Advertisment

Potato Crisis In Odisha: ଆଉ ହେବନି ଆଳୁ ସଂକଟ ! ନିଜ ଜମିରେ ଆଳୁ ଫଳାଇଲେ କୋରାପୁଟ ଚାଷୀ

ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ। କେବଳ ଚାଣ୍ଡାଲଗୁଡା ଗ୍ରାମର ଶହେ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ତେବେ ଯଦି ବର୍ଷ ତମାମ ପାଣି ସୁବିଧା ହୁଅନ୍ତା ଅଧିକ ଆଳୁ ଚାଷ କରି କରିପାରନ୍ତେ ଚାଷୀ।

ଅଦ୍ୟତନ ହୋଇଛି
Koraput Farmers Gear Up to Save Odisha from Potato Crisis

Potato

Advertisment

ରାଜ୍ୟରେ ଦେଖା ଦେଇଛି ଆଳୁ ସଙ୍କଟ। କେତେବେଳେ ପଶ୍ଚିମବଙ୍ଗତ କେତେବେଳେ ଉତ୍ତରପ୍ରଦେଶ ଉପରେ ଆଳୁ ପାଇଁ ନିର୍ଭର କରିବାକୁ ପଡୁଛି । ଏହି ସମୟରେ ସଙ୍କଟମୋଚକ ଭାବେ ଉଭା ହୋଇଛନ୍ତି କୋରାପୁଟରଚାଷୀ। ରାଜ୍ୟର ଆଳୁ ସଙ୍କଟ ଏଡାଇବା ପାଇଁ ଜିଲ୍ଲାର ଏକର ଏକର ଜମିରେ କରିଛନ୍ତି ଆଳୁ ଚାଷ।

Advertisment

ଅଧିକ ପଢ଼ନ୍ତୁ:ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକର ଚାଣ୍ଡାଲଗୁଡ଼ା ଗାଁରେ ହୋଇଛି ଆଳୁ ଚାଷ। ଏଠାରେ ୫୦ରୁ ଅଧିକ ଚାଷୀ ବସବାସ କରନ୍ତି। ପ୍ରତିବର୍ଷ ସେମାନେ ନିଜ ଜମିରେ ବିଭିନ୍ନ ପ୍ରକାର ଋତୁକାଳୀନ ପନିପରିବା ଚାଷ କରୁଥିବାବେଳେ ଚଳିତ ବର୍ଷ ଆଳୁ ଚାଷ କରିବାକୁ ଆଗେଇ ଆସିଛନ୍ତି। ବଜାରରେ ଆଳୁର ଚାହିଦା ତଥା ଚାଷ ପାଇଁ ଉପଯୋଗୀ ଜମି ଥିବାରୁ ଏହି ଚାଷ କରି ଭଲ ଦୁଇପଇସା ରୋଜଗାର କରିବାକୁ ସେମାନେ ଆଶା ରଖିଛନ୍ତି ।

Advertisment

ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ। କେବଳ ଚାଣ୍ଡାଲଗୁଡା ଗ୍ରାମର ଶହେ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ତେବେ ଯଦି ବର୍ଷ ତମାମ ପାଣି ସୁବିଧା ହୁଅନ୍ତା ଅଧିକ ଆଳୁ ଚାଷ କରି କରିପାରନ୍ତେ ଚାଷୀ। ଫଳରେ ଚାହିଦା ପୂରଣ ପାଇଁ ଅନ୍ୟ ରାଜ୍ୟକୁ ନିର୍ଭର କରିବାକୁ ପଡନ୍ତା ନାହିଁ । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ଚାଷ ପାଇଁ ଚାଷୀ ମାନଙ୍କୁ ବିହନ ଉପରେ ସବସିଡି ଦିଆଯାଇଛି।

ଅଧିକ ପଢ଼ନ୍ତୁ:କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...

Advertisment

ଅମଳ ପରେ ଚାଷୀ ଯେପରି ପ୍ରକୃତ ମୁଲ୍ୟ ପାଇବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ତେବେ କିଛି ଚାଷୀ ସବସିଡି ମିଳିନଥିବା ନେଇ ଅଭିଯୋଗ କରିଥିବା ବେଳେ ବଳକା ଚାଷୀ ସବସିଡି ଖୁବ ଶୀଘ୍ର ପାଇଯିବେ ବୋଲି କହିଛନ୍ତି କୋରାପୁଟ ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ।

Odisha News Mamata Banerjee Potato Potato Crisis Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ