Advertisment

Health Care Centre In Rairangpur: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର; ଆଦିବାସୀଙ୍କୁ ଦେଖିବାକୁ ନାହାନ୍ତି ଡାକ୍ତର...

ଭଙ୍ଗା ନଳ, ଫଟା କାନ୍ଥ, ଫାଙ୍କା ଚେୟାର, ତାଲା ପଡ଼ିଥିବା କବାଟ ଆଉ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଟାଇଲ ଉଠା ରାସ୍ତା। ଏହି ଚିତ୍ର ଦେଖି ଆପଣ ଭାବୁଥିବେ ଏହା କୌଣିସି ଭୂତକୋଠିର ଦୃଶ୍ୟ। ହେଲେ ପ୍ରକୃତ କଥା ହେଲା...

author-image
Sujit kumar Swain
ଅଦ୍ୟତନ ହୋଇଛି
Health Care Centre In Rairangpur

Health Care Centre In Rairangpur

ଭଙ୍ଗା ନଳ, ଫଟା କାନ୍ଥ, ଫାଙ୍କା ଚେୟାର, ତାଲା ପଡ଼ିଥିବା କବାଟ ଆଉ କୁଢ଼ କୁଢ଼ ଅଳିଆ ସାଙ୍ଗକୁ ଟାଇଲ ଉଠା ରାସ୍ତା। ଚିତ୍ର ଦେଖିଲେ ଆପଣ ଭାବିବେ ଏହା କୌଣିସି ଭୂତକୋଠିର ଦୃଶ୍ୟ। ହେଲେ ପ୍ରକୃତ କଥା ହେଲା ଏହା କୌଣସି ଭୂତକୋଠି କି  ପରିତ୍ୟକ୍ତ କୋଠା ନୁହଁ... ଖଣି ଖାଦାନରେ ଭରପୁର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅଧୀନ ଆଦିବାସୀ ଅଧ୍ୟୁଷିତ ଗୁହାଳଡାଙ୍ଗ୍ରିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବା ବେଳେ ଏଠାରେ ଡାକ୍ତର, ନର୍ସ, କର୍ମଚାରୀ ଏପରିକି ଔଷଧର ଅଭାବ ରହିଛି । ଫଳରେ ଗରିବ ଆଦିବାସୀମାନେ ଓପିଡି ସେବାରୁ ବି ବଞ୍ଚିତ ହେଉଛନ୍ତି।

Advertisment

ଗୁହାଳଡାଙ୍ଗ୍ରି ସମେତ ସୁଦର୍ଶନପୁର ଓ ହତୀୟା ପଞ୍ଚାୟତ ସଂପୂର୍ଣ୍ଣ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ। ହେଲେ ଏଠାକାର ଓପିଡି ଘର ଜରାଜିର୍ଣ୍ଣ ଅବସ୍ଥାରେ। ମାତ୍ର ଜଣେ ଡାକ୍ତର ଭରସାରେ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲୁଥିବା ବେଳେ ନର୍ସ ଓ ସୁଇପର ପଦ ଖାଲି ପଡ଼ିଛି। ପ୍ରସୂତି ଗୃହର ଛାତରୁ ଅତଡ଼ା ଖସିବା ସହ କାନ୍ଥ ଫାଟି ଆଁ କଲାଣି। ଷ୍ଟାଫ୍ କ୍ୱାଟରର ଅବସ୍ଥା ନ କହିବା ଭଲ। 

ଅଧିକ ପଢ଼ନ୍ତୁ: ଦାଦନ ଦୁଃଖର ସଫଳ କାହାଣୀ; ହାତ-ପାଦ ନାହିଁ, ଅର୍ଜୁନ ବିଜେତାଙ୍କୁ ହରାଇଲେ ଗୋଲ୍ଡ ଗାର୍ଲ ପାୟଲ

Advertisment

ଅନ୍ୟପକ୍ଷରେ ପାଚେରୀ ନଥିବାରୁ ରାତି ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅସାମାଜିକଙ୍କ ଆଡ୍ଡା ଜମେ। ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ସମୟରେ ତାଲା ଝୁଲୁଥାଏ, ତେଣୁ ଏଠାକାର ଲୋକ ମାନେ ପ୍ରାୟ ୪୦ କିଲୋମିଟର ଦୂର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଯିବାକୁ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। 

ସରକାର କୁହନ୍ତି ସ୍ୱାସ୍ଥ୍ୟସେବାରେ ଖଣି ଇଲାକାବାସୀଙ୍କୁ ମିଳିବ ପ୍ରାଥମିକତା। ହେଲେ ଗୁହାଳଡାଙ୍ଗ୍ରିକୁ ମିଳିପାରୁନି ମୌଳିକ ସ୍ୱାସ୍ଥ୍ୟସେବା। ଯାହାଙ୍କ ଜମିରୁ କୋଟି କୋଟି ଟଙ୍କା ପାଉଛନ୍ତି ସରାକାର, ସାମାନ୍ୟ ବଟିକାଟେ ପାଇଁ ସେ ହେଉଛି ହାହାକାର।

ଅଧିକ ପଢ଼ନ୍ତୁ: କାଲିଠୁ ଆରମ୍ଭ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌; ମିଳିପାରେ ୩ କୋଟିର ନିଯୁକ୍ତି

Rairangpur Health Care
Advertisment
Advertisment