Kotia Committee Meeting
ଜୁନ୍ ୩ ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କୋଟିଆ ପାଇଁ ନିଯୁକ୍ତ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ଏହାସହ କୋଟିଆ ପାଇଁ ଦୀର୍ଘ ଓ ସ୍ବଳ୍ପ ମିଆଦୀ ଯୋଜନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ମାମଲାର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । କୋଟିଆ ଲୋକେ ଓଡ଼ିଶା ସହିତ ଥିଲେ ଓ ରହିବେ।"
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି କୋଟିଆ ସୀମା ବିବାଦ ଲାଗି ରହିଛି । ଯାହାକୁ ଦୂର କରିବା ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । କମିଟିରେ ମୋଟ ୧୬ ଜଣ ସଦସ୍ୟ ରହିଛନ୍ତି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ପାଖରେ କିପରି ସରକାରୀ ସୁବିଧା ସୁଯୋଗ ପହଞ୍ଚି ପାରିବ ତାହାର ତର୍ଜମା କରିବ ଏହି ରାଜ୍ୟସ୍ତରୀୟ କମିଟି । ସେପଟେ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ଏହି କମିଟି ଗଠନ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747993686.jpg)