ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଭୟଙ୍କର ଆକ୍ସନ ନିଆଯିବ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କିଛି ଲୋକଙ୍କର ଏପର୍ଯ୍ୟନ୍ତ ଦୋଷ ଛାଡ଼ିନି । ଆଜି ବି ସେୟା କରିବାକୁ ଚେଷ୍ଟ କରୁଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ଆମ ସରକାରକୁ ଜଣାଅଛି । କେବଳ ବିଧାୟକ ନୁହେଁ, ସାଧାରଣ ଲୋକଙ୍କ ଉପରେ ବି ଅତ୍ୟାଚାର କଲେ ଫଳ ଭୋଗିବେ । ଏଭଳି ଘଟଣା ଭବିଷ୍ୟତରେ ଯେଭଳି ନହେବ, ସେଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଶକ୍ତ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
Also Read
ସେପଟେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବିଜେପି ଜିଲ୍ଲା ସଭାପତିଙ୍କ ସହ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ଏହି ଘଟଣା ପରେ ଜିଲ୍ଲା ରାଜନୀତି କୁଆଡ଼କୁ ଯିବ, ସେ ଉପରେ ଆଲୋଚନା ସାଙ୍ଗକୁ ଦଳ କାଉଣ୍ଟର ଷ୍ଟ୍ରାଟେଜି ନେଇ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ
ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ। ବିଧାୟକ ହିମାଂଶୁ ତାଙ୍କ ଉପରେ ଆକ୍ରମଣ ଘଟଣାରେ ଆଜି ପୁଣି ସାଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି। ଏଥିସହ ଆଇନ ତା ବାଟରେ ଯିବ, ଆକ୍ରମଣରେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ବୋଲି ବି ଚେତାଇ ଦେଇଛନ୍ତି ହିମାଂଶୁ ।
ସୂଚନା ଅନୁସାରେ ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀଙ୍କ ଆତଙ୍କରାଜ...ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା, ଭଙ୍ଗାରୁଜା...ଗାଡ଼ି ଭିତରେ ଆତଙ୍କିତ, ଅସହାୟ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଭିଡ଼ତନ୍ତ୍ର ନିୟନ୍ତ୍ରଣରେ ଥିଲା ପୂରା ଅଞ୍ଚଳ । ପୋଲିସ୍ ପହଞ୍ଚିବାରେ ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା ।
ଅଧିକ ପଢ଼ନ୍ତୁ: ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ, ପୁଣି ବବିଙ୍କୁ ଦାୟୀ କଲେ ଧର୍ମଶାଳା ବିଧାୟକ
ତେବେ ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ? ଦବଦବା କମୁଥିବାରୁ ହିଂସାର ରାସ୍ତା ବାଛିଛନ୍ତି କି ବବି ଦାସ ? କାରଣ ଗତକାଲିର ଘଟଣା ପରେ ଖୋଦ୍ ବବିଙ୍କ ଭାଇ ଭବପ୍ରକାଶ ଦାସ ବି ଆନ୍ଦୋଳନକାରୀମାନଙ୍କୁ ବିଧାୟକ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିବା ଏବଂ ଏଥିପାଇଂ ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିବା ବି କହିଥିଲେ । ଏପରିକି ଖୋଦ୍ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆକ୍ରମଣ ଘଟଣାକୁ ନିନ୍ଦା କରି ଭାଇକୁ କହିଛି ଥାନାରେ ଯାଇ ବସିବାକୁ ବୋଲି ମନ୍ତବ୍ୟ ରଖିଥିଲେ । ତେଣୁ ଉପସ୍ଥିତି ଜାହିର କରିବାର ପ୍ରୟାସରେ ଏ ଗୁଣ୍ଡାରାଜ ନୁହେଁ ତ ?
ଏସବୁ ପ୍ରଶ୍ନ ଭିତରେ ଏହି ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି ବିଧାୟକ ହିମାଂଶୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଛନ୍ତି ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ହିମାଂଶୁ ।