Advertisment

Rail Projects in Odisha: ପଛୁଆ ଜିଲ୍ଲାରେ ରେଳ ପ୍ରକଳ୍ପର ମନ୍ଥର ଗତି; ଚାଲୁଛି ଅଳପ, ଝୁଣ୍ଟୁଛି ବେଶି...

ସରୁନି ଜମି ଅଧିଗ୍ରହଣ, ମିଳୁନି ଟଙ୍କା । ଡବଲ ଇଂଜିନ ସରକାରରେ ଧିମେଇ ଚାଲିଛି ଦୁଇ ପ୍ରକଳ୍ପ । ପ୍ରକଳ୍ପ ବିଳମ୍ବ ପାଇଁ ଦାୟୀ କିଏ ?

author-image
Sujit kumar Swain
Rail Projects in Odisha

Rail Projects in Odisha

ନୂଆ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଛି, ଜମି ହରାଙ୍କୁ ଟଙ୍କା ବି ଦିଆଯାଉଛି। ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ବି ଚାଲିଛି। ପ୍ରତିବର୍ଷ ବଜେଟରେ ଏ ନେଇ ବ୍ୟୟ ବରାଦ ବି ହେଉଛି। ହେଲେ ପ୍ରକଳ୍ପ କିନ୍ତୁ ଆଗେଇ ପାରୁନି। ରାଜ୍ୟରେ ବହୁ ପ୍ରିତିକ୍ଷିତ ଅନେକ ପ୍ରକଳ୍ପ କାମ ଶେଷ ହୋଇ ରେଳ ଚଳାଚଳ କରିଥିବା ବେଳେ ଜୟପୁର-ମାଲକାନାଗିରି ଓ ଜୟପୁର-ନବରଙ୍ଗପୁର ପ୍ରକଳ୍ପ ଏବେ ବି ଅନିଶ୍ଚିନ୍ତତା ଭିତରେ ରହିଛି। ଜମି ଅଧିଗ୍ରହଣ ନାଁରେ ପ୍ରକଳ୍ପ ଆଗେଇ ପାରୁନଥିବା କୁହାଯାଇଥିବା ବେଳେ ପଛୁଆ ଜିଲ୍ଲାର ରେଳ ସଂଯୋଗକୁ ନେଇ ଏବେ ଉଠିଛି ପ୍ରଶ୍ନ।

Advertisment

ଚାଲୁଛି ଅଳପ, ଝୁଣ୍ଟୁଛି ବେଶି । ପଛୁଆ ଜିଲ୍ଲାରେ ରେଳ ପ୍ରକଳ୍ପର ମନ୍ଥର ଗତି । ସରୁନି ଜମି ଅଧିଗ୍ରହଣ, ମିଳୁନି ଟଙ୍କା । ଡବଲ ଇଂଜିନ ସରକାରରେ ଧିମେଇ ଚାଲିଛି ଦୁଇ ପ୍ରକଳ୍ପ । ପ୍ରକଳ୍ପ ବିଳମ୍ବ ପାଇଁ ଦାୟୀ କିଏ ? ଘର ପାଖ ଦେଇ ଟ୍ରେନ ଗଡ଼ିବ, ଆଖି ପଲକରେ ଟ୍ରେନକୁ ଦେଖିବେ । ଆଉ ବସ ଉପରେ ଭରସା ନକରି ଟ୍ରେନ ଯାତ୍ରା କରିବେ । ଏମିତି କେତେ କଣ ଭାବିଥିଲେ ଅଞ୍ଚଳବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ୧୦ ବର୍ଷ ଧରି ଜିଳ୍ଲାବାସୀ ଦେଖୁଛନ୍ତି ଏଭଳି ସ୍ବପ୍ନ । ହେଲେ ନା ସେ ସ୍ବପ୍ନ ପୂରଣ ହେଉଛି ନା ଟ୍ରେନ ଗଡୁଛି । ପଛୁଆ ଜିଲ୍ଲାରେ ରେଳ ସଂଯୋଗ ପାଇଁ ସରକାର ୨୦୧୬ରୁ ଅଣ୍ଟା ଭିଡିଲେଣି । ହେଲେ ଜମି ଅଧିଗ୍ରହଣ ସରୁନି, ଜମି ହରାଙ୍କୁ ଟଙ୍କା ବି ମିଳୁନି । ଆମେ କହୁଛୁ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ କଥା। ଜୁଲାଇ ପ୍ରଥମ ସପ୍ତାହରେ ମାଲକାନଗିରି ଜିଲ୍ଲା ଖଇରପୁଟର ୪ଜଣ, ମାଥିଲିର ୪୮ଜଣ ଜମି ହରା କ୍ଷତିଗ୍ରସ୍ତଙ୍କୁ ମିଳିଛି କ୍ଷତିପୂରଣ ରାଶି। ଯାହାକୁ ନେଇ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ନେଇ ଜିଲ୍ଲାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ହେଲେ ଏବେବି ଅନେକ ହିତାଧିକାରୀଙ୍କୁ କ୍ଷତିପୂରଣ ରାଶି ମିଳି ନାହିଁ। ଜମି ଅଧିଗ୍ରହଣ ଅଧିକାରୀ ବାରମ୍ବାର ବଦଳୁଥିବାରୁ ଏହି କାମ ଆଗେଇ ପାରୁନି ବୋଲି କୁହାଯାଉଛି। ଯେଉଁଥିପାଇଁ ପ୍ରକଳ୍ପର ଭିବିଷ୍ୟତ ନେଇ ଅନେକ ପ୍ରଶ୍ନ ଏବେ ମନରେ। ଏହି ରେଳ ପ୍ରକଳ୍ପରେ ୮୦ କିଲୋମିଟର ରେଳ ଲାଇନ ପାଇଁ ଜିଲ୍ଲାର ମାଥିଲି ବ୍ଲକର ୧୫ଟି ଗାଁ, ଖଇରପୁଟ ବ୍ଲକର ୧୩ଟି ଗାଁ ଓ ମାଲକାନଗିରି ବ୍ଲକର ୧୪ଟି ଗାଁ ସମେତ ମୋଟ ୪୨ଟି ଗାଁ ଦେଇ ରେଳ ଲାଇନ ଯିବ। ଯେଉଁଥି ପାଇଁ ୪୭୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ୧୫୦ କୋଟି ଟଙ୍କା ରେଳ ବିଭାଗ ଦେଇଥିବାବେଳେ ବଳକା ଟଙ୍କା ରାଜ୍ୟ ସରକାର ବହନ କରିବେ।

ଇଏ ତ ଗଲା ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର କଥା। ଏବେ ଦେଖିବା ଜୟପୁର–ନବରଙ୍ଗପୁର ରେଳ ପ୍ରକଳ୍ପ କଥା। ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ୪୧.୯୦ କିମି ସର୍ଭେ ସଂପର୍ଣ୍ଣ ହୋଇଥିଲେ ବି ଏଯାଏଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିନି। ନବରଙ୍ଗପୁର ଜିଲ୍ଲାର ୬ଟି ଗାଁ ଡାଇଭଟ୍ଟା, ନୂଆଗଡ, ଗାଦବାଗୁଡା, ସିନ୍ଧିଗୁଡା, କେଶରିଗୁଡା ଓ ନବରଙ୍ଗପୁରରେ ୧୮୦ ଏକର ଜମି ଅଧିଗ୍ରହଣ କରିବାର ନିଷ୍ପତ୍ତି ହୋଇଛି। ରେଲ ଲାଇନ ପାଇଁ ୭୪୭ କୋଟି ଟଙ୍କା ବ୍ୟୟ ଅଟକଳ ପାଇଁ ପ୍ରବଧାନ ରହିଛି। ହେଲେ ଦୀର୍ଘ ୮ବର୍ଷ ପରେ ମଧ୍ୟ ଏଯାଏଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ପଛୁଆ ଜିଲ୍ଲାର ବିକାଶ ପାଇଁ ନିକଟରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିଛନ୍ତି ସରକାର। ଏପରିକି ପଡୋଶୀ ଛତିଶଗଡ ରାୟପୁରରୁ ଓଡିଶା ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଭାରତମାଳା ପ୍ରକଳ୍ପ କାର୍ଯ୍ୟ ବି ଜୋରସୋରରେ ଚାଲିଛି। ହେଲେ ୨୦୧୬ରୁ ଆରମ୍ଭ ହୋଥିବା ଦୁଇ ରେଳ ପ୍ରକଳ୍ପ କିନ୍ତୁ ସମ୍ପୂର୍ଣ୍ଣ ହୋଇପାରୁନି। ଜମି ଅଧିଗ୍ରହଣ ପାଇଁ ନିୟୋଜିତ ଅଧିକାରୀ ବାରମ୍ବାର ବଦଳି ହେଉଥିବାରୁ ଉଭୟ ପ୍ରକଳ୍ପର ଭବିଷ୍ୟତ ନେଇ ଏବେ ନୂଆ ପ୍ରଶ୍ନ ଛିଡା ହୋଛି। ଏହାରି ଭିତରେ ଦୁଇ ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାର ଅନେକ ତହସିଲଦାରଙ୍କୁ ସ୍ବତନ୍ତ୍ର ନିଯୁକ୍ତି ଦିଆଯାଇଛି। ତେବେ କାମ କିନ୍ତୁ ଆଗେଇବାର ନାଁ ନେଉନି। ସେପଟେ ରେଳ ପ୍ରକଳ୍ପର ଏପରି ମନ୍ଥର ଗତିକୁ ନେଇ ମୁହିଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି।

ପୂର୍ବରୁ ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଉଥିଲା। ହେଲେ ଏବେ ଡବଲ ଇଂଜିନି ସରକାର ଥିବାରୁ ପ୍ରକଳ୍ପ ଆଗେଇ ନେବାକୁ ଉଦ୍ୟମ ହେବା ଦରକାର।

ଅଧିକ ପଢନ୍ତୁ: ଶିକ୍ଷା ମନ୍ଦିରରେ ପାପ ପୂଜାରୀ, ପୁଣି ଆଉ ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

Indian Railways
Advertisment
Advertisment