ଖୋର୍ଦ୍ଧାର ଜଟଣୀରେ ଦିନକୁ ଦିନ ବଢ଼ିଚାଲିଛି ବେଆଇନ ମୋରମ ଓ ପଥର ଚୋରା ଚାଲାଣ । ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତିଦିନ ଚୋରା ଚାଲାଣ ହେଉଛି ଶହ ଶହ ଟ୍ରକ୍ ମୋରମ ଓ ପଥର । ଏଥିରେ ଖଣି ମାଫିଆ ମାଲାମାଲ୍ ହେଉଥିବା ବେଳେ ରାଜସ୍ବ ହରାଉଛନ୍ତି ସରକାର ।
ସ୍ଥାନୀୟ ଲୋକେ ଅଭିଯୋଗ କଲେ ମାଫିଆ ଦେଖାଉଛନ୍ତି ନାଲି ଆଖି । ସେପଟେ ଖଣି ବିଭାଗକୁ ଉପରେ ଦୋଷ ଲଦି ସ୍ଥାନୀୟ ପ୍ରଶାସନ ଚୁପ୍ ବସିଥିବା ନେଇ ହୋଇଛି ଅଭିଯୋଗ । ଏହାର ସୁଯୋଗ ନେଇ ମାଲାମାଲ ହେଉଛନ୍ତି ଖଣି ମାଫିଆ ।
Also Read
ଅଧିକ ପଢ଼ନ୍ତୁ: ହଂସିତା ବଡବଡିଆଙ୍କୁ ଯୋଗାଉଥିଲେ ସୁନ୍ଦର ତରୁଣୀ!
ଚାରିଆଡେ ବିରାଟ ବିରାଟ ଖାଲ ଖୋଳି ନିଜ ପକେଟ ଭରିବାରେ ବ୍ୟସ୍ତ ମାଫିଆ । ମାଫିଆ ମାନେ ଶହ ଶହ ଟ୍ରିପ ମୋରମ ଏବଂ ପଥର ତାଡି ନେବା ପରେ ସୃଷ୍ଟି ହେଉଛି ବିପଦପୂର୍ଣ୍ଣ କୃତ୍ରିିମ ଖାଲ । ଖାଲି ସେତିକି ନୁହେଁ, ପଥର ଗାଡ଼ି ସହଜରେ ଯିବା ଆସିବା କରିବା ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରାସ୍ତା । ଖୋର୍ଦ୍ଧା ଜଟଣୀ ଚାରିପାଖରେ ଥିବା ଖଣି ଅଞ୍ଚଳର ଚିତ୍ର ଦେଖିଲେ ଚୋରା ଚାଲାଣ ନେଇ ମିଳୁଛି ସ୍ପଷ୍ଟ ସୂଚନା ।
ଜଟଣୀ ଇନଫୋଭ୍ୟାଲି ଥାନା ଅଧୀନ ପିତାପଲ୍ଲୀ ଏବେ ବେଆଇନ ମୋରମ ଖଣିର ହବ ପାଲଟିଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଜଟଣୀ ଥାନା ଅଧୀନ କନ୍ତିଆ, ନିରଞ୍ଜନପୁର, କୁସୁମାଟି,କୁଦିଆରୀ ଅଞ୍ଚଳରେ ମଧ୍ୟ ସେହି ସମାନ ସ୍ଥିତି । ବେଆଇନ ଭାବେ ସରକାରୀ ଜମି, ଜଙ୍ଗଲ ଜମି, କାଜୁ ଜଙ୍ଗଲ ଅଞ୍ଚଳରୁ ଚାଲିଛି ଲୁଟ୍ ।
ବିନା ପରିବେଶ ମଞ୍ଜୁରୀ ଏବଂ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଚାଲିଛି ବେଆଇନ ଖଣି ଖନନ । ତେବେ ପ୍ରଶାସନ ଓ ଖଣି ମାଫିଆଙ୍କ ମିଲିଭଗତରେ ପ୍ରତିଦିନ ଖଣି ଲୁଟ୍ ହେଉଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ସତ୍ତ୍ବେ ଖଣି ବିଭାଗର କାମ କହି ନୀରବ ହୋଇ ବସିଛି ସ୍ଥାନୀୟ ପ୍ରଶାସନ । ଏପଟେ ଅଭିଯୋଗକାରୀଙ୍କୁ ନାଲିଆଖି ଦେଖାଉଛନ୍ତି ମାଫିଆ ।
ସେପଟେ ସ୍ଥାନୀୟ ବିଧାୟକ କହିଛନ୍ତି, ତୁରନ୍ତ ବେଆଇନ ଖଣି ଉତ୍ତୋଳନ ବନ୍ଦ ହେବା ଦରକାର ବୋଲି ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ । ତେବେ ଆଗକୁ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ, ତେବେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇ ଚାଲିଥିବ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।