ଜଳବାୟୁ ବିପର୍ଯ୍ୟୟ ଯୋଗୁଁ ମାନବ ସମାଜ ତୀବ୍ର କ୍ଷତିର ସମ୍ମୁଖୀନ ହେଉଥିବାବେଳେ ଏକ ନୂଆ ଅଧ୍ୟୟନ ସୂଚାଇ ଦେଇଛି ଯେ ପରିବର୍ତ୍ତନଶୀଳ ଜଳବାୟୁ ପ୍ରଭାବରେ ଅଧିକାଂଶ କୀଟପତଙ୍ଗ ମଧ୍ୟ ବିଲୁପ୍ତ ହୋଇଯିବେ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପରବର୍ତ୍ତୀ ଶତାବ୍ଦୀରେ ୬୫% କୀଟପତଙ୍ଗ ବିଲୁପ୍ତ ହୋଇପାରନ୍ତି।
ଅଧ୍ୟୟନରରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ପ୍ରାଣୀଜଗତକୁ ଅସ୍ଥିର କରିପାରେ ଏବଂ ବିଲୁପ୍ତ ହେବାର ଆଶଙ୍କାକୁ ବଢେଇ ଦେଇପାରେ।
ଅଧ୍ୟୟନରେ କୁହାଯାଇଛି ଯେ ତାପମାତ୍ରାରେ ପରିବର୍ତ୍ତନ ଦ୍ୱାରା କୀଟପତଙ୍କମାନେ କିପରି ପ୍ରଭାବିତ ହେବେ ତାହା ବୁଝିବା ପାଇଁ ଆମକୁ ଏକ ମଡେଲିଂ ଉପକରଣ ଆବଶ୍ୟକ ଥିଲା ଏବଂ ଏହି ଅଧ୍ୟୟନ ସହିତ ଆମେ ଏହା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ : ଏହାକୁ ବୁଝିବାକୁ ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରତ୍ୟକ୍ଷ ଏବଂ ସଠିକ୍ ଉପାୟ ହେବ ବୋଲି ନାସାର ଆମେସ୍ ରିସର୍ଚ୍ଚ ସେଣ୍ଟରର ପୂର୍ବତନ ପୋଷ୍ଟଡକ୍ଟରାଲ୍ ଗବେଷକ ଡକ୍ଟର୍ କେଟ୍ ଡଫି କହିଛନ୍ତି।
Also Read
ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଅନୁମାନ କରିଆସୁଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଜୈବ ବିବିଧତା ଏବଂ ପୃଥିବୀର ଜିନ୍, ପ୍ରଜାତି ଏବଂ ଇକୋସିଷ୍ଟମରେ ମିଳୁଥିବା ଭିନ୍ନତାରେ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଇବ। ମାନବ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ବିଶୁଦ୍ଧ ବାୟୁ, ଜଳ ଏବଂ ବିଶ୍ୱରେ ଲକ୍ଷ ଲକ୍ଷ କୃଷି କାର୍ଯ୍ୟ ପାଇଁ ବିବିଧତା ବଜାୟ ରଖିବା ଜରୁରୀ ବୋଲି ଡକ୍ଟର୍ କେଟ୍ କହିଛନ୍ତି।
ତେବେ ସଂରକ୍ଷଣ କାର୍ଯ୍ୟ ସମ୍ଭାବ୍ୟ ଜୈବ ବିବିଧତା କ୍ଷୟରେ ସୁଧାର ଆଣିପାରିବ, ଏହି ପ୍ରୟାସର ସଫଳତା ପରିବେଶ ପରିବର୍ତ୍ତନ ଉପରେ ଇକୋସିଷ୍ଟମର ପ୍ରତିକ୍ରିୟାର ପୂର୍ବାନୁମାନ କରିବାର କ୍ଷମତା ଉପରେ ନିର୍ଭର କରେ ବୋଲି କୁହାଯାଇଛି।
ବିଶ୍ଳେଷଣରୁ ଜଣାପଡିଛି ଯେ ତାପମାତ୍ରାରେ ଅତ୍ୟଧିକ ପରିବର୍ତ୍ତନ ହେତୁ ଆଗାମୀ ୫୦ ରୁ ୧୦୦ବର୍ଷ ମଧ୍ୟରେ ୩୮ ପ୍ରକାର କୀଟମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ବିଲୁପ୍ତ ହେବାର ଆଶଙ୍କା ରହିଛି। ତାପମାତ୍ରା ପରିବର୍ତ୍ତନ ବିଶେଷତଃ ଶୀତଳ ରକ୍ତର କୀଟମାନଙ୍କ ପାଇଁ ବିପଦ ଆଣିବ। କାରଣ ତାପମାତ୍ରାରେ ତୀବ୍ର ପରିବର୍ତ୍ତନ ଏହି ଜୀବମାନଙ୍କର ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ କ୍ଷମରାର ଅଭାବ ରହିଛି।
ପ୍ରତ୍ୟେକ ଜୀବଙ୍କର ଇକୋସିଷ୍ଟମରେ ଏକ ଭୂମିକା ରହିଛି ଏମିତି କି କୀଟପତଙ୍ଗର ମଧ୍ୟ। ସେମାନେ ଜୈବ ପଦାର୍ଥକୁ କ୍ଷୟ କରିବା ପରାଗଣ ମାଧ୍ୟମରେ ଫଳ, ପନିପରିବା ଏବଂ ଫୁଲ ଉତ୍ପାଦନରେ ସାହାଯ୍ୟ କରନ୍ତି। କୀଟପତଙ୍ଗ ମଧ୍ୟ କ୍ଷତିକାରକ କୀଟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି।
ପ୍ରକୃତି ସଂରକ୍ଷଣ ଅନୁଯାୟୀ, କୀଟମାନେ ସଫେଇ ବିଶେଷଜ୍ଞ ଭାବେ କାମ କରିବା ସହ ଆବର୍ଜନା ସଫା କରିବା ଭଳି କାମ କରନ୍ତିଅ ଯାହା ଦ୍ୱାରା ଦୁନିଆରେ ଗୋବର ଗଦା କମିଯାଏ। ଏ। ସେମାନେ କୀଟମାନଙ୍କ ଶିକାର ପାଇଁ ଦାୟୀ ମଧ୍ୟ।
ଏହି କୀଟମାନଙ୍କର ସଂଖ୍ୟା ହ୍ରାସ ପ୍ରକୃତିର ସନ୍ତୁଳନକୁ ପ୍ରଭାବିତ କରିପାରେ। ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ଗବେଷକ ଅରୁପ ଗାଙ୍ଗୁଲି କହିଛନ୍ତି ଯେ “ଏହି ଗବେଷଣାରେ ଇକୋଲୋଜିକାଲ୍ ଏବଂ ଡାଟା-ସଂଚାଳିତ ମଡେଲ ପରିବେଶ ପ୍ରତିକ୍ରିୟାର ଅଧିକ ସଠିକ ପୂର୍ବାନୁମାନକୁ ସକ୍ଷମ କରିପାରେ ଏବଂ ପ୍ରଜାତିଗୁଡିକର ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବାରେ ଅଧିକ ରଣନୀତି ବିଷୟରେ ସୂଚନା ଦେଇପାରେ।”