Advertisment

KIIT University Row: କିଟ୍‌ ଘଟଣା; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କିଟ୍‌ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ ।

ଅଦ୍ୟତନ ହୋଇଛି
KIIT University Row

KIIT University Row

Advertisment

କିଟ୍‌ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାର ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ନେପାଳ ଦୂତାବାସର ଦୁଇ ଅଧିକାରୀ ନବୀନ ରାଜ୍ ଅଧିକାରୀ ଓ ସଂଜୀବ ଶର୍ମା ଦାସଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଲୋଚନାରେ ମୁଖ୍ୟ ଶାସନସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ACS ଭାଗ ନେଇଥିଲେ ।

Advertisment

ଏପଟେ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି। ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି। ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ଭିତରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି। ପୋଲିସ ଇନଭେଷ୍ଟିଗେସନ୍, ଫୋରେନସିକ୍ ଯାଞ୍ଚ ଚାଲିଛି। ଭାଇରାଲ୍ ଭିଡିଓର ଭଏସ୍ ସ୍ପେକ୍ଟ୍ରୋଗ୍ରାଫି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: କିଟ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ

Advertisment

ଅନ୍ୟପଟେ କିଟ୍ ଜମି ଜାଲିଆତି ଅଭିଯୋଗ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଜମି ଜାଲିଆତି ଅଭିଯୋଗ ପରେ ବିଭିନ୍ନ ଦଳର ନେତା ତଦନ୍ତ ଦାବି କରୁଥିବା ଏବଂ ଏହାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ବିଜୟଙ୍କ ବର୍ତ୍ତମାନର ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। 

ବିଜୟ କହିଛନ୍ତି, ସେ ମୁଖ୍ୟ ଶାସନସଚିବ ଥିବା ସମୟରେ କିଟ୍ ଜମି ଜାଲିଆତି ନେଇ ଅଭିଯୋଗ ଆସିଥିଲା। Estate ଅଫିସରଙ୍କ କୋର୍ଟରେ ମାମଲା ହୋଇଥିଲା। ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା approval ରେ ନିର୍ମାଣ ଅଭିଯୋଗ ଆସିଥିଲା। ଅଭିଯୋଗ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ନିର୍ଦ୍ଦେଶ ଦିଆଯାଇଥିଲା। 2010 ରୁ 2012 -2013 ଭିତରେ ଏସବୁ ଅଭିଯୋଗ ଆସିଥିଲା।

Advertisment

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି

Odisha CM KIIT Mohan Majhi KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ