Potato Scarcity : 'ସେଠି ଆଳୁ ଗୋଟା ୨ ରୁ ୩ କେଜି, ଏଠି ଚାଷ ହେଲେ ଭଲ ହୁଅନ୍ତା'

ବୀରମହାରାଜପୁର ବିଧାୟକ କହିଛନ୍ତି, ବ୍ରାଜିଲ୍‌ ଓ ଆର୍ଜେଣ୍ଟିନାରେ ଯେଉଁ ଆଳୁ ଚାଷ ହୁଏ, ତାହା ଅତି ଉନ୍ନତମାନର । ସେଠାରେ ପ୍ରତ୍ୟେକ ଆଳୁ ପ୍ରାୟ ୨ ରୁ ୩ କେଜି ଓଜନର ହୋଇଥାଏ ।

Potato Scarcity

ଗତ ସରକାର ବେଳେ ରାଜ୍ୟରେ ଫେଲ ମାରିଛି ଆଳୁ ମିଶନ । ଏପଟେ ଓଡ଼ିଶାକୁ ଆଳୁ ଦେବା କ୍ଷେତ୍ରରେ ବ୍ଲାକ୍ ମେଲ କରୁଛି ପଶ୍ଚିମବଙ୍ଗ ସରକାର । ଆଜି ବିଧାନସଭାରେ ଆଳୁ ପ୍ରସଙ୍ଗରେ ଆଲୋଚନା ବେଳେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ.ଭି. ସିଂହଦେଓ । ସେପଟେ ଆଳୁ ଚାଷ ପାଇଁ ରବି ଋତୁରେ ୬୪ କୋଟି ଖର୍ଚ୍ଚ ହୋଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେପଟେ ବୀରମହାରାଜପୁର ବିଧାୟକ କହିଛନ୍ତି, ବ୍ରାଜିଲ୍‌ ଓ ଆର୍ଜେଣ୍ଟିନାରେ ଯେଉଁ ଆଳୁ ଚାଷ ହୁଏ, ତାହା ଅତି ଉନ୍ନତମାନର । ସେଠାରେ ପ୍ରତ୍ୟେକ ଆଳୁ ପ୍ରାୟ ୨ ରୁ ୩ କେଜି ଓଜନର ହୋଇଥାଏ । ଓଡ଼ିଶାରେ ଉକ୍ତ ଚାଷ ପ୍ରଣାଳୀ ଲାଗୁ କରିବାକୁ ବିଧାନସଭାରେ ଦାବି ରଖିଛନ୍ତି ବିଧାୟକ । ଉକ୍ତ ଚାଷ ପ୍ରଣାଳୀ ଦ୍ୱାରା ଓଡ଼ିଶାରେ ଅଧିକ ଆଳୁ ଉତ୍ପାଦନ ହୋଇପାରିବ । ଫଳରେ ରାଜ୍ୟରେ ଆଉ ଆଳୁ ସମସ୍ୟା ରହିବନାହିଁ ।

ଏହା ସହ ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବନାହିଁ ବୋଲି ମଧ୍ୟ ବିଧାୟକ କହିଛନ୍ତି । ସେପଟେ ରାଜ୍ୟରେ ୧୫ ହଜାର ୨୩ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା ହୋଇଛି । ଆଳୁ ଗଚ୍ଛିତ ରଖିବାକୁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଥିବା କେଭି କହିଛନ୍ତି । ଅନ୍ୟପଟେ ଶୀତଭଣ୍ଡାର ବନ୍ଦକୁ ନେଇ ଗୃହରେ ବିଜେଡି ବିଧାୟକଙ୍କ ଉଦ୍‌ବେଗ ପ୍ରକାଶ କରିଥିଲେ ।

ଅଧିକ ପଢ଼ନ୍ତୁ: ମହିଳାଙ୍କ ପାଇଁ କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ ?

ବିଜୁଳି ଦର ବୃଦ୍ଧି ଯୋଗୁଁ ବନ୍ଦ ନେଇ ଗଣେଶ୍ୱର ବେହେରା ଉଦ୍‌ବେଗ ପ୍ରକାଶ କରିଥିଲେ । ଏହାର ଉତ୍ତର ଦେଇ ବିଦ୍ୟୁତ ଦର ପାଇଁ ବନ୍ଦ ହୋଇନି କହିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ଅର୍ଥତତ୍ତ୍ୱ ପରି ଚିଟ୍‌ଫଣ୍ଡ ସଂସ୍ଥାକୁ ଦିଆଗଲା, ସେମାନେ ବନ୍ଧକ ରଖିଲେ । ବନ୍ଧକ ଯୋଗୁଁ ଶୀତଳ ଭଣ୍ଡାର ବନ୍ଦ ରହିଲା । ବିକଳ୍ପ ଚାଷ ବିବିଧୀକରଣ କରିବାକୁ ବିଚାର କରାଯିବ । ୫୮ଟି ଶୀତଳ ଭଣ୍ଡାର ପିପିପି ମୋଡ୍‌ରେ ହାଇବ୍ରିଡ୍ ଢାଞ୍ଚାରେ ହେବ । ଯାହା ଉଭୟ ବୈଦ୍ୟୁତିକ ଓ ସୌରଚାଳିତ ହେବ ବୋଲି କହିଛନ୍ତି କେଭି ସିଂ ଦେଓ ।

ଆଳୁ ସଙ୍କଟ ମନୁଷ୍ୟକୃତ! ଏଭଳି ବୟାନ ଦେଇ ଗତ କିଛିଦିନ ତଳେ ନବୀନଙ୍କୁ ଟାର୍ଗେଟ୍ କରିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏହି ବୟାନ ପରେ ପୁଣି ତେଜିଛି ଆଳୁ ରାଜନୀତି । ଯୋଗାଣ ମନ୍ତ୍ରୀ କହିଛନ୍ତି, ସରକାରକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ ବୋଲି, ଏବେ ପୁଣି ରାଜି ହେଲେ କେମିତି? ମାର୍କେଟରେ ପରିମାଣ କମିଲେ ଦର ବଢ଼େ । ଏବେ ଦର ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ ବୋଲି କହିଥିଲେ ।

ପୂର୍ବରୁ ମଧ୍ୟ ଯୋଗାଣ ମନ୍ତ୍ରୀ ଭାଇ ନବୀନଙ୍କ ଇସାରାରେ ଦିଦି ଆଳୁ ଦେଉନଥିବା କହିଥିଲେ । ମାତ୍ର ବିଜେଡିର ମତ ହେଲା, ଅନ୍ୟ ରାଜ୍ୟ ସହିତ ଭଲ ସଂପର୍କ ରଖିବା ଦରକାର । ଯୋଗାଣ ମନ୍ତ୍ରୀ ଅନ୍ୟ ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି ପାରୁନାହାନ୍ତି । ଜାଣି ଶୁଣିକି ବଢ଼ାଉଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ଯୁକ୍ତି ହେଲା ନିଜ ଅପାରଗତା ଲୁଚାଇବାକୁ ଏଭଳି ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ମଦ୍ୟପର ଜଘନ୍ୟ କାଣ୍ତ; ଚାଖାଣା ବିକାଳିଙ୍କ ମୁଣ୍ଡ ଫଟାଇଲା