Advertisment

Sri Jagannath Dham Controversy: ଦୀଘା ଧାମ ପଛରେ ପଶ୍ଚିମବଙ୍ଗ ସରକାରଙ୍କ ଷଡ଼ଯନ୍ତ୍ର, ଶ୍ରୀମନ୍ଦିର ଶବ୍ଦାବଳୀର ପ୍ୟାଟେଣ୍ଟ ଆବେଦନ ହେବ

ଦୀଘା ‘ଧାମ’ ବିବାଦ ପ୍ରସଙ୍ଗରେ ଆଜି ପ୍ରଥମ ଥର ମୁହଁ ଖୋଲି ଗଜପତି ମହାରାଜା ଦିବ୍ୟସିଂହଦେବ ସଫା ସଫା ଶୁଣାଇଛନ୍ତି- କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବନି। ଏହା ପରଂପରା ବିରୁଦ୍ଧ। ଜଗନ୍ନାଥ ଧାମ, ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର କହିଲେ କେବଳ ପୁରୀକୁ ହିଁ ବୁଝାଏ।

author-image
Saroj Kumar Jena
digha

digha

ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପଛରେ ସଂପୂର୍ଣ୍ଣ ଭାବେ ରହିଛି ପଶ୍ଚିମବଙ୍ଗ ସରକାରଙ୍କ ହାତ। ଏହା ପରଂପରା ବିରୋଧୀ। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ। ତେଣୁ ପଶ୍ଚିମ ବଙ୍ଗ ସରକାରଙ୍କ ସହ ଆଲୋଚନା କରି ଦୀଘାରୁ ‘ଧାମ’ ନାଁ ହଟାଇବାକୁ ଓଡ଼ିଶା ସରକାର ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି ଗଜପତି ମହାରାଜା। ସେପଟେ ଦୀଘା ବିବାଦର ଯେପରି ଅନ୍ୟ କେଉଁଠି ପୁନରାବୃତ୍ତି ନହୁଏ, ସେଦିଗରେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଶବ୍ଦାବଳୀର ପ୍ୟାଟେଣ୍ଟ ପାଇଁ ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।

Advertisment

ଦୀଘା ‘ଧାମ’ ବିବାଦ ପ୍ରସଙ୍ଗରେ ଆଜି ପ୍ରଥମ ଥର ମୁହଁ ଖୋଲି ଗଜପତି ମହାରାଜା ଦିବ୍ୟସିଂହଦେବ ସଫା ସଫା ଶୁଣାଇଛନ୍ତି- କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବନି। ଏହା ପରଂପରା ବିରୁଦ୍ଧ। ଜଗନ୍ନାଥ ଧାମ, ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର କହିଲେ କେବଳ ପୁରୀକୁ ହିଁ ବୁଝାଏ। ବିଶ୍ବରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି, ହେଲେ କେହି ଧାମ ନାମକରଣ କରିନାହାନ୍ତି। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଶ୍ରୀକ୍ଷେତ୍ର ହିଁ ଜଗନ୍ନାଥ ଧାମ ବୋଲି ସ୍ପଷ୍ଟ କରିବା ସହ ଯୋଶୀ ମଠ ଶଙ୍କରାଚାର୍ଯ୍ୟ ବି ପୁରୀ ସପକ୍ଷରେ ମତ ରଖିଛନ୍ତି। ଦୀଘାରେ ଯେହେତୁ ଖୋଦ୍ ପଶ୍ଚିମବଙ୍ଗ ସରକାର ମନ୍ଦିର ନିର୍ମାଣ କରିଛନ୍ତି, ତେଣୁ ଦୀଘାରୁ ଧାମ ଶବ୍ଦ ଉଚ୍ଛେଦ ନେଇ ସେଠାକାର ସରକାରଙ୍କ ସହ ଓଡ଼ିଶା ସରକାର ଆଲୋଚନା କରି ଶୀଘ୍ର ବିବାଦର ସମାଧାନ କରିବାକୁ ଅପିଲ୍ କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ।

ଖାଲି ଏତିକି ନୁହେଁ ଦୀଘା ଧାମ ପ୍ରସଙ୍ଗରେ ଇସ୍କନ ଭୂମିକାକୁ ନେଇ ବି କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା। ଦୀଘାକୁ ଧାମ ନାମ ଦିଆଯିବାବେଳେ ସଂସ୍ଥା କିଭଳି ସବୁ ଜାଣି ଆପତ୍ତି ଉଠାଇଲାନି ଓ ପଶ୍ଚିମବଙ୍ଗ ସରକାର ଗଢ଼ିଥିବା ମନ୍ଦିର ଟ୍ରଷ୍ଟ ବୋର୍ଡରେ ରହିଲା, ତାକୁ ନେଇ ବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଏ ନେଇ ଇସ୍କନର ପ୍ରତିକ୍ରିୟା ମିଳିନି।

Advertisment

ଶ୍ରୀକ୍ଷେତ୍ର ହେଉ କି ଶ୍ରୀମନ୍ଦିର, ଏହାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ଅନେକ ସମୟରେ ଯେଉଁଭଳି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ସଂଶ୍ଲିଷ୍ଟ ଶବ୍ଦ ସବୁକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଉଛି, ତାକୁ ନେଇ ଚିନ୍ତା ପ୍ରକଟ କରିଛି ଶ୍ରୀମନ୍ଦିର ପ୍ରଶାସନ। କିଭଳି ଆଗକୁ ଦୀଘା ପରି ସମସ୍ୟା ସୃଷ୍ଟି ନହେବ, ସେଥିପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ଶବ୍ଦାବଳୀର ‘ପାଟେଣ୍ଟ’ କରିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ

ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା

Puri Jagannath Temple Digha Shree Jagannath Temple
Advertisment
Advertisment