/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749883865.jpg)
ଆସିଲା ଅର୍ଡର ଭୋଜି ମନା
ଯାଜପୁର ଜିଲ୍ଲାରେ ରଜ ପର୍ବ ବେଳେ ଭୋଜି ମନା । ରଜ ପର୍ବରେ ସାମୁହିକ ସମାବେଶ ବେଳେ ଭୋଜିକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେବା ସହ ସ୍ବାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି । କଲେରା ଚିହ୍ନଟ ଯୋଗୁ ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥି ସହ ସର୍ବଦା ଘର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡ଼ି ଦିଦି ନଚେତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରୁ ସହାୟତା ନେବାକୁ ପରାମର୍ଶ ଦିଆଯାଉଛି ।
ଅଧିକ ପଢ଼ନ୍ତୁ: ସରକାରୀ କର୍ମଚାରୀ ଧ୍ୟାନ ଦିଅନ୍ତୁ, ଏହି ଜିଲ୍ଲାରେ ୧୬ ଯାଏଁ ସବୁ ଛୁଟି ବାତିଲ...
ସେପଟେ ଯାଜପୁରରେ ଗୋଟିଏ କ୍ଲଷ୍ଟରରୁ ନୁହେଁ, ବରଂ ଭିନ୍ନ ଭିନ୍ନ ଅଞ୍ଚଳରୁ ପଜିଟିଭ୍ ବାହାରିଥିବା କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ । ଏହା ସହ ସେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ୍ ଯିବାକୁ କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ। ସର୍ଭେଲାନ୍ସ ଚାଲିଛି, ଯାଜପୁର ଓ ଏସ୍ସିବି ମେଡିକାଲରେ ଟିମ୍ ରହିଛି । ଷ୍ଟେଟ ଲେବୁଲ ଟିମ୍ ମଧ୍ୟ ସବୁ ବେଳେ ସେଠାରେ ରହୁଛି । ଭଦ୍ରକର ସ୍ଥିତି ସେତେ ଗମ୍ଭୀର ନୁହେଁ, କଲେରା ଚିହ୍ନଟ ହୋଇନି ବୋଲି କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ।
ଅନ୍ୟପକ୍ଷରେ ଭଦ୍ରକରେ ନିୟନ୍ତ୍ରଣରେ ରହିଛି ଝାଡ଼ାବାନ୍ତି ସ୍ଥିତି । ଚିକିତ୍ସିତ ଆକ୍ରାନ୍ତମାନେ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜଣେ ଆକ୍ରାନ୍ତ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧୀନ ଦାଣ୍ଡକୁଳ ଓ ତିଖିଲିଆରେ ଝାଡ଼ାବାନ୍ତି ବ୍ୟାପିଥିଲା । ୭ରୁ ଅଧିକ ଆକ୍ରାନ୍ତଙ୍କୁ ଯାଜପୁର ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ଆକ୍ରାନ୍ତ ଏବେ ପର୍ଯ୍ୟନ୍ତ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ପରଖିଛନ୍ତି । ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡକ୍ଟର ସୁଧୀର ରଞ୍ଜନ ନାୟକ କହିଛନ୍ତି ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଶୁକ୍ରବାର ଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି। ଗାଁ ଗୁଡ଼ିକରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ରହିଛନ୍ତି ବୋଲି ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)