Advertisment

FM College Case: `ପୀଡିତାଙ୍କ ସପକ୍ଷରେ ମାତ୍ର ୧୦ ଜଣ ଥିଲେ, ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ'

ଆଜି ଆମ ସାଙ୍ଗ ଜଳିନି, ଆମେ ସମସ୍ତେ ଜଳୁଛୁ, ଉଚିତ୍ ତଦନ୍ତ ନହେବା ଯାଏଁ ଆମେ ଜଳୁଥିବୁ ବୋଲି ଅନେକ କଥା କହି ଗୁମର ଖୋଲିଛନ୍ତି ମୃତା ଏଫଏମ୍ ପୀଡିତାଙ୍କ ସାଙ୍ଗ କଶିସ୍ ଦାଶ।

author-image
Sujit kumar Swain
ଅଦ୍ୟତନ ହୋଇଛି
FM College Case

FM College Case

ବଞ୍ଚିଥିଲାବେଳେ ଟାହିଟାପରା କଲେ ଆଉ ମଲା ପରେ ନ୍ୟାୟ ପାଇଁ ଚିଲୋଉଛନ୍ତି। ଆଜି ଆମ ସାଙ୍ଗ ଜଳିନି, ଆମେ ସମସ୍ତେ ଜଳୁଛୁ, ଉଚିତ୍ ତଦନ୍ତ ନହେବା ଯାଏଁ ଆମେ ଜଳୁଥିବୁ ବୋଲି ଅନେକ କଥା କହି ଗୁମର ଖୋଲିଛନ୍ତି ମୃତା ଏଫଏମ୍ ପୀଡିତାଙ୍କ ସାଙ୍ଗ କଶିସ୍ ଦାଶ। କଶିସ୍ କହିଛନ୍ତି- ଆମେ ଏବିଭିପି ସଂଗଠନରେ ଥିବାରୁ ସାଙ୍ଗକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। କେବଳ ଟାହିଟପରା ନୁହେଁ, ସାଙ୍ଗ ସପକ୍ଷରେ ମାତ୍ର ଆମେ ୧୦ ଜଣ ଥିବାବେଳେ ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ। ସେମାନଙ୍କ ଛି ଛିକୁ ସହି ନପାରି ସାଙ୍ଗ ହାରିଗଲା, ଯେଉଁଦିନ ପେଟ୍ରୋଲ କେଉଁଠୁ ଆସିଥିଲା ଜଣାପଡ଼ିବ ସେଦିନ ଅଧା ତଦନ୍ତ ସରିଯିବ ବୋଲି କହିଛନ୍ତି କଶିସ୍। 

Advertisment

ଏପଟେ ୮ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି ।

ବାଲେଶ୍ୱରରେ ବନ୍ଦ ପାଳନ ବେଳେ ଷ୍ଟେସନ୍ ଛକ ନିକଟରେ ଉପଜିଲ୍ଲାପାଳଙ୍କ ଗାଡି ଅଟକାଇଲେ ବିଜେଡି କର୍ମୀ । ଉପଜିଲ୍ଲାପାଳ ବାଲେଶ୍ବର ସର୍କିଟ ହାଉସ ଅଭିମୁଖେ ଯାଉଥିବା ବେଳେ ଷ୍ଟେସନ ଛକରେ ଗାଡିକୁ ଅଟକାଇ ଥିଲେ ।ଶେଷରେ ଉପଜିଲ୍ଲାପାଳ ନିଜେ ଗାଡିରୁ ଓହ୍ଲାଇ ଚାଲି ଚାଲି ସର୍କିଟ ହାଉସ୍ ଅଭିମୁଖେ ଯାଇଥିଲେ ।

Advertisment

ବାଲେଶ୍ବର ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ । ସେ କହିଛନ୍ତି, ବିରୋଧୀ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାରେ ପ୍ରିନ୍ସିପାଲ୍ ଓ ଏଚଓଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିରୋଧୀ ଦଳର କର୍ମୀ ହିଁ ପୀଡିତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ପୂର୍ବ ସରକାର ଘଟଣାପ୍ରତି ସମ୍ବେଦନଶୀଳ ହେଉନଥିଲେ, ଅଭିଯୁକ୍ତ ବନ୍ଧା ହେଉନଥିଲା । ଏବେ ନୂଆ ସରକାରରେ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ହେଉଛି । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଭେଟି ସମବେଦନା ଜଣାଇଛନ୍ତି । ସରକାର ତ୍ବରିତ ନ୍ୟାୟ ପାଇଁ ବ୍ୟବସ୍ଥା କରିଛନ୍ତି। 

ଅଧିକ ପଢନ୍ତୁ: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

Balasore College Students Harassed
Advertisment
Advertisment