Advertisment

CM Kisan Scheme Relief for Farmers: ଚେକ୍ କରନ୍ତୁ ଆକାଉଣ୍ଟ; ଆସିଲା ସିଏମ୍ କିଷାନ ଟଙ୍କା

ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ଏହି ସିଏମ କିଷାନ ଟଙ୍କା ମିଳିଛି । ସିଏମ କିଷାନ ଯୋଜନାରେ ଚାଷୀ ମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳିବ । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେବେ ସରକାର ।

author-image
Tapaswini Nayak
ଅଦ୍ୟତନ ହୋଇଛି
ଆକାଉଣ୍ଟକୁ ଆସିଲା ଟଙ୍କା

ଆକାଉଣ୍ଟକୁ ଆସିଲା ଟଙ୍କା

ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ କିଷାନ ଟଙ୍କା। ସିଏମ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସ୍ତରୀୟ କୃଷକ ସମାରୋହରେ ଚାଷୀଙ୍କ ଖାତାକୁ ଏହି ଟଙ୍କା ଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଚାଷୀଙ୍କୁ ନୂଆଁଖାଇ ଭେଟି, ମିଳିଲା ସିଏମ୍ କିଷାନ୍ ଟଙ୍କା

୧ହଜାର କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ସିଏମ୍ କିଷାନ ଟଙ୍କା ପଠାଯାଇଛି। ୫୦ ଲକ୍ଷ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ଆସିଛି।

କାଳିଆ ବଦଳରେ ସିଏମ୍ କିଷାନ୍ ଟଙ୍କା ଦିଆଯାଉଛି।  ସିଏମ୍ କିଷାନ୍ ଯୋଜନାରେ ରାଜ୍ୟର ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ।

Advertisment

ଉଭୟ ଖରିଫ ଓ ରବି ଫସଲ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷକଙ୍କ ଖାତାକୁ ୩ଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ଲେଖାଏଁ ଯିବ। ଏଥିପାଇଁ ଚଳିତ ବଜେଟରେ ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

 

CMO Mohan Charan Majhi
Advertisment
Advertisment