Advertisment

Crorepati Live in Slum: ସମ୍ବଲପୁରରେ ST ଜମି ହଡ଼ପର ସାଂଘାତିକ କାହାଣୀ, ବହୁ କୋଟି ସଂପତ୍ତିର ମାଲିକ...କିନ୍ତୁ ରହୁଛନ୍ତି ବସ୍ତିରେ

ତାଙ୍କୁ ନପଚାରି ତାଙ୍କ ପୈତୃକ ଜାଗାରେ ଚାଲିଛି ପ୍ଲଟିଂ। ବଡ଼ ବଡ଼ କୋଠା ତୋଳୁଛନ୍ତି ସହରୀ ବାବୁଭାୟା। ହେଲେ ସେ ନିଜେ କେଉଁଠି ରହୁଛନ୍ତି ଜାଣନ୍ତି । ଏକ ଅନାମଧେୟ ବସ୍ତିର ଏକ ଅନ୍ଧାରୁଆ ଝୁମ୍ପୁଡ଼ି ଘରେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ST ଜମିହଡ଼ପ ବସ୍ତିରେ କୋଟିପତି !

ST ଜମିହଡ଼ପ ବସ୍ତିରେ କୋଟିପତି !

ବହୁ କୋଟି ସଂପତ୍ତିର ମାଲିକ, କିନ୍ତୁ ରହୁଛନ୍ତି ବସ୍ତିରେ । ୫୦ ଡିସମିଲ ଜମିକୁ ଚଞ୍ଚକତା କରି ହାତେଇ ନେଇଛନ୍ତି ଜମି ମାଫିଆ। ସମ୍ବଲପୁରରୁ ସାମ୍ନାକୁ ଆସିଛି ଆଦିବାସୀ ଜମି ହଡ଼ପ ଭଳି ସାଂଘାତିକ ଅଭିଯୋଗ । ଘଟଣାକୁ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ବିତିଥିଲେ ବି, ପ୍ରଶାସନ ନିଦାବିଷ୍ଣୁ ।

Advertisment

ତାଙ୍କୁ ନପଚାରି ତାଙ୍କ ପୈତୃକ ଜାଗାରେ ଚାଲିଛି ପ୍ଲଟିଂ। ବଡ଼ ବଡ଼ କୋଠା ତୋଳୁଛନ୍ତି ସହରୀ ବାବୁଭାୟା। ହେଲେ ସେ ନିଜେ କେଉଁଠି ରହୁଛନ୍ତି ଜାଣନ୍ତି । ଏକ ଅନାମଧେୟ ବସ୍ତିର ଏକ ଅନ୍ଧାରୁଆ ଝୁମ୍ପୁଡ଼ି ଘରେ । ଆଖି ଆଗରେ ଜମି ମାଫିଆ ତାଙ୍କ ଜାଗାକୁ ଶାଗୁଣା ଭଳି ଝୁଣି ଚାଲିଥିଲେ ବି, ଜମି ହଡ଼ପର ଶିକାର ଏ ଆଦିବାସୀ ପରିବାର ନିରାଶ ଓ ନାଚାର ।

ସମ୍ବଲପୁର ସହର ବରେଇପାଲି ଅଞ୍ଚଳର ଏକ ବସ୍ତିରେ ଦିଓଳି ଦିମୁଠା ଦାନା ଯୋଗାଡ଼ କରିବାକୁ ଅହରହ ସଂଘର୍ଷ କରୁଛନ୍ତି ରାମ ମୁଣ୍ଡାଙ୍କ ପରିବାର । ହେଲେ ସେପଟେ ୧୪ ବର୍ଷ ହେଲା ଜମି ମାଫିଆଙ୍କ କବଜାରେ ରହିଛି ଏହି ଆଦିବାସୀ ପରିବାରର ବହୁ କୋଟି ଟଙ୍କା ମୂଲ୍ୟର ୫୦ ଡିସିମିଲ ଜମି । ଭୀମଭୋଇ ପାର୍କ ପଛପଟେ ରହିଛି ସମ୍ବଲପୁର ମୌଜାର ଖାତା ନମ୍ବର ୧୧୭ ଅନ୍ତର୍ଗତ ୬୫୮ ନମ୍ବର ପ୍ଲଟ୍ । ଅଭିଯୋଗ ଅନୁସାରେ, ୨୦୧୦ ମସିହାରେ ଚଞ୍ଚକତା କରି ଏହି ଆଦିବାସୀ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରାଯାଇଛି । ଜଣେ ଦଲାଲ୍ ରାମ ମୁଣ୍ଡାଙ୍କ ପରିବାର ସହ ଘନିଷ୍ଠତା ବଢ଼ାଇ, ୫ ଡିସିମିଲ୍ ଜାଗା କିଣିବ କହି, ୫୦ ଡିସିମିଲ ଜମି ହାତେଇ ନେଇଛି । ସେବେଠୁ ଥାନା ଓ ବିଭିନ୍ନ ଅଫିସରେ ଗୁହାରି କରିଥିଲେ ବି, ନିରାଶା ଛଡ଼ା ଆଉ କିଛି ମିଳିନି ।

Advertisment

ଅଧିକ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ ବିଜେଡି ନେତ୍ରୀ ହାତାହାତି, ଶଙ୍ଖ ଭବନରେ ଇପ୍‌ସିତା ସାହୁଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ

ନିୟମ କହୁଛି- ଆଦିବାସୀଙ୍କ ଜମି ପ୍ରଶାସନର ଅନୁମତି ବିନା କିଣିପାରିବେନି ଅଣଆଦିବାସୀ । ଏଥିପାଇଁ ରହିଛି ଲମ୍ବା ଜଟିଳ ଆଇନଗତ ପ୍ରକ୍ରିୟା। ହେଲେ ସମ୍ବଲପୁର ସହର ଛାତି ଉପରେ ଏଭଳି ବଡ଼ ଠକେଇ ହେଲା ହେଲା କିପରି ? କେମିତି ଜଣେ ଆଦିବାସୀଙ୍କ ଜମିକୁ ହଡ଼ପ କରି ଚାଲିଛି ପ୍ଲଟିଂ ? ପ୍ରଶାସନ ଆଖିରେ କେମିତି ଧୂଳି ଦେଲେ ଜମି ମାଫିଆ ? ନା ଏଥିରେ ସରକାରୀ ବାବୁମାନଙ୍କର ବି ରହିଛି ସମ୍ପୃକ୍ତି ? ଜଣେ ଆଇନଜୀବୀଙ୍କ ଛାନଭିନରୁ ସାମ୍ନାକୁ ଆସିଛି ଜମି ଜାଲିଆତିର ସାଂଘାତିକ ଷଡ଼ଯନ୍ତ୍ର । ତାଙ୍କ କହିବା କଥା- ଜମି ଦଲାଲ ଅନ୍ୟ ଜଣେ ଆଦିବାସୀ କବି ଭୁଏ ନାଁରେ ୫ ଡିସିମିଲ କିଣିବା ବାହାନାରେ, ରେଜିଷ୍ଟ୍ରି ବେଳେ ୫୦ ଡିସିମିଲ ଜାଗାର ପାୱାର ଅଫ୍ ଆଟର୍ଣ୍ଣି କରାଇ ନେଇଥିଲେ। ଏହାପରେ ତାକୁ ପ୍ଲଟିଂ କରି ବିକିଥିଲେ। ଖାଲି ଏତିକି ନୁହେଁ, ST ଜମି ବିକ୍ରି ଅନୁମତି ପତ୍ରରେ ବି ହୋଇଛି ଫର୍ଜରୀ । ସେଲଡିଡ୍‌ରେ ଥିବା ଅତିରିକ୍ତ ଉପଜିଲ୍ଲାପାଳଙ୍କ ୯୫/୨୦୦୮ ନମ୍ବରର ଅନୁମତି ପତ୍ର, ବାସ୍ତବରେ ୨୦୦୮ରେ ବୁର୍ଲାର ନୀଳ ମିର୍ଦ୍ଧା ନାମକ ଜଣେ ଲୋକର ଖାରଜ ହୋଇଥିବା ଆବେଦନ ପତ୍ର, ରାମ ମୁଣ୍ଡାଙ୍କର ନୁହେଁ। ଏଥିସହ ରାମଙ୍କ ଦିବଂଗତ ପୁତୁରା ମୋହନ ମୁଣ୍ଡା ଇଂରାଜୀ ଜାଣିନଥିଲେ ବି, ସେଠାରେ ତାଙ୍କର ଇଂରାଜୀ ଦସ୍ତଖତ ରହିଛି ।

ରାମ ମୁଣ୍ଡାଙ୍କ ମୋଟ ୩ ଏକର ୪୫ ଏକର ପୈତୃକ ଜମି ବିଭିନ୍ନ ସମୟରେ ଦଲାଲମାନେ ଚଞ୍ଚକତା କରି ବିକିଥିବା ସେ ଅଭିଯୋଗ କରିଥିବା ବେଳେ, ଜମି ପଞ୍ଜୀକରଣ ବେଆଇନ ଓ ଅବୈଧ ହୋଇଥିଲେ, ସେଠାରୁ ନିର୍ମାଣକୁ ଭଙ୍ଗାଯାଇପାରିବ ବୋଲି ବର୍ତ୍ତମାନର ଜିଲ୍ଲା ଉପନିବନ୍ଧକ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସଂପର୍କରେ ଅବଗତ ହେବା ପରେ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

ଅଧିକ ପଢ଼ନ୍ତୁ: ‘ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି’ 

Sambalpur
Advertisment
Advertisment