Advertisment

Help Ankit Panigrahi: ବିଛଣାରେ ଘାଣ୍ଟି ହେଉଛନ୍ତି ୨୨ ବର୍ଷୀୟ ଅଙ୍କିତ; ସହାୟତା ପାଇଁ ମା’ର ଆକୁଳ ନିବେଦନ...

ବିଧିର ବିଧାନ ବଡ ବିଚିତ୍ର। ଯେଉଁ ବୟସରେ ଭେଣ୍ଡିଆ ପୁଅ ମା'କୁ ସାହାରା ହେବା କଥା ସେହି ବୟସରେ ମା'ର ସାହାରା ବିନା ବିଛଣାରୁ ଉଠିବା ସମ୍ଭବ ହେଉନାହିଁ।

ଅଦ୍ୟତନ ହୋଇଛି
Help Ankit Panigrahi

Help Ankit Panigrahi

Advertisment

ଭବିଷ୍ୟତ ବଦଳିବା ବୟସରେ ବଦଳିଗଲା ଜୀବନ। ବଦଳିଗଲା ଚେହେରା, ବଦଳି ଯାଇଛି ଠିକଣା। ସୁଖ ଭୋଗିବା ବୟସରେ ଦୁଃଖର ଦୁନିଆରେ ଘାଣ୍ଟି ହେଉଛନ୍ତି ୨୨ ବର୍ଷୀୟ ଅଙ୍କିତ । କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ନେଇକି ଆସେ । କିଛି ମଣିଷ ପରିସ୍ଥିତି ଆଗେ ହାରି ଯାଇଥାନ୍ତି, ଆଉ କିଛି ସେଇ କଷ୍ଟକୁ ସହି ସଂସାର ରଥ ଗଡାଇ ଚାଲନ୍ତି। 

Advertisment

ବିଧିର ବିଧାନ ବଡ ବିଚିତ୍ର। ଯେଉଁ ବୟସରେ ଭେଣ୍ଡିଆ ପୁଅ ମା'କୁ ସାହାରା ହେବା କଥା ସେହି ବୟସରେ ମା'ର ସାହାରା ବିନା ବିଛଣାରୁ ଉଠିବା ସମ୍ଭବ ହେଉନାହିଁ। ଅଣ୍ଟାଠାରୁ ପାଦ ଯାଏ ସମ୍ପୂର୍ଣ୍ଣ ଅକାମୀ ହୋଇପଡି ଏବେ ଡାକ୍ତରଖାନାର ବିଛଣାରେ ପଡିରହି ବଞ୍ଚିବାକୁ ସଂଗ୍ରାମ କରିବାକୁ ପଡୁଛି।

ଅଧିକ ପଢ଼ନ୍ତୁ: ସବୁ ନିୟମକୁ ଫୁ’: ପ୍ରଶାସନ-ପୋଲିସକୁ ଖୋଲା ଚ୍ୟାଲେଞ୍ଜ; ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ

Advertisment

ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପ୍ରତିମା ପାଣିଗ୍ରାହୀଙ୍କ ଏକମାତ୍ର ପୁତ୍ର ଅଙ୍କିତ। ୨୨ ବର୍ଷୀୟ ଅଙ୍କିତ ବର୍ଷକ ତଳେ ମେରୁଦଣ୍ଡରେ ଯନ୍ତ୍ରଣା ଅନୁଭବ କଲେ। ଆଉ ଡାକ୍ତର ଦେଖାଇବା ପରେ ଜଣାପଡିଲା ଯେ ସେ ମେରୁଦଣ୍ଡ ଟି.ବି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ମା' ପ୍ରତିମା ଏକ ଘରୋଇ ବିଦ୍ୟାଳୟରେ କାମ କରି ଯାହା ସଞ୍ଚୟ କରିଥିଲେ ସବୁ ପୁଅ ପାଇଁ ଖର୍ଚ୍ଚ କରି କୌଣସି ମତେ ପୁଅର ଜୀବନ ବଞ୍ଚାଇ ଦେଲେ। ହେଲେ ଅସ୍ତ୍ରୋପଚାର ପରେ ପୁଅ ଅଙ୍କିତର ଅଣ୍ଟା ଠାରୁ ପାଦ ଯାଏ ଅକାମୀ ହୋଇଗଲା। ଏବେ ଅଙ୍କିତ ସ୍ବାଭାବିକ ଭାବରେ ସୁସ୍ଥ ହେବା ପାଇଁ ଏକମାତ୍ର ରାସ୍ତା ଫିଜିଓଥେରାପି ଚିକିତ୍ସା। ଆଉ ଏଥିପାଇଁ ଆବଶ୍ୟକ ବହୁ ଅର୍ଥ ଆବଶ୍ୟକ । 

ତେବେ ଡାକ୍ତରଙ୍କ କହିବାନୁସାରେ ମାସିକ ୧ ଲକ୍ଷ ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଅନ୍ୟୁନ ୭ ମାସର ଫିଜିଓଥେରାପି ଚିକିତ୍ସାର ଦରକାର ହେଉଛି। ଏହା ପରେ ହୁଏତ ସେ ସ୍ବାଭାବିକ ଭାବରେ ଚାଲିପାରନ୍ତି। ସେପଟେ କୌଣସି ସରକାରୀ ସ୍ବାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ମା’ ପ୍ରତିମା ପୁଅକୁ ସୁସ୍ଥ କରାଇବା ପାଇଁ ମୁଣ୍ଡ ବାଡେଇ ଆଖିରୁ ଲୁହ ଗଡାଉଛନ୍ତି। ଏଭଳି ଦୁଃଖଦ ସମୟରେ ଯଦି କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହଯୋଗର ହାତ ବଢାନ୍ତେ ତେବେ ପ୍ରତିମାଙ୍କ ଏକମାତ୍ର ପୁଅ ଅଙ୍କିତ ସୁସ୍ଥ ହୋଇ ସ୍ବାଭାବିକ ଜୀବନ ବଞ୍ଚି ପାରନ୍ତା।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶା ମାଟିତଳେ ମୂଲ୍ୟବାନ ଲିଥିୟମ; ନୟାଗଡ଼ ଜିଲ୍ଲାରେ ମିଳିଲା ସଙ୍କେତ !

Odisha News Bhubaneswar TB Tuberculosis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ