/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751976578.jpg)
Four Bangladeshi Nationals Detained in Paradip for Illegal Entry
ପାରାଦୀପରେ ୪ ବାଂଲାଦେଶୀ ଅଟକ।ପାରାଦୀପ ଲକ ଥାନା ପୋଲିସ ପକ୍ଷରୁ ଚଢାଉ କରି ୪ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖିବା ସହ ପଚରାଉଚରା କରାଯାଉଛି।ସମସ୍ତେ ଗୋଟିଏ ପରିବାରର ବୋଲି ପୋଲିସ ଜାଣିବାକୁ ପାଇଛି ।ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ଦେଇ ଏମାନେ ପାରାଦୀପରେ ପହଞ୍ଚିଥିଲେ।
Advertisment
ତେବେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଭାରତକୁ ବେଆଇନ ଅନୁପ୍ରବେଶ କରିଛନ୍ତି ତାହା ସ୍ପଷ୍ଟ ହୋଇନି।ଯାଂଚ ବେଳେ ସେମାନଙ୍କ ପାଖରୁ କୌଣସି ପରିଚୟ ପ୍ରମାଣପତ୍ର ମିଳିନଥିବା ବେଳେ, ପୋଲିସ ଆଗରେ ସବୁ ସତ କହିଛନ୍ତି।ସମସ୍ତଙ୍କୁ ପାରାଦୀପ ଅଠରବାଙ୍କି ସ୍ଥିତ ରେଣ୍ଟାଲ ହାଉସରେ ରଖାଯାଇଛି।ସରକାରଙ୍କ ନିର୍ଦ୍ଦେଶ ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି ।
ଅଧିକ ପଢନ୍ତୁ: ବିମାନରେ ବସିଲେ ମହୁମାଛି, ଉଡ଼ାଣ ଘଣ୍ଟାଏ ବିଳମ୍ବ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)