Advertisment

FM College Case: ‘ସୌମ୍ୟାଶ୍ରୀ ଆମ କଲେଜ ପାଇଁ ଆସେଟ୍ ଥିଲା’

ICC ସଦସ୍ୟ ମୀନତି ସେଠୀ କହିଛନ୍ତି ସୋମ୍ୟାଶ୍ରୀ HODଙ୍କ ନାଁରେ ଫେଭର ଅଭିଯୋଗ କରିଥିଲେ ଯାହା ଯୌନ ନିର୍ଯାତନାକୁ ନିଶ୍ଚିତ ଇଙ୍ଗିତ କରୁଥିଲା। ମାତ୍ର କିଛି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା। ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ, ମାତ୍ର ପ୍ରମାଣ ପାଇଲୁ ନାହିଁ ବୋଲି ଆଇସିସି ସଦସ୍ୟ କହିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
FM College Case

FM College Case

ସୌମ୍ୟାଶ୍ରୀ ଆମ କଲେଜ ପାଇଁ ଆସେଟ୍ ଥିଲା। HOD ସମୀର ସାରଙ୍କୁ ଚେଞ୍ଜ୍ ପାଇଁ ପ୍ରିନ୍ସିପାଲଙ୍କୁ ଲେଖିଥିଲୁ। FM କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ICC କୋର୍ଡିନେଟର ଏହା କହିଛନ୍ତି। ଅଭିଯୋଗ ଆଧାରରେ କମିଟି ୯ ତାରିଖ ରାତିରେ ରିପୋର୍ଟ କରିଥିଲା। କ’ଣ କରିବା କାମ ସେମାନଙ୍କର ଥିଲା ବୋଲି ICC କୋର୍ଡିନେଟର କହିଛନ୍ତି।

Advertisment

ସେପଟେ ICC ସଦସ୍ୟ ମୀନତି ସେଠୀ କହିଛନ୍ତି ସୋମ୍ୟାଶ୍ରୀ HODଙ୍କ ନାଁରେ ଫେଭର ଅଭିଯୋଗ କରିଥିଲେ ଯାହା ଯୌନ ନିର୍ଯାତନାକୁ ନିଶ୍ଚିତ ଇଙ୍ଗିତ କରୁଥିଲା। ମାତ୍ର କିଛି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା। ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ, ମାତ୍ର ପ୍ରମାଣ ପାଇଲୁ ନାହିଁ ବୋଲି ଆଇସିସି ସଦସ୍ୟ କହିଛନ୍ତି। ବିଭାଗର ୬୦ ପିଲାଙ୍କୁ ଡାକି HODଙ୍କ ଚରିତ୍ର ବାବଦରେ ତଥ୍ୟ ନେଲୁ। ଅନ୍ୟ ପିଲାମାନେ ମଧ୍ୟ HODଙ୍କ ନାଁରେ ଅଭିଯୋଗକୁ ଗ୍ରହଣ କଲେନାହିଁ। ତେଣୁ ରିପୋର୍ଟରେ HODଙ୍କୁ ଭଲ ବ୍ୟବହାର ପାଇଁ ଲେଖିଥିଲୁ ଏବଂ HODଙ୍କୁ ତୁରନ୍ତ ବଦଳାଇବାକୁ ଲେଖିବା ସହ ମୌଖିକ ଭାବେ କହିଥିଲୁ ବୋଲି ଆଇସିସି ସଦସ୍ୟ କହିଛନ୍ତି। 

ଏପଟେ ଆଜି ସଂଧ୍ୟାରେ ଆସିବ ବଡ଼ ନିଷ୍ପତ୍ତି । ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ବାଲେଶ୍ୱର ଘଟଣା ରାଜ୍ୟ ସରକାରଙ୍କୁ ବ୍ୟଥିତ କରିଛି । ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ ସରକାର କରିବେ । ଆଜି ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରାଯାଇଥିଲା । କେବଳ HOD କି ଅଧକ୍ଷ ନୁହନ୍ତି ଝିଅ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେ କୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିବା ପରେ ସନ୍ଧ୍ୟା ସୁଦ୍ଧା ବଡ଼ ଆକ୍ସନ ହୋଇପାରେ ।

Advertisment

ସରକାରଙ୍କ ଏକ ମାତ୍ର ଲକ୍ଷ ପୀଡିତାଙ୍କୁ ନ୍ୟାୟ ଦେବା । ବିରୋଧୀଙ୍କ ନ୍ୟାୟିକ ତଦନ୍ତ ଦାବି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଲେ ପୂର୍ବ ସରକାରରେ ଅନେକ ଘଟଣାରେ ନ୍ୟାୟିକ ତଦନ୍ତ ହୋଇଥିଲେ ବି ରିପୋର୍ଟ ଆସିଲାନି କି କାର୍ଯ୍ୟାନୁଷ୍ଠାନ ହେଲାନି । ଘଟଣାକୁ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ଏହାର ଅଗ୍ରଗତି କେମିତି ହେଉଛି, ଆଉ କଣ ପଦକ୍ଷେପ ଆବଶ୍ୟକ ସେ ସବୁର ତର୍ଜମା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ହେବ ।

ଅଧିକ ପଢନ୍ତୁ: ବାଲେଶ୍ବର ଘଟଣାକୁ ବିରୋଧ; ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ...

Balasore
Advertisment
Advertisment