/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750679095.jpg)
Neglect Proves Fatal
ଝିଅକୁ କାମୁଡ଼ିଦେଇଥିଲା ସାପ, ହେଲେ ସ୍ବପ୍ନ ଦେଖିଥିବା କହି ଏଡ଼ାଇଗଲେ ପରିବାର ଲୋକ। ଶେଷରେ ପରିବାରର ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିନ୍ଧୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ନାବାଳିକା ହେଲେ ରାଧା ସିଂ ।
ଗତକାଲି ରାତିରେ ଶୋଇଥିବାବେଳେ ରାଧାକୁ ଏକ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ସାପଟିକୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ଏଣୁ ଝିଅ ନିଦରେ ସାପ ସ୍ବପ୍ନ ଦେଖିଥିବା ଭାବି ଗୁରୁତ୍ବ ଦେଇନଥିଲେ । ତେଣୁ ପରିବାରର ସମସ୍ତେ ଶୋଇପଡିଥିଲେ ।
ହେଲେ ସକାଳେ ଝିଅ ଗୁରୁତର ହୋଇପଡ଼ିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ସାମାନ୍ୟ ଅବହେଳା ପାଇଁ ସବୁଦିନ ପାଇଁ ଆଖି ବୁଜିଦେଲା ଝିଅ।
ତେବେ ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସବୁଠୁ ବଡ଼ କଥା ପରିବାର ଲୋକଙ୍କ ଅବହେଳା ପାଇଁ ଆଜି ଏପରି ଅଘଟଣ ଟିଏ ଘଟିଲା l ନାବାଳିକା ଜଣକ ଅଷ୍ଟମ ଶେଣୀରେ ପାଠ ପଢୁଥିବା ବେଳେ ଆଜି ତାର ଜୀବନ ଚାଲିଯାଇଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)