କେବଳ କିଟ୍ ନୁହେଁ, କିସ୍ ବିରୋଧରେ ଅଭିଯୋଗର ବି ତଦନ୍ତ କରିପାରନ୍ତି ଜାତୀୟ ମାନବାଧିକାର କମିଶନ । କିଟ୍ କାଣ୍ଡର ତଦନ୍ତ କରୁଥିବା NHRC ଆଗରେ ସାଙ୍ଘାତିକ ତଥ୍ୟ ରଖିଲେ RTI କର୍ମୀ । କିସ୍ କେଳେଙ୍କାରୀ ନେଇ ତଥ୍ୟ ରଖିଲେ RTI କର୍ମୀ ପ୍ରତାପ ମହାନ୍ତି । କିସ୍ରେ କାହିଁକି ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ପାଳନ ହେଉନି ପ୍ରଶ୍ନ କରିଛନ୍ତି । ବାରମ୍ବାର ଚିଠି ସତ୍ତ୍ବେ କାହିଁକି ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ପାଳନ ହେଉନି। 'କିସ୍ରେ ପଢୁଥିବା ପିଲାଙ୍କ କାହିଁକି ଯତ୍ନ ନିଆଯାଉନି ବୋଲି NHRC ଆଗରେ ତଥ୍ୟ ରଖିଥିଲେ RTI କର୍ମୀ ।
Also Read
ଅଧିକ ପଢ଼ନ୍ତୁ: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍, ନିଜ ପ୍ଲଟ୍କୁ ଯିବାକୁ ମିଳୁନି ବାଟ
ସେହିପରି ସେ ଆହୁରି କହିଛନ୍ତି, ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ । କେବଳ ଇଡ୍କୋ ଜମି ନୁହେଁ ଫରେଷ୍ଟ ଲ୍ୟାଣ୍ଡ୍ ବି ଜବରଦଖଲ କରାଯାଇଛି । ଏସବୁର ତଦନ୍ତ ପାଇଁ NHRC ଟିମ୍କୁ ଅବଗତ କଲି ବୋଲି କହିଛନ୍ତି RTI କର୍ମୀ ପ୍ରତାପ । ତେବେ NHRC ଟିମ୍ ‘କିସ୍’ ପ୍ରସଙ୍ଗରେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।
ସେପଟେ KIIT ବିରୋଧରେ ଲମ୍ବିବାରେ ଲାଗିଛି ପୁଳା ପୁଳା ଅଭିଯୋଗ । କିଟ୍ ପାଇଁ ଅନେକ ସାଧାରଣ ଲୋକେ ନିଜ ଜମି ହରାଇଛନ୍ତି । ଜମି କିଣିଛନ୍ତି ହେଲେ କିଟ୍ ଏସବୁ ଜମିକୁ ମାଡ଼ି ବସିଛି । ଏଭଳି କିଛି ଅଭିଯୋଗ ନେଇ NHRC ଟିମ୍ ପାଖରେ ଫେରାଦ ହୋଇଛନ୍ତି ଅନେକ ଲୋକେ । ବର୍ଷ ବର୍ଷ ଧରି କିଟ୍ ଓ କିସ୍ ସେମାନଙ୍କ ଜମିକୁ ମାଡ଼ି ବସିଛି । ଫଳରେ ନିଜ ପ୍ଲଟ୍କୁ ଯିବାକୁ ବି ବାଟ ମିଳୁନି ।
ତେବେ ଅଭିଯୋଗ କରିବାକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ୨୦ ବର୍ଷ ହେବ କିସ୍ ପାଖରେ କିଛି ଜାଗା କିଣିଥିଲେ । କିନ୍ତୁ ଏବେ ଯେତେବେଳେ ସେ ତାଙ୍କ ଜାଗାକୁ ଯିବାକୁ ଚାହୁଁଛନ୍ତି କିଟ୍ର ସିକ୍ୟୁରିଟି ଆମକୁ ଅଟକାଉଛନ୍ତି । ଏମିତି କି କିଟ୍ କର୍ତ୍ତୁପକ୍ଷ ପବ୍ଲିକ୍ଙ୍କ ପାଇଁ ଥିବା ରାସ୍ତାରେ ଗେଟ୍ ଲଗାଇ ଅବରୋଧ କରିଛନ୍ତି । ଖାଲି ଏତିକି ନୁହେଁ ବରଂ କିଟ୍ ଆମ ଜାଗାକୁ ମାଡ଼ି ବସିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ଏନେଇ ବାରମ୍ବାର ପୋଲିସଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଜଣାଇବା ପରେ ବି କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ ସେ ବାରମ୍ବାର କିଟ୍ କର୍ତ୍ତୁପକ୍ଷ ଓ ପୋଲିସ୍ଙ୍କୁ ଜଣାଇବା ପରେ ମଧ୍ୟ କିଛି ସମାଧାନ ହୋଇନଥିବା କହିଛନ୍ତି । ଅପରପକ୍ଷେ, ଏହି ଅଭିଯୋଗକୁ ନେଇ କିଟ୍ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।