• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍ । ମଲାଇ ଖାଇ ଠିକାଦାର ଛୁ' । ପଦାରେ ପଡ଼ିଲା ବିଜେଡି ସରକାରର ଦୁର୍ନୀତି । ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ବିଧାନସଭାରେ ମନ୍ତ୍ରୀ ରବି ନାଏକ କହିବା ପରେ ତାଙ୍କୁ ସମର୍ଥନ କରି ଛୁଙ୍କ ମାରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ।

ମଲେଇ ଖାଇ ଠିକାଦାର ପାର । ପିଇବା ପାଣି ମୁନ୍ଦେ ପାଇଁ ଜନତା ହନ୍ତସନ୍ତ । ପ୍ରଶ୍ନକାଳରେ ପାନୀୟ ଜଳ ଯୋଗାଣ ତାତି । ବିଧାନସଭାରେ ପୂର୍ବ ବିଜେଡି ସରକାରର ଗୁମର ଖୋଲିଲେ ପଂଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଆଜି ଏମିତି ଉତ୍ତର ରଖିଛନ୍ତି ମନ୍ତ୍ରୀ । ପାନୀୟ ଜଳ ପ୍ରକଳ୍ପରେ ବାହାର ରାଜ୍ୟର ଠିକାଦାରମାନେ ଅହେତୁକ ବିଳମ୍ବ କରିଛନ୍ତି । ଯେଉଁ ଠିକାଦାରଙ୍କ ସହିତ ବିଜେଡି ସରକାର ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ ସେଥିରୁ ୫୮ ପ୍ରତିଶତ ଟଙ୍କା ଉଠାଇ ପଳାଇଛନ୍ତି ।

ଅଧିକ ପଢନ୍ତୁ: ନାଁ ଯେମିତି ଅନନ୍ୟା, ପ୍ରତିଭା ବି ଅନନ୍ୟ; ତାଙ୍କ ତୁଳୀର ମୁନରେ ଜୀବନ୍ତ ହୁଏ ଚିତ୍ର 

କେବଳ ପାଇପ୍ ବିଛା କାମ ହୋଇଛି । ସେଥିପାଇଁ ପାନୀୟ ଜଳ ପ୍ରକଳ୍ପ କାମ ବିଳମ୍ବ ହେଉଛି । ଖାଲି ମନ୍ତ୍ରୀ ନୁହଁନ୍ତି, ଖୋଦ୍ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ଉଦବେଗ ପ୍ରକାଶ କରି ବିସ୍ଫୋରଣ କରିଛନ୍ତି । କହିଛନ୍ତି ଗତ ସରକାରରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇ ପାନୀୟ ଜଳ ପ୍ରକଳ୍ପ କାମ ଶେଷ କରାଗଲାନି ଯେଉଁଥି ପାଇଁ ଅନେକ ବିଧାୟକ ଲୋକଙ୍କ ଆକ୍ରୋଶର ଶିକାର ହୋଇ ପରାଜିତ ହେଲେ ।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନିପତି ମଧ୍ୟ ଏ ପ୍ରସଙ୍ଗରେ ବର୍ଷିଛନ୍ତି । ସେପଟେ ଅସନ୍ତୋଷ ପ୍ରକାଶ କରିଥିବା ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କ ଅଞ୍ଚଳରେ ସ୍ଥିତି ସଙ୍ଗିନ । ଜିଲ୍ଲା ଖଣିଜ ପାଣ୍ଠିରୁ ପୂର୍ଣ୍ଣାଙ୍ଗ ହୋଇଥିବା ଏହି ପ୍ରକଳ୍ପ ପାଇଁ ୧୫୫ ହଜାର ୪୪ ଲକ୍ଷ ଟଙ୍କା ଖର୍ଚ୍ଚରେ ୨୦୦ ଗାଁକୁ ପାନୀୟ ଜଳ ଯୋଗାଣ ହେଉଥିବା ନେଇ ପ୍ରଶାସନ ବାହସ୍ପୋଟ ମାରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ।

କୋରାପୁଟରେ ବି ସମାନ ସ୍ଥିତି । ଅବଧି ସରି ୧୨ ବର୍ଷ ବିତିଥିଲେ ବି ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ପାଣି ମୁନ୍ଦାଏ ପାଇବା ପାଇଁ ଚାତକ ପରି ଚାହିଁ ବସିଛନ୍ତି ଲୋକେ । ତତ୍କାଳୀନ ସରକାରଙ୍କ ତଦାରଖର ଅଭାବ କାରଣରୁ ମୁରାନ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନି । କୋଟପାଡ଼,ଜୟପୁର ଏବଂ ବୋରିଗୁମ୍ମା ବ୍ଲକର ୫୧ଟି ପଞ୍ଚାୟତର ଲୋକଙ୍କ ପାଇଁ ୨୦୧୮ରେ ମୁରାନଠାରେ ମେଗା ପାନୀୟ ଜଳପ୍ରକଳ୍ପ ଆରମ୍ଭ କରିଥିଲେ ।

ଏଥିପାଇଁ ୩୧୬ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ପୂର୍ବ ସରକାରଙ୍କ ଦାୟିତ୍ୱ ହୀନତା କାରଣରୁ ୬ ବର୍ଷ ବିତିଲାଣି ହେଲେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିବ କଣ ୫୦ପ୍ରତିଶତ ମଧ୍ୟ କାମ ଆଗେଇନି । ରାଜ୍ୟରେ ମାତ୍ର ୧୬ ଟି ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ଏବେ ବି ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣଧୀନ ରହିଛି । ୩ ଟି ପର୍ଯ୍ୟାୟରେ ଏହାକୁ ସଂପୂର୍ଣ୍ଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।

ଅଧିକ ପଢନ୍ତୁ: କିଟି କିଟି ଅନ୍ଧାରିଆ ପାଇପ୍‌ରେ ୬୦ ରାତି! କେମିତି କାଟିଲେ ବୃଦ୍ଧ ..

OTV is now on Whatsapp

Join and get latest news update delivered to you via whatsapp

Join Now