/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749278290.jpg)
ରଥ ଚକ କିଣିବେ କି ?
ରଥ ଉପକରଣ ବିକ୍ରି ନିମନ୍ତେ ଜାରି ହେଲା ନୂଆ ଏସଓପି । ଧାର୍ଯ୍ୟ ହେଲା ନୂଆ ଦର । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ପିଛା ଦାମ୍ ୩ ଲକ୍ଷ ଟଙ୍କା ରହିଛି । ସେହିପରି ବଡ଼ଠାକୁରଙ୍କ ତାଳଧ୍ବଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା ରହିଥିବାବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ପିଛା ଦାମ୍ ରହିଛି ଦେଢଲକ୍ଷ ଟଙ୍କା ।
ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ସେହିଭଳି ପ୍ରଭା ପିଛା ଦାମ୍ ରହିଛି ୨୫ ହଜାର ଟଙ୍କା । ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ଚକ କିଣିଲେ ୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । କୌଣସି ସାମଗ୍ରୀ କିଣିବାକୁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିପାରିବେ । ଆବେଦନ ପାଇଁ ହଜାରେ ଟଙ୍କା ଦେବାକୁ ପଡ଼ିବ । ରଥ ଉପକରଣ କିଣିବା ନିମନ୍ତେ ଆଲର୍ଟ ହେବା ପରେ ଆବେଦନକାରୀ ସପ୍ତାହେ ମଧ୍ୟରେ ଅର୍ଥରାଶି ଜମା କରିବେ । ଧାର୍ଯ୍ୟ ସମୟରେ ଟଙ୍କା ଜମା କରିବାକୁ ବିଫଳ ହେଲେ ପରବର୍ତ୍ତୀ ଆବେଦନକାରୀଙ୍କୁ ଆଲର୍ଟ କରାଯିବା ।
ଅଧିକ ପଢ଼ନ୍ତୁ:
Land Dispute: ବୟସର ଅପରାହ୍ନରେ ମିଳୁଛି ପ୍ରଶାସନିକ ତାଗିଦ୍, ଘର ଛାଡ଼ିବାକୁ ଦିଆଯାଉଛି ଧମକ...

Narendra Modi's Odisha Visit: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ତାରିଖ ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

Chief Minister Urban Development Scheme: ଭିତ୍ତିଭୂମି ବିକାଶରେ ମାଇଲଖୁଣ୍ଟ ସାଜିବ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)