/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713617205.jpg)
ms dhoni fan
ଫ୍ୟାନ୍ସଙ୍କ ମନ ଜିତିଲେ ମାହି । କୁନି ଫ୍ୟାନ୍ସଙ୍କୁ ଦେଇଥିଲେ ବଡ଼ ଭେଟି । ମହେନ୍ଦ୍ର ସିଂ ଧୋନି ବିସ୍ଫୋରକ ବ୍ୟାଟିଂ ପାଇଁ ଯେତିକି ଜଣାଶୁଣା ତାଙ୍କ ବ୍ୟବହାର ସେପରି ମାର୍ଜିତ। ସଫଳତାର ଶୀର୍ଷରେ ଥିଲେ ସୁଦ୍ଧା ଅହଙ୍କାର ତାଙ୍କୁ ଛୁଇଁ ପାରିନି। ତାଙ୍କର ଏହି ଖାସ୍ ଅନ୍ଦାଜ୍ ପାଇଁ ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ମାହିଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ଅତି ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି । ଆଉ ସେ ବି କୌଣସି ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ । ଏପ୍ରିଲ୍ ୧୪ ତାରିଖରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ୍ ମ୍ୟାଚ୍ । ଏହି ମ୍ୟାଚ୍ ପରେ ଧୋନି ଜଣେ କୁନି ଫ୍ୟାନ୍ଙ୍କୁ ମ୍ୟାଚ୍ ବଲ୍ ଗିଫ୍ଟ ଦେଇଥିଲେ । ଯାହାର ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା ।
ଏମ୍ଏସ୍ ଧୋନି ଯେଉଁ କୁନି ଝିଅଙ୍କୁ ଏହି ମ୍ୟାଚ୍ ବଲ୍ ଗିଫ୍ଟ କରିଥିଲେ ତା’ର ନାଁ ହେଉଛି ମେହେର। ତେବେ ଧୋନିଙ୍କଠୁ ମ୍ୟାଚ୍ ବଲ୍ ପାଇବା ପରେ ସେ ଏକ ପ୍ରତିଶ୍ରୁତି ଦେଇଛନ୍ତି, ଏହି କୁନି ଝିଅର ପ୍ରତିଶ୍ରୁତି ଅନେକ ଲୋକଙ୍କ ହୃଦୟକୁ ଛୁଇଁଛି । କୁନି ଝିଅ ମେହେରଙ୍କ ଏହି ଭିଡିଓଟି ଶୁକ୍ରବାର ଷ୍ଟାର ସ୍ପୋଟର୍ସ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ।
That sweet moment when MSD paused for a young fan & gave her the ball| #IPLonStar🏏
In #IPLFanWeekOnStar, hear from little Meher, who lived the dream of many @msdhoni fans & aspires to represent India in cricket 😍
All eyes are on the 'Thala' who is all set to roar again with… pic.twitter.com/7D1cDcuhcl
— Star Sports (@StarSportsIndia) April 19, 2024
ନିଜର ପ୍ରିୟ ଖେଳାଳି ଧୋନିଙ୍କଠାରୁ ଏହି ଉପହାର ପାଇବା ପରେ ମେହେର କହିଛନ୍ତି, ‘ମୁଁ ମଧ୍ୟ ଦିନେ ଭାରତ ପାଇଁ କ୍ରିକେଟ ଖେଳିବି। ଯେତେବେଳେ ମୋର ଏହି ଇଚ୍ଛା ପୂରଣ ହେବ ପରେ ମୁଁ ମଧ୍ୟ ମ୍ୟାଚ୍ ବଲ୍ ଅନ୍ୟ କାହାକୁ ଉପହାର ଦେବି’।
ସୂଚନା ଅନୁସାରେ ଏପ୍ରିଲ୍ ୧୪ ତାରିଖରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଚେନ୍ନାଇ ୨୦ ରନ୍ରେ ବିଜୟଲାଭ କରିଥିଲା । ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ମୁମ୍ବାଇ ସାମ୍ନାରେ ୨୦୬ ରନ୍ ବଡ଼ ସ୍କୋର କରିଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ମ୍ୟାଚ୍ରେ ଧୋନି ମାତ୍ର ୪ଟି ବଲ୍ ଖେଳି ୨୦ ରନ୍ କରିଥିଲେ । ହାର୍ଦ୍ଦିକଙ୍କୁ ୩ଟି ଛକା ମାରିଥିଲେ ଧୋନି । ଯାହା ସେଦିନ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ଧୁଆଁଧାର ଇନିଂସ ଖେଳି ପ୍ୟାଭିଲିୟନ ଫେରିବା ବେଳେ ଦର୍ଶକ ଗ୍ୟାଲେରୀରେ ଥିବା ଜଣେ କୁନି ଝିଅକୁ ମ୍ୟାଚ୍ ବଲ୍ ଗିଫ୍ଟ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)