ତ୍ରେତୟା ଯୁଗର ରାମ ସେତୁ ପଥର । ଯାହା ଉପରେ ପ୍ରଭୁ ରାମଚନ୍ଦ୍ର ପାଦ ଥୋଇ ଯାଇଥଲେ ଲଙ୍କା । ଆଉ ମା’ ସୀତାଙ୍କୁ ଉଦ୍ଧାର କରିଥିଲେ । ଅତୀତରେ ପଥର ଭାସିବାର ଅନେକ ଖବର ଆପଣମାନେ ଜାଣିଥିବେ । ଆଜି ମଧ୍ୟ ଆମେ ସେହି ପଥର କଥା ହିଁ କହୁଛୁ । ଏ ଖବର ପଢ଼ିବା ମାତ୍ରେ ଆପଣଙ୍କର ସେ ରାମସେତୁ କଥା ନିଶ୍ଚୟ ମନେ ପଡ଼ିବ । କାରଣ ପଥର ପାଣିରେ ବୁଡ଼ିବା ସାଧାରଣ ହେଲେ ଭାସିବା ନିହାତି ଭାବେ ଅଲୌକିକ ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଉଦ୍ଧାର ହୋଇଛି ଏ ପ୍ରକାର ଆଶ୍ଚର୍ଯ୍ୟକର ପଥର । କିଛି ଯୁବକ ନଦୀରେ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇଥିବା ଏ ପଥରଟିକୁ ପାଇ ନଦୀରେ ପକାଇଥିଲେ । ହେଲେ ପଥରଟି ବୁଡ଼ିବା ପରିବର୍ତ୍ତେ ଭାସିବାକୁ ଲାଗିଥିଲା । ଆଉ ଏ କଥା ପ୍ରଘଟ ହେବା ପରେ ଏହି ପଥରଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ ଲାଗିଛି ।
Also Read
ପଥରଟିର ଓଜନ ୩ କିଲୋ ୮୦୦ ଗ୍ରାମ । ପାଣିରେ ଭାସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପଥରଟିକୁ ସ୍ଥାନୀୟ ଲୋକମାନେ ମନ୍ଦିରରେ ରଖିଥିବା ବେଳେ ଲୋକଙ୍କ ଭିଡ ଜମୁଛି । ପୂର୍ବରୁ ମଧ୍ୟ ବୈତରଣୀ ନଦୀ ପଠାରୁ ଭଗ୍ନ ଶିବ ଲିଙ୍ଗ ମିଳିଥିଲା । ଏବଂ ସେହପରି ଷୋଳମପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଅନେକ ବୌଦ୍ଧ ମୂର୍ତ୍ତି ମଧ୍ୟ ଉଦ୍ଧାର ହୋଇଥିଲା । ସେ ସବୁ ନିକଟରେ ଥିବା ସଂଗ୍ରାଳୟରେ ରଖାଯାଇଛି ।