• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୁନି ପୁଅ ବନିଲା IPS ଅଫିସର । ସାଲ୍ୟୁଟ୍ ମାରିଲେ ବରିଷ୍ଠ ପୋଲିସ ଅଫିସର l IPS ଅଫିସର ହେଲେ ୭ ବର୍ଷର କୁନି ପୁଅ ଆଶିଷ କୁମାର ସ୍ୱାଇଁ l IPS ଅଫିସର ଭଳି ଡ୍ରେସ ପିନ୍ଧିଲେ... IPS ଅଫିସର ରାହୁଲ ଜୈନ ଏବଂ ବରିଷ୍ଠ ପୋଲିସ ଅଫିସରଙ୍କ ଠାରୁ ସାଲ୍ୟୁଟ୍ ବି ପାଇଲେ l ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା l

କୁନି ପୁଅର ବଡ଼ ଇଛା ପୂରଣ କରିଛନ୍ତି ଦବଙ୍ଗ IPS ଅଫିସର ରାହୁଲ ଜୈନ l ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ କରି କୁନି IPS ଅଫିସରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l କୁନି ପୁଅ ଆଶିଷକୁ ପୋଲିସ ଅଧିକାରୀମାନେ ପୋଲିସ ଡ୍ରେସ, ବ୍ୟାଚ, କ୍ୟାପ୍ ଆଦି ପିନ୍ଧାଇଥିଲେ l ପରେ ସଭାରେ ଗିଫ୍ଟ ଦେଇ ସମ୍ବର୍ଦ୍ଧନା କରିଥିଲେ l ତେବେ କୁନି ପୁଅ ଆଶିଷର ପୋଲିସ ହେବାର ବଡ଼ ଇଛା ପୂରଣ ହେବା ପଛରେ ରହିଛି ଏକ କାରଣ l

ନିର୍ବାଚନ ସମୟରେ ଗାଁରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୁଲୁଥିଲେ SP ରାହୁଲ ଜୈନ l ନୟାଗଡ଼ ଇଟାମାଟି ଥାନା ସଂଖେଇ ଗାଁରେ ବୁଲିବା ବେଳେ କୁନି ପୁଅ ଆଶିଷ SP ରାହୁଲ ଜୈନଙ୍କୁ ସାଲ୍ୟୁଟ୍ ମାରିଥିଲେ l ବଡ଼ ହେଲେ କଣ ହେବାକୁ ଇଛା ରଖିଛ ବୋଲି IPS ରାହୁଲ ଜୈନ ପଚାରିବାରୁ ଆପଣଙ୍କ ଭଳି ପୋଲିସ ଅଫିସର ହେବି ବୋଲି ଆଶିଷ କହିଥିଲେ।

ଅଧିକ ପଢ଼ନ୍ତୁ: ମାହିଙ୍କଠୁ ମିଳିଲା କୁନି ଝିଅକୁ ଜୋସ୍‌; କହିଲେ, ମୁଁ ବି ଦିନେ ଇଣ୍ତିଆ ପାଇଁ ଖେଳିବି..

ଏହାକୁ ମନେ ରଖି ଆଶିଷଙ୍କ ଇଛା ପୂରଣ ପାଇଁ ନିଜେ ଡ୍ରେସ କିଣି ଗାଁରେ ପହଞ୍ଚିଥିଲେ ନୟାଗଡ଼ SP ରାହୁଲ ଜୈନ l ଜନସାଧାରଣଙ୍କ ପାଇଁ ଆମ ପୋଲିସ କାର୍ଯ୍ୟକ୍ରମ କରି ଲୋକଙ୍କୁ ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ନୟାଗଡ଼ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ l

ପୋଲିସ ଏବେ ବ୍ରିଟିଶ ଅମଳର ନୁହେଁ, ବରଂ ଆପଣଙ୍କ ପୋଲିସ, ଆପଣଙ୍କ ସେବାରେ ସର୍ବଦା ବୋଲି କହିଥିଲେ l ଗାଁରେ ଏଭଳି ଏକ ମାହୋଲ ଦେଖି ଲୋକେ ବି ଖୁସି l ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ବସି ଚା’ ମଧ୍ୟ ପିଇଥିଲେ l ଗାଁରେ ପୋଲିସ ବାବୁ ମାନଙ୍କ ଉପସ୍ଥିତି ଏବଂ ଏକ ମେଳାପୀ ପରିବେଶ ଦେଖି ଲୋକେ ବି ବହୁତ ଖୁସି l

ଗାଁରେ ଏମିତି ପରିବେଶରେ ପୋଲିସ ସହ ମିଶିବାର ସୁଯୋଗ ପୂର୍ବରୁ କେବେ ମିଳିନଥିଲା l ତେବେ SP ରାହୁଲ ଜୈନଙ୍କ ଏଭଳି କାର୍ଯ୍ୟକୁ ଏବେ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି l କିଛି ଦିନ ପୁର୍ବରୁ ଅଭିଯୋଗକାରୀଙ୍କ ଅଭିଯୋଗ ରଖିନଥିବାରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ l ଲୋକଙ୍କ ପାଇଁ ଏମିତି ସବୁବେଳେ ପୋଲିସ ତପ୍ତର ରହିବା ଉଚିତ ବୋଲି ଲୋକେ କହୁଛନ୍ତି l

<

OTV is now on Whatsapp

Join and get latest news update delivered to you via whatsapp

Join Now