Advertisment

Koraput Shooting Hub: ସବୁଜ ବନାନୀରେ ଖିଲିଖିଲି ହୋଇ ହସୁଛି ଲାଲଗଡ଼ କୋରାପୁଟ

ଟଲିଉଡ ଓ ବଲିଉଡ କଳାକାରଙ୍କ କୋରାପୁଟ ଆଗମନ ପରିବର୍ତ୍ତନଶୀଳ ପ୍ରକୃତିର ଏକ ସୁନ୍ଦର ବାର୍ତ୍ତା ଦେଉଛି। କାହିଁକିନା ୧୦ ବର୍ଷ ପୂର୍ବର କୋରାପୁଟ ଆଉ ଆଜିର କୋରାପୁଟ ଭିତରେ କାହିଁ କେତେ ପରିବର୍ତ୍ତନ ହୋଇଛି ।

ଅଦ୍ୟତନ ହୋଇଛି
Koraput Transformation

Koraput Transformation

Advertisment

ଦିନେ ବନ୍ଧୁକ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଉପାନ୍ତ ଅଞ୍ଚଳ । ମାଓ ଗର୍ଜନରେ ଥରି ଉଠୁଥିଲା ଖଣ୍ଡମଣ୍ଡଳ । ଆଜି ସେହି ସ୍ଥାନ ନୂଆବୋହୁ ପରି ସଜେଇ ହୋଇଛି । ସୁନ୍ଦର, ସବୁଜ, ଭରା ଭରା ପାଲଟି ଯାଇଛି ଅପହଞ୍ଚ ଉପାନ୍ତ ଅଞ୍ଚଳ । ଏହା ହିଁ ୧୦ ବର୍ଷ ତଳର କୋରାପୁଟ ଆଉ ଏବେର କୋରାପୁଟ ଭିତରେ ପାର୍ଥକ୍ୟ । ସୁନ୍ଦରୀ କୋରାପୁଟକୁ ଦେଖିଲେ ଏପରି ମନେ ହେଉଛି ଯେପରି ଏଠି ଆକାଶ ଆଉ ପାହାଡ଼ ଏକାକାର ।

Advertisment

ଏହି ପ୍ରକୃତିର ମନୋରମ ଦୃଶ୍ୟକୁ ଦେଖି ପର୍ଯ୍ୟଟକ ବି ବିଭୋର । ଏହି ସୁନ୍ଦର ଦୃଶ୍ୟକୁ ଯିଏ ବି ଦେଖୁଛି ଘଡ଼ିଏ ଚାହିଁ ରହୁଛି । ଦୂର ଦିଗ୍‌ବଳୟରେ ସବୁଜିମା କ୍ଷେତକୁ ନୀଳ ଭରା ଆକାଶ ଯେମିତି ଅନେକ ଅକୁହା କଥା କହୁଛି । ଦେଖଣାହାରିଙ୍କ ପାଇଁ ଯଦି ଏତେ, ତେବେ ଅନୁଭବୀଙ୍କ ପାଇଁ କେତେ ହୋଇନଥିବ ସତରେ । ସତରେ ସେତିକି ସୁନ୍ଦର ଆମ କୋରାପୁଟ, ଆଉ କୋରାପୁଟର ରୂପ ଲାବଣ୍ୟ, ଯାହାର ଚର୍ଚ୍ଚା ଅନେକ ।

କାହିଁକି ବା ଚର୍ଚ୍ଚା ନ ହେବ, ଯେଉଁ ସ୍ଥାନ ଦିନେ ଲାଲ ଗଡ଼ର ଅପକୀର୍ତ୍ତି ମୁଣ୍ଡେଇ ଥିଲା । ସେ ଆଜି ଫିଲ୍ମ ନିର୍ମାତାଙ୍କ ହବ୍ ପାଲଟୁଛି । ନିକଟରେ କୋରାପୁଟରେ ଚାଲିଛି ଏସଏସ ରାଜା ମୌଲିଙ୍କ ହାଇ ବଜେଟ୍ ଫିଲ୍ମ ଏସଏସଏମବି ୨୯ର ସୁଟିଂ। ଏହି ଫିଲ୍ମର ସୁଟିଂ ପାଇଁ ସାଉଥର ସୁପରଷ୍ଟାର ମହେଶ ବାବୁଙ୍କ ସମେତ ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା, ଜଣାଶୁଣା ଡାନ୍ସର ନୋରା ଫତେହି କୋରାପୁଟର ତଳମାଳିରେ ପହଞ୍ଚିଥିଲେ ।

Advertisment

ଟଲିଉଡବଲିଉଡ କଳାକାରଙ୍କ କୋରାପୁଟ ଆଗମନ ପରିବର୍ତ୍ତନଶୀଳ ପ୍ରକୃତିର ଏକ ସୁନ୍ଦର ବାର୍ତ୍ତା ଦେଉଛି। କାହିଁକିନା ୧୦ ବର୍ଷ ପୂର୍ବର କୋରାପୁଟ ଆଉ ଆଜିର କୋରାପୁଟ ଭିତରେ କାହିଁ କେତେ ପରିବର୍ତ୍ତନ ହୋଇଛି । ଘଟଣାକ୍ରମକୁ ଦେଖିଲେ, ୨୦୧୭ ଫେବ୍ରୁଆରୀ ୧ ରେ  ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଏହିଠାରେ ୮ ଜଣ ପୋଲିସ ଶହୀଦ ହୋଇଥିଲେ । ସେହିପରି ୨୦୧୬ ନଭେମ୍ବର ୧୯ରେ ଅପହରଣ, ହତ୍ୟା ଓ ମେସିନ ଜଳାପୋଡା, ୨୦୧୮ ମାର୍ଚ୍ଚରେ ପୋଲିସ ଗଡ଼ାଇଥିଲା ୪ ମାଓବାଦୀଙ୍କ ମୁଣ୍ଡ ।

ଆଉ ଏବେ କେନ୍ଦ୍ର ସରକାରଙ୍କ ମିସନ୍ ୨୦୨୬ ଅଧୀନରେ ଦେଶର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳ ମାଓମୁକ୍ତ ହେଉଛି । ଫଳରେ ଏବେ ଲାଲ୍ ଗଡ଼ ସବୁଜ ବନାନୀରେ ଖିଲିଖିଲି ହୋଇ ହସୁଛି ।  ଅଫିସରଙ୍କଠୁ ସାଧାରଣ ଜନତା ସମସ୍ତେ ନିର୍ଭୟରେ କୋରାପୁଟକୁ ଅନୁଭବ କରୁଛନ୍ତି । କୋରାପୁଟର ଦେଓମାଳି ପରେ ଏବେ ତଳମାଳି ପର୍ବତର ସୁନ୍ଦରତା ପର୍ଯ୍ୟଟକ ସମେତ ଫିଲ୍ମ ନିର୍ମାତାଙ୍କୁ ଆକର୍ଷିତ କରୁଛି । ଏପରି ସ୍ଥଳେ ଯଦି ଅଞ୍ଚଳର ଆହୁରି ଉନ୍ନତି ହୋଇପାରନ୍ତା , ତେବେ ଏଠାକାର ଅଧିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇପାରନ୍ତା ବୋଲି ଜିଲ୍ଲା ପରିଷଦ ସଭ୍ୟ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା 

Odisha Koraput Odisha Tourism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ