ କାଠଯୋଡି ଏବଂ କୁଆଖାଇ ନଦୀ ତଟରେ ତା’ର ୩ଟି ରିଭର ଫ୍ରଣ୍ଟ ପ୍ରକଳ୍ପର କାର୍ଯ୍ୟ ସମାପନ କରି ଲୋକମାନଙ୍କୁ ହସ୍ତାନ୍ତର କରିଅଛି । ଏହି ପ୍ରକଳ୍ପଗୁଡିକରେ ୫୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି ।
ଅଧିକ ପଢନ୍ତୁ: ପୁଅର ଗହଣା ଲୋଭ, ଅଟକିଲା ମା’ର ଶବଦାହ
ବର୍ତ୍ତମାନ ଡିଅନ ତା’ର ଇଣ୍ଟିଗ୍ରେଟେଡ ଟାଉନସିପ୍ ପ୍ରକଳ୍ପର ପ୍ରି ବୁକିଂ ଆରମ୍ଭ କରିଅଛି । ଏହି ପ୍ରକଳ୍ପ ୧୨ ଏକରରୁ ଉର୍ଦ୍ଧ୍ୱ ସ୍ଥାନରେ କରାଯାଉଅଛି । ଏହି ପ୍ରକଳ୍ପ ପାଇଁ ସିଡିଏ ଏବଂ ଓରେରା ତାଙ୍କର ଅନୁମତି ପ୍ରଦାନ କରି ସାରିଛନ୍ତି । ଏହି ପ୍ରକଳ୍ପ ଓଡିଶା ଏବଂ ଭାରତର ଅନ୍ୟତମ ଭଲ ପ୍ରକଳ୍ପ ବୋଲି ଏହାର ନିର୍ଦ୍ଦେଶକ ଇଂ ମନୋଜ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଆହୁରି ଏହି ପ୍ରକଳ୍ପରେ ୧୦୦୦ରୁ ଉର୍ଦ୍ଧ୍ୱ ଆବାସିକ ଗୃହ (୨,୩,୪ ବିଏଚକେ), ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ମଲ୍, ହୋଟେଲ, ମଲ୍ଟିପ୍ଲେକ୍ସ ସୁବିଧା ଗ୍ରାହକମାନଙ୍କୁ ଉପଲବ୍ଧ କରାଯିବ । ଏହି ପ୍ରକଳ୍ପର ଅଧିକାଂଶ ଗୃହଗୁଡିକ କାଠଯୋଡି ଏବଂ କୁଆଖାଇ ନଦୀକୁ ସାମନା କରୁଥିବାରୁ ଲୋକମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଜୀବନ ଉପଭୋଗ କରିପାରିବେ । ଏଥିପାଇଁ ଏହି ପ୍ରକଳ୍ପର ନାମକୁ ଡିଅନ ରିଭର ସାଇଡ ଟାଉନସିପ୍ ନାମରେ ନାମିତ କରାଯାଇଛି ।
DIONଏହା ସହିତ ୫୦ରୁ ଉର୍ଦ୍ଧ୍ୱ ଅନ୍ୟାନ୍ୟ ସୁବିଧାଗୁଡିକ ଏହି ପ୍ରକଳ୍ପରେ ଯୋଗାଇ ଦିଆଯାଉଅଛି । ଏହାର ନିର୍ମାଣ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଅବଲମ୍ବନ କରାଯାଉଛି । ଏହା ଦ୍ୱାରା ଗ୍ରାହକମାନଙ୍କୁ ଉନ୍ନତମାନର ଏବଂ ଉଚିତ୍ ମୂଲ୍ୟରେ ତାଙ୍କର ସ୍ୱପ୍ନର ଗୃହ ଏହି ପ୍ରକଳ୍ପରେ ଯୋଗାଇ ଦେବାର ସୁଯୋଗ ମିଳିବ ବୋଲି ଡିଅନ ଗ୍ରୁପର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)