Advertisment

Laptop Purchase Scandal: ମିଶନଶକ୍ତି ଲ୍ୟାପଟପ୍ ନାଁରେ ମହାଦୁର୍ନୀତି; ଘୋଟାଲା ଲୁଚାଇବାକୁ ଏବେ ଯୋଗାଡ଼ ଚାଲିଛି ସତମିଛ ବିଲ୍!

ମିଶନ ଶକ୍ତି ଏମବିକେ ଲ୍ୟାପଟପ୍ କିଣାରେ ସାଂଘାତିକ ଦୁର୍ନୀତି...କୋଟିଏରୁ ଅଧିକ ଟଙ୍କାର ଲ୍ୟାପଟପ୍ କିଣା ଦୁର୍ନୀତି ଅଭିଯୋଗକୁ ନେଇ ହଇଚଇ...ଏମବିକେ ଏବଂ ବ୍ୟାଙ୍କମିତ୍ରଙ୍କୁ ଭୋଟ୍ ପୂର୍ବରୁ ପୂର୍ବ ସରକାରର ଥୋପ, ଖୋର୍ଦ୍ଧା ଜିଲ୍ଲାରୁ ଖୋଲୁଛି ଦୁର୍ନୀତିର ମହାଗୁମର।

ଅଦ୍ୟତନ ହୋଇଛି
undefined

Corruption In Odisha

Advertisment

ମିଶନ୍ ଶକ୍ତି ଲ୍ୟାପଟପ୍ କିଣାରେ ମହାଘୋଟାଲା ଅଭିଯୋଗ। ଭୋଟ୍ ପୂର୍ବରୁ ୫୦ ହଜାର ଲେଖାଏଁ ହାତେଇଥିବା MBK ଓ ବ୍ୟାଙ୍କମିତ୍ରଙ୍କ ଲ୍ୟାପଟପ୍ କିଣାର ନାଁ ଗନ୍ଧ ନଥିବାବେଳେ ସମାଜ ମଙ୍ଗଳ ବିଭାଗ ଦେଇଛି ବିନିଯୋଗ ପ୍ରମାଣପତ୍ର। ଏହି ଦୁର୍ନୀତିର ଗନ୍ଧ ବାରି RTI କର୍ମୀ ତଥ୍ୟ ମାଗିଲାବେଳକୁ ଏବେ ବାଉଳି ଚାଉଳି ହୋଇ କିଣାଚାଲିଛି ଲ୍ୟାପଟପ୍, ଯୋଗାଡ଼ ଚାଲିଛି ସତ ମିଛର ବିଲ୍। ଖୋର୍ଦ୍ଧା ଜିଲ୍ଲାରେ କୋଟିଏରୁ ଅଧିକ ଟଙ୍କାର ମିଶନ ଶକ୍ତି ଲ୍ୟାପଟପ୍ ଘୋଟାଲା ଅଭିଯୋଗ ହୋଇଛି।

Advertisment

ମିଶନ ଶକ୍ତି ଏମବିକେ ଲ୍ୟାପଟପ୍ କିଣାରେ ସାଂଘାତିକ ଦୁର୍ନୀତି...କୋଟିଏରୁ ଅଧିକ ଟଙ୍କାର ଲ୍ୟାପଟପ୍ କିଣା ଦୁର୍ନୀତି ଅଭିଯୋଗକୁ ନେଇ ହଇଚଇ...ଏମବିକେ ଏବଂ ବ୍ୟାଙ୍କମିତ୍ରଙ୍କୁ ଭୋଟ୍ ପୂର୍ବରୁ ପୂର୍ବ ସରକାରର ଥୋପ, ଖୋର୍ଦ୍ଧା ଜିଲ୍ଲାରୁ ଖୋଲୁଛି ଦୁର୍ନୀତିର ମହାଗୁମର। ୨୦୨୪, ଫେବ୍ରୁୟାରୀରେ ୫୦ ହଜାର ଲେଖାଏଁ ଟଙ୍କା ପାଇଥିଲେ ଏମବିକେ ଏବଂ ବ୍ୟାଙ୍କମିତ୍ର। ଜୁଲାଇରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଥିଲା ୟୁସି ବା ବିନିଯୋଗ ପ୍ରମାଣପତ୍ର। କିନ୍ତୁ ଲ୍ୟାପଟପ୍ କିଣାର ନାଁ ଗନ୍ଧ ହିଁ ନଥିଲା। ଶେଷରେ ଦୁର୍ନୀତିର ଗନ୍ଧ ବାରି ଗତ ଅକ୍ଟୋବରରେ RTIରେ ତଥ୍ୟ ଆଦାୟ ପରେ ଖୋଲିଛି ଗୁମର। ଦୁର୍ନୀତି ଲୁଚାଇବା ପାଇଁ ଚାଲିଛି ଧାଁ ଧପଡ଼। ୧୦ ମାସ ଧରି ଟଙ୍କାକୁ ଚାପି ରଖିଥିବା କିଛି ଏମବିକେ ଏବେ କିଣୁଛନ୍ତି ଲ୍ୟାପଟପ୍, ଯୋଗାଡ଼ କରୁଛନ୍ତି ସତ ମିଛର ଲ୍ୟାପଟପ୍ ବିଲ୍। ଏଇ ଯେମିତି ଖୋର୍ଦ୍ଧା ପଲା ତୋଟାପଡାର ଏମବିକେ ପ୍ରଗତି ମହାପାତ୍ର। ନଭେମ୍ବରରେ ଲାପଟପ କିଣି ବିଲ୍ ଦାଖଲ କରିଛନ୍ତି। ଏପରିକି ୟୁସି ବି ଦାଖଲ ହୋଇସାରିଛି। କିନ୍ତୁ ଲାପଟପ୍ ଅନ୍ କଲାବେଳକୁ ହେଉନାହିଁ। 

ଅଧିକ ପଢନ୍ତୁ: ‘ଭୈରବାନନ୍ଦ ସନ୍ନ୍ୟାସୀ BJDକୁ ବୁଡେଇଲେ, ଏବେ ନେତାଙ୍କୁ ବି ବୁଡେଇବେ’

Advertisment

କେବଳ ପ୍ରଗତି ନୁହଁନ୍ତି। ସେମିତି ଚିଲିକା ବ୍ଲକ ପୁଞ୍ଜିଆମା ଏମବିକେ ସୁଜ୍ଞାନୀ ହୋତା। ଗତ ଡିସେମ୍ବର ୧୮ରେ ଅର୍ଥାତ ଟଙ୍କା ପାଇବାର ୧୦ ମାସ ପରେ ଲାପଟପ କିଣିଥିବା କହିଛନ୍ତି। ପ୍ରଥମେ ଲାପଟପ୍ କିଣା ବାବଦର ୪୦ ହଜାର ଟଙ୍କାର ବିଲ୍ ପୈଠ କରିଥିଲେ। ତେବେ ୫୦ ହଜାରରୁ ବଳକା ୧୦ ହଜାର ଫେରାଇବାକୁ ପଡ଼ିବ ବୋଲି ଜାଣିବା ପରେ ସମାନ ଲାପଟପ ପାଇଁ ସମାନ ଦୋକାନ ନାଁରେ ବାଉଳି ଚାଉଳି ହୋଇ ୪୯, ୪୬୨ ଟଙ୍କାର ଆଉ ଏକ ବିଲ୍ ଦାଖଲ କରିଛନ୍ତି ସୁଜ୍ଞାନୀ। ସେହିପରି ଗମ୍ଭାରୀମୁଣ୍ଡାର ଏମବିକେ ମନପ୍ରିୟା ପଲେଇ। ଗତ ଅକ୍ଟୋବରରେ ୫୦ ହଜାର ବଦଳରେ ୯୨,୪୯୦ ଟଙ୍କାର ଏକ ଲ୍ୟାପଟପ୍ ବିଲ୍ ଦାଖଲ କରିଛନ୍ତି। ନିରୁପମା ପରିଡ଼ା ତ ପୁଅ ନାଁରେ କିଣିଥିବା ଲ୍ୟାପଟପ୍ ବିଲ୍ ଦାଖଲ କରିଥିବାବେଳେ ପ୍ରଯୋଜିତା ସ୍ବାଇଁ ଲାପଟପ ନକିଣି ବି ଗତ ଅକ୍ଟୋବରରେ ୪୫ ହଜାର ଟଙ୍କାର ଏକ କୋଟେସନ ଦାଖଲ କରିଛନ୍ତି। 

ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଜରିଆରେ ଜିଲ୍ଲାର ମୋଟ ୨୫୧ ହିତାଧିକାରୀଙ୍କୁ ୧ କୋଟି ୨୫ ଲକ୍ଷ ପ୍ରଦାନ କରାଯାଇଥିଲା। ଆଉ ଆଖିବୁଜି ୨୦୨୪, ଜୁଲାଇରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରକାରଙ୍କ ପାଖରେ ଦାଖଲ କରିଥିଲେ ୟୁସି। ଏବେ RTI ଜରିଆରେ ଘୋଟାଲା ସାମ୍ନାକୁ ଆସିବା ପରେ ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି, ଯଦି କୌଣସି ଅନିୟମିତତା ହୋଇଥିବ, ସଂପୃକ୍ତ ବ୍ୟକ୍ତି ଦାୟୀ ହେବେ। 

Advertisment

ପ୍ରଶ୍ନ ଉଠୁଛି, ଟଙ୍କା ପାଇଥିଲେ ବି କେଉଁ ଉଦ୍ଦେଶ୍ୟରେ କିଣାଯାଇନଥିଲା ଲ୍ୟାପଟପ୍ ? ଲ୍ୟାପଟପ୍ କିଣିବା ପାଇଁ ଏବଂ ବିଲ୍ ଯୋଗାଡ଼ ପାଇଁ ୧୦ ମାସ ପରେ କାହିଁକି ଧାଁ ଧପଡ଼ ? କେଉଁ ଗ୍ରାଉଣ୍ଡରେ ସମାଜ ମଙ୍ଗଳ ଅଧିକାରୀ ଦେଇଥିଲେ ୟୁସି ? ତେବେ ଏନେଇ ମିଶନ ଶକ୍ତି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।  

ଅଧିକ ପଢନ୍ତୁ: ନବୀନ ପଟ୍ଟନାୟକଙ୍କୁ ତଥାଗତଙ୍କ ତେରେଚ୍ଛା ବାଣ ! କହିଲେ ...

Mission Shakti Department Mission Shakti Corruption Corruption In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ