/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750066519.jpg)
Diarrhea Outbreak in Jajpur
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ । ବରୀ ପରେ ବିଞ୍ଝାରପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚାଟ୍, ଗୁପ୍ ଚୁପ୍ ଓ ଆଇସ୍ କ୍ରିମ୍ ଫ୍ୟାକ୍ଟ୍ରି ବନ୍ଦ ରହିବ। ପାଣି ପାଉଚ୍, ମାଛ, ଚିକେନ୍, ମଟନ୍ ଦୋକାନ ବି ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ହୋଟେଲ୍, ଜଳଖିଆ ଓ ମିଠା ଦୋକାନକୁ ସ୍ବଚ୍ଛତା ରଖିବାକୁ କୁହାଯାଇଛି। ଖିଲାପ କଲେ ଦୋକାନଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଇଁ ଚେତାବନୀ ଦିଆଯାଇଛି । ବିବାହ, ବ୍ରତଘର, ଜନ୍ମଦିନ ଭୋଜିକୁ ସମୂହ ବର୍ଜନ ପାଇଁ ପରାମର୍ଶ ଦିଆଯାଇଛି।
ଯାଜପୁର ଜିଲ୍ଲାରେ କିନ୍ତୁ ସ୍ଥିତି ଗମ୍ଭୀର । ଜିଲ୍ଲାରେ ମୃତ ସଂଖ୍ୟା ୭କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨୬୦ରେ ପହଞ୍ଚିଛି ।ସେପଟେ ୧୪ ଜଣିଆ କେନ୍ଦ୍ରୀୟ ଟିମ ଯାଜପୁରରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ଅଧିକ ପଢନ୍ତୁ: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା
ଆଜି ସେମାନେ ଦାନଗଦି ବ୍ଲକ ତରେଇଲୋ ଗ୍ରାମକୁ ଯାଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଥିଲେ । ଖାଦ୍ୟର ମାନ ଓ ପାନୀୟ ଜଳ ଯାଞ୍ଚ କରିବା ସହ ନମୂନା ସଂଗ୍ରହ କରିଛନ୍ତି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ ରୋଗୀ ଚିକିତ୍ସିତ ହେଉଥିବା ବେଳେ ନୂଆ ରୋଗୀ ୬ ଜଣ ଚିକିତ୍ସିତ ହେଉଛନ୍ତି।
ଆଜିଠାରୁ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡକ୍ସିସାଇକ୍ଲିନ କ୍ୟାପସୁଲ ବଣ୍ଟନ କରାଯାଇଛି । ରୋଗୀଙ୍କ ସମ୍ପର୍କୀୟଙ୍କୁ ସଂକ୍ରମଣ ନହେବା ପାଇଁ ଏହି ପ୍ରତିଷେଧକ ଦିଆଯାଇଛି ।
ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଯାଜପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। କେନ୍ଦ୍ରୀୟ ଟିମ୍, ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଡାଇରିଆ ନିୟନ୍ତ୍ରଣ ନେଇ ମୁଖ୍ୟତଃ ୩ଟି ଦିଗ ଉପରେ ଗୁରୁତ୍ବ ଦିଆଯାଇଛି। ପାନୀୟ ଜଳ ବିଶୋଧନ ସହ ଜନ ସଚେତନତା କରାଯିବ। ଡାଇରିଆ ଚେନକୁ ଅଟକାଇବା ପାଇଁ ଆକ୍ରାନ୍ତଙ୍କ ପରିବାରକୁ ଇଞ୍ଜେକସନ୍ ଦେବା ଏବଂ କଣ୍ଟାକ୍ଟ ଟ୍ରେସିଂ ସହ ନିୟମିତ ମନିଟରିଂ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)