• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କିଟ୍‌ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ କିଟ୍‌ ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେ କହିଛନ୍ତି, କିଟ୍ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କିଟ୍‌ କର୍ତ୍ତୁପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏମିତି ଏକ ଅଭାବନୀୟ ଘଟଣା ଘଟିଲା । ଛାତ୍ରୀ ଜଣଙ୍କ ପାଞ୍ଚ ସପ୍ତାହରୁ ମାନସିକ ନିର୍ଯ୍ୟାତନା କଥା କହିଥିଲେ । କିନ୍ତୁ କିଟ୍‌ କର୍ତ୍ତୁପକ୍ଷ ଚୁପ୍‌ ରହିଲେ । ଯାହାଫଳରେ ଓଡ଼ିଶା ବିଶ୍ୱରେ ଲଜ୍ଜିତ ହେଲା ବୋଲି ଗଣେଶ୍ୱର ବେହେରା କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘୮୦୦ ଟଙ୍କା ଦରମା ପାଉଥିଲେ, ୧୫ ହଜାର କୋଟିର ମାଲିକ କେମିତି ହେଲେ ଅଚ୍ୟୁତ’

ସେହିପରି ସେ ଆହୁରି କହିଛନ୍ତି, ଭାରତ-ନେପାଳ ସମ୍ପର୍କ ବେଶ୍‌ ସୁଦୃଢ଼ । କିନ୍ତୁ କିଟ୍‌ ଘଟଣା ପାଇଁ ଏହି ଘନିଷ୍ଠ ସମ୍ପର୍କ ମଧ୍ୟରେ ଆଘାତ ଆସିଲା । ଫେବ୍ରୁଆରୀ ୧୬ରେ ଏହି ଘଟଣା ଘଟିବା ପରେ ମନ୍ତ୍ରୀ କହିଲେ ଏହା ଘରୋଇ ବିଶ୍ୱବିଦ୍ୟାଳୟ । ଏହା ତାଙ୍କ ଘରୋଇ ବ୍ୟାପାର । ଯଦି ସାଧାରଣ ଘଟଣା ହୋଇଥାନ୍ତା, ଏ ମନ୍ତବ୍ୟ ଠିକ୍‌ । ହେଲେ ଛାତ୍ରୀଙ୍କ ନିର୍ଯାତନା ଯୋଗୁଁ ଆତ୍ମହତ୍ୟାକୁ କ’ଣ ଘରୋଇ ବ୍ୟାପାର କହିବା ଯଥାର୍ଥ ? ଏହି ଘଟଣାରେ ଯଦି ଠିକ୍ ପଦକ୍ଷେପ ନିଆଯାଇଥାନ୍ତା ତେବେ ଲଜ୍ଜା ପ୍ରଶମିତ ହୋଇଥାନ୍ତା ବୋଲି ଗଣେଶ୍ୱର ବେହେରା କହିଛନ୍ତି ।

ସେହିପରି ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି ଗଣେଶ୍ୱର । ସେ କହିଛନ୍ତି, ବିଶ୍ଵ ବିଦ୍ୟାଳୟରେ ସେମାନଙ୍କୁ ପ୍ରଫେସର କଲା କିଏ ? ସେମାନେ କେମିତି କହିଲେ ଯେ କିଟ୍‌ ବଜେଟ୍‌ ନେପାଳଠାରୁ ଅଧିକ ? ବୈଦେଶିକ ବ୍ୟାପାର କ’ଣ ସେମାନେ ଜାଣନ୍ତି ? ଏହା ଅପରାଧ । କ୍ଷମଣୀୟ ନୁହେଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି ।

ନେପାଳୀ ଛାତ୍ରଛାତ୍ରୀଙ୍କୁ ଅକଥନୀୟ ଅତ୍ୟାଚାରକୁ ନେଇ ଆଜି ମୁହଁ ଖୋଲିଛନ୍ତି ଗଣେଶ୍ୱର । ସେ କହିଛନ୍ତି, କିଟ୍‌କୁ କିଏ ବୁଦ୍ଧି ଦେଲା ନେପାଳୀ ପିଲାଙ୍କ ପାଇଁ ସାଇନ୍‌ ଏ ଡାଏ କରିବାକୁ । ୯୦୦ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଏ ଡାଏ ହେଲା । ଏବେ ବି ୮୦୦ ପିଲା ବିଶ୍ୱ ବିଦ୍ୟାଳୟକୁ ଫେରିନାହାନ୍ତି । ଏହି ଘଟଣା ପାଇଁ ବିଶ୍ୱ ବିଦ୍ୟାଳୟ ସହ ରାଜ୍ୟ ଓ ଦେଶର ଛବି ମଧ୍ୟ ନଷ୍ଟ ହେଲା । ତେବେ ଏହି ଘଟଣାରେ ଯିଏ ବି ଦୋଷୀ ସେ ଦଣ୍ଡ ପାଉ। ଏହା ସହ ଅପରାଧକୁ ପ୍ରଶ୍ରୟ ଦେଉଥିବା ଲୋକ ବି ଦଣ୍ଡିତ ହେଉ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ।

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍‌ର ୮ ଜଣ ଅଧିକାରୀ

OTV is now on Whatsapp

Join and get latest news update delivered to you via whatsapp

Join Now