Advertisment

ଶିକ୍ଷା ମନ୍ଦିରରେ ପାପ ପୂଜାରୀ, ପୁଣି ଆଉ ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

ଛାତ୍ରଛାତ୍ରୀ ମାନେ MPP ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ନିର୍ଦ୍ଦିଷ୍ଟ ଅଧ୍ୟାପକଙ୍କ ନାମରେ ଏଭଳି ଅଭିଯୋଗ ଆଣିଥିବାବେଳେ ଉଭୟ ଅଧ୍ୟାପକ ଏବଂ ଜିଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଗକୁ ଏନେଇ ତଦନ୍ତ କରି ନିହାତି ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ମାନେ ପୁଣି କଲେଜ କ୍ୟାମ୍ପସକୁ ଫେରିଥିଲେ ।

author-image
Tanmay Kumar Mahalik
MPP Autonomous College

MPP Autonomous College

ପୁଣି ଅଧ୍ୟାପକଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଆନ୍ଦୋଳନ କଲେ ଫେଲ୍ କରିଦେବାର ଧମକ । FM ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମି ନଥିବା ବେଳେ ଆଉ ଏକ ପ୍ରତିଷ୍ଠିତ ସରକାରୀ କଲେଜରୁ ଆସିଛି ସମାନ ଅଭିଯୋଗ । ବାରିପଦାର MPP ସ୍ୱୟଂଶାସିତ ମହାବିଦ୍ୟାଳୟର ପଚାଶରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗତକାଲି କଲେଜରୁ ଚାଲି ଚାଲି ଯାଇ ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Advertisment

ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ପରୀକ୍ଷା ଠିକ୍ ସମୟରେ ହେଉନି। ପରୀକ୍ଷା ସରିବାର ୮ ମାସ ପରେ ବି ଫଳ ପ୍ରକାଶ ପାଉନି । ଏନେଇ ସେମାନେ ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ମଧ୍ୟ କୈଣସି ସୁଫଳ ମିଳୁନାହିଁ । ବରଂ ବିଭାଗୀୟ ମୁଖ୍ୟମାନେ ଛାତ୍ରଛାତ୍ରୀଙ୍କୁ ଧମକ ଦେଉଛନ୍ତି ।

ଛାତ୍ରଛାତ୍ରୀ ମାନେ MPP ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ନିର୍ଦ୍ଦିଷ୍ଟ ଅଧ୍ୟାପକଙ୍କ ନାମରେ ଏଭଳି ଅଭିଯୋଗ ଆଣିଥିବାବେଳେ ଉଭୟ ଅଧ୍ୟାପକ ଏବଂ ଜିଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଗକୁ ଏନେଇ ତଦନ୍ତ କରି ନିହାତି ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ମାନେ ପୁଣି କଲେଜ କ୍ୟାମ୍ପସ କୁ ଫେରିଥିଲେ । ତେବେ ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଜିଲ୍ଲାପାଳ, ଏଡିଏମଙ୍କ ନେତୃତ୍ବରେ ଏକ୍ ଟିମ ଗଠନ କରି ଘଟଣାର ତଦନ୍ତ ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment
Student Exam Teacher
Advertisment
Advertisment